ହୋଲିରେ ଅଘଟଣ, ଗାଧୋଉଥିବା ବେଳେ ପୋଖରୀରେ ବୁଡି ୧୦ ବର୍ଷର ନାବାଳକ ମୃତ
ହୋଲିର ଅଘଟଣ । ପୋଖରୀରେ ବୁଡି ୧୦ ବର୍ଷର ନାବାଳକ ମୃତ । ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ପୋଡ଼ମପେଟା ଗ୍ରାମରେ ହୋଲି ଖେଳ ପରେ ଏକ ଅଘଟଣ ଘଟିଛି। ହୋଲି ଖେଳି ସାରି ସମୁଦ୍ରରେ ଗାଧୋଇବା ବେଳେ ଗୋଡ଼ ଖସି ଯିବାରୁ ବୁଡ଼ି ଯାଇ ଜଣେ ଛାତ୍ରଙ୍କର ମୃତ୍ୟୁ ହୋଇଛି । ମୃତ ଛାତ୍ରଙ୍କ ବୟସ ୧୦ବର୍ଷ ।

ପୂର୍ବହ୍ନ ୧୧ଟା ସମୟରେ ଗ୍ରାମର ମତ୍ସ୍ୟଜୀବୀ ବି.ବାବାଜୀଙ୍କ ପୁଅ ବି.ଚନ୍ଦନ ସାଙ୍ଗ ମାନଙ୍କ ସହ ହୋଲି ଖେଳ ସାରି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ । କିନ୍ତୁ ଅସାବଧାନତା ଯୋଗୁ ସେ ବୁଡି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା କିଛି ଯୁବକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଛତ୍ରପୁର ଉପଖଣ୍ଡ ହସ୍ପିଟାଲକୁ ଆଣିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଫଳରେ ଛତ୍ରପୁର ମେଡିକାଲ ପରିସର ଶୋକର ଛାୟା ଖେଳିଯାଇଥିଲା ।












Click it and Unblock the Notifications