• search
For Quick Alerts
Turn On Notification  
For Daily Alerts

ହୋଲି ପାଇଁ ଟ୍ୱିନ ସିଟିରେ ଲାଗିଲା କଟକଣା : ନିୟମ ନ ମାନିଲେ କାର୍ଯ୍ୟାନୁଷ୍ଠାନ ନେବ ପୁଲିସ

|

ଭୁବନେଶ୍ୱର : ରାଜ୍ୟରେ କରୋନା ଗ୍ରାଫ୍ ପୁଣି ଉପରକୁ ଉଠିଛି । ଆଗାକୁ ପର୍ବପର୍ବାଣି ଥିବା ସମୟରେ ଜନଗହଳି ମଧ୍ୟ ବଢିପାରେ । ଫଳରେ ସଂକ୍ରମଣ ତାର କାୟା ବିସ୍ତାର କରିପାରେ ବୋଲି ଆଶଙ୍କା କରାଯାଉଛି । ଏହାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ପାଳନ ହେବାକୁ ଥିବା ହୋଲିରେ କଟକଣା ଲଗାଇଛି କମିଶନରେଟ୍ ପୁଲିସ । ଟ୍ୱିନସିଟି ପାଇଁ ଏହି କଟକଣା ଲଗାଯାଇଛି ।

ପୁଲିସ କମିଶନର

କଟକ ଓ ଭୁବନେଶ୍ଵରରେ ସାମୂହିକ ହୋଲି ଖେଳ ଉପରେ କଟକଣା ଲଗାଯାଇଛି । ଏଥର ହୋଲି ଅବସରରେ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ପୋଲିସ କମିଶନର ସୌମ୍ୟନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଘରେ ରହି ହୋଲି ଖେଳିବାକୁ ସେ ପରାମର୍ଶ ଦେଇଛନ୍ତି । ସେହିପରି ଦୋଳ ପୂର୍ଣ୍ଣିମାରେ ଅତି କମ୍ ସଂଖ୍ୟକ ଲୋକଙ୍କୁ ନେଇ ପରମ୍ପରା ବଜାୟ ରଖିବାକୁ କମିଶନରେଟ୍ ପୁଲିସ ପକ୍ଷରୁ ଟ୍ୱିନ୍ ସିଟି ଲୋକଙ୍କୁ ଅନୁରୋଧ କରାଯାଇଛି । ଏହା ସହ ଏହି ସମସ୍ତ ନିୟମ ନମାନିଲେ କଡା କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ସୌମ୍ୟାନ୍ଦ୍ର ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Holi Guideline for Twin City People by Somendra Priyadarshini
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X