Holi 2025: ଆଜି ରଙ୍ଗର ପର୍ବ ହୋଲି, ସବୁଠି ଉତ୍ସବର ପରିବେଶ
ଆଜି ରଙ୍ଗର ପର୍ବ ହୋଲି । ସାରା ରାଜ୍ୟ ଓ ଦେଶର ବିଭିନ୍ନ ସ୍ଥାନରେ ଏହି ନିଆରା ପର୍ବକୁ ପାଳନ କରୁଛନ୍ତି ଲୋକେ ।
ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇ ଭଲପାଇବା ପରିପ୍ରକାଶ କରୁଛି । ପରିବାର, ବନ୍ଧୁ, ପ୍ରିୟଜନକୁ ନେଇ ରଙ୍ଗ ଖେଳରେ ସମସ୍ତେ ମସଗୁଲ। ପିଠା, ମିଠା ,ପାନ ଖାଇବାର ଆସର ବି ଜମୁଛି । ରଙ୍ଗ ଲଗାଇ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି ।

ଭୁବନେଶ୍ବର, କଟକ, ବ୍ରହ୍ମପୁର ସମେତ ରାଜ୍ୟର କୋଣ ଅନୁକୋଣରେ ସ୍ବତନ୍ତ୍ର ଆୟୋଜନ ହୋଇଛି। ସବୁଠି ଦେଖାଦେଇଛି ଉତ୍ସବର ପରିବେଶ । ର
ଙ୍ଗର ପର୍ବ ହୋଲିରେ ଧଳା ହେଉ କି ହଳଦିଆ ଅବା ନାଲି, ସବୁଜ, ଗୋଲାପୀ କିମ୍ବା ନାରଙ୍ଗୀ ରଙ୍ଗର ପୋଷାକ ପିନ୍ଧି ହୋଲି ଖେଳିବା ସବୁଠୁ ଶୁଭ ହୋଇଥାଏ। କାରଣ ଧଳା ରଙ୍ଗ ହେଉଛି ଶାନ୍ତି ଓ ପବିତ୍ରତାର ପ୍ରତୀକ। ଏହି ରଙ୍ଗର ପୋଷାକ ପିନ୍ଧି ହୋଲି ଖେଳିଲେ ସୁଖଶାନ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ। ସେହିପରି ଭଗବାନ କୃଷ୍ଣ ଓ ବିଷ୍ଣୁଙ୍କର ପ୍ରିୟ ରଙ୍ଗ ହଳଦିଆ ହୋଇଥିବାବେଳେ ପ୍ରଭୁ ରାମଙ୍କୁ ବି ହଳଦିଆ ଓ ନାରଙ୍ଗୀ ରଙ୍ଗ ଭଲ ଲାଗିଥାଏ। ତେଣୁ ହୋଲିରେ ଏହି ରଙ୍ଗର ପୋଷାକ ପିନ୍ଧି ଖେଳିବା ସହ ପ୍ରଭୁଙ୍କ ଚରଣରେ ହଳଦିଆ ରଙ୍ଗର ଫଗୁ ଅର୍ପଣ କଲେ ମନକୁ ବେଶ୍ ଶାନ୍ତି ମିଳିଥାଏ।
ଅନ୍ୟପକ୍ଷେ ବାସ୍ତୁଶାସ୍ତ୍ର କହେ, ଯାହାଙ୍କର ଘର ପୂର୍ବମୁଖୀ ସେମାନେ ହଳଦିଆ, ନାଲି, ଗୋଲାପୀ ଅଥବା ନାରଙ୍ଗୀ ରଙ୍ଗର ଫଗୁରେ ହୋଲି ଖେଳିଲେ, ସେମାନଙ୍କର ଯଶ, ବୈଭବ ବୃଦ୍ଧି ପାଇଥାଏ। ଏହାଛଡ଼ା ଭୂମି ସହ ଜଡ଼ିତ ଯେ କୌଣସି କାମ କରୁଥିବା ବ୍ୟକ୍ତିଙ୍କୁ ହୋଲି ଅବସରରେ ନାଲି ରଙ୍ଗ ବ୍ୟବହାର କରିବା ଉତ୍ତମ ଫଳ ପ୍ରଦାନ କରିଥାଏ ବୋଲି ବିଶ୍ୱାସ ରହିଛି। ଏହା ବାଦ୍ ଘରେ ଶାନ୍ତି ଓ ସଦ୍ଭାବ ବଜାୟ ରଖିବାକୁ ଚାହୁଁଥିଲେ ହୋଲି ଦିନ ହଳଦିଆ ହେଉ କି ସବୁଜ ରଙ୍ଗର ଫଗୁ ବ୍ୟବହାର କରିବା ଉତ୍ତମ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।












Click it and Unblock the Notifications