Get Updates
Get notified of breaking news, exclusive insights, and must-see stories!

Holi 2025: ଜାଣନ୍ତୁ କାହିଁକି ଆଜିର ଦିନରେ ଭାଙ୍ଗ ପଣା ସେବନ କରାଯାଏ ?

ରାଧା-କୃଷ୍ଣଙ୍କ ଫଗୁ ଖେଳ ପରେ ଆରମ୍ଭ ହୋଇଯାଇଛି ହୋଲି ପର୍ବ । ପରସ୍ପରକୁ ଅବିର ଲଗାଇ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି । ଫଗୁର ରଙ୍ଗେର ଆକାଶ ହୋଇଛି ରଙ୍ଗୀନ । ଘର ବାହାରେ ସବୁଠି ଚାଲିଛି ହୋଲି ଖେଳ । କିଏ ପିଚକାରୀରେ ତ ପୁଣି କିଏ ଅବିରରେ ଖେଳୁଛି ହୋଲି । ରାଗ ଋଷା ଭୁଲି ସମସ୍ତେ ହୋଲି ଖେଳରେ ମସଗୁଲ । ଡିଜେ ଗୀତ ସାଙ୍ଗକୁ ପଣା ପିଇ ଚାଲିଛି ହୋଲି ପାଳନ ।

ହୋଲି ଦିନ କାହିଁକି ଭାଙ୍ଗ ସେବନ କରାଯାଏ:

ଧାର୍ମିକ କାରଣ ଅନୁଯାୟୀ ହୋଲି ଦିନ ଭଗବାନ ଶିବ ଓ ବିଷ୍ଣୁଙ୍କ ବନ୍ଧୁତାର ପ୍ରତୀକ ଭାବେ ଭାଙ୍ଗ ସେବନ କରାଯାଏ । ଭକ୍ତ ପ୍ରହ୍ଲାଦଙ୍କୁ ମାରିବା ପାଇଁ ଚେଷ୍ଟା କରିଥିବା ହିରଣ୍ୟକଶ୍ୟପର ସଂହାର ପାଇଁ ଭଗବାନ ବିଷ୍ଣୁ ନରସିଂହ ରୂପ ନେଇଥିଲେ । ହିରଣ୍ୟକଶ୍ୟପ ସଂହାର ପରେ ସେ ଖୁବ୍ କ୍ରୋଧିତ ଥିଲେ । ତାଙ୍କୁ ଶାନ୍ତ କରିବା ପାଇଁ ପ୍ରଭୁ ଶିବ 'ସରଭ' ଅବତାର ନେଇଥିଲେ । ଏହା ମଧ୍ୟ ହୋଲିରେ ଭାଙ୍ଗର ସେବନ କରିବାର କାରଣ ବୋଲି କୁହାଯାଏ । ପ୍ରସାଦ ଭାବେ ଏହାକୁ ବିଭିନ୍ନ ଉପାୟରେ ପାନ କରାଯାଏ । ଏହା ବ୍ୟତୀତ ଅନ୍ୟ ଧାର୍ମିକ କାରଣ ମଧ୍ୟ ପ୍ରଚଳିତ ହୋଇ ଆସୁଛି ।

Holi 2025

ଧାର୍ମିକ କାରଣ:

ସମୁଦ୍ର ମନ୍ଥନ ସମୟରେ ଯେତେବେଳେ ଭଗବାନ ଶିବ ବିଷ ପାନ କରିଥିଲେ, ସେତେବେଳେ ତାଙ୍କୁ ବହୁତ ଗରମ ହୋଇଥିଲା, କାହିଁକିନା ବିଷ ବହୁତ ଗରମ ଥିଲା । ଶିବ ବାତୁଳପ୍ରାୟ ହୋଇ କୈଳାସ ପର୍ବତ ଚାଲିଯାଇଥିଲେ । ଏହି ବିଷର ପ୍ରକୋପକୁ କମାଇବା ପାଇଁ ପ୍ରଭୁ ଶିବ ଭାଙ୍ଗ ପାନ କରିଥିଲେ । ଭାଙ୍ଗ ବହୁତ ଥଣ୍ଡା ହୋଇଥାଏ । ଏହାପର ଠାରୁ ଭଗବାନ ଶିବଙ୍କୁ ଭାଙ୍ଗ ବହୁତ ପସନ୍ଦ ଆସିଥିଲା । ସେଥିପାଇଁ ଭଗବାନ ଶିବଙ୍କୁ ପୂଜା କଲାବେଳେ ଭାଙ୍ଗ ଅର୍ପଣ କରାଯାଏ । ରୁଦ୍ରାଭିଷେକ ହେଉ କିମ୍ବା ଶିବରାତ୍ରୀ, ଶିବଙ୍କ ନିକଟରେ ଭକ୍ତ ଭାଙ୍ଗଟିଏ ନିହାତି ରଖିଥାଏ । କାହିଁକିନା ଭାଙ୍ଗ ବିନା ପ୍ରଭୁ ଶିବଙ୍କ ଆରାଧନା ଏକଦମ୍ ଅଧୁରା । ଭାଙ୍ଗ ଅର୍ପଣ କଲେ ଶିବ ଭାରି ପ୍ରସନ୍ନ ହୁଅନ୍ତି । ଭାଙ୍ଗ ସହ ବେଲପତ୍ର ଓ ଦୁଦୁରା ଫୁଲ ମଧ୍ୟ ଅର୍ପଣ କରାଯାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+