Get Updates
Get notified of breaking news, exclusive insights, and must-see stories!

Holi 2025: ରଙ୍ଗର ପର୍ବ ହୋଲି: ଜାଣନ୍ତୁ ରଙ୍ଗର ସଙ୍କେତ

ରଙ୍ଗର ପର୍ବ ହୋଲିରେ ଧଳା ହେଉ କି ହଳଦିଆ ଅବା ନାଲି, ସବୁଜ, ଗୋଲାପୀ କିମ୍ବା ନାରଙ୍ଗୀ ରଙ୍ଗର ପୋଷାକ ପିନ୍ଧି ହୋଲି ଖେଳିବା ସବୁଠୁ ଶୁଭ ହୋଇଥାଏ। କାରଣ ଧଳା ରଙ୍ଗ ହେଉଛି ଶାନ୍ତି ଓ ପବିତ୍ରତାର ପ୍ରତୀକ। ଏହି ରଙ୍ଗର ପୋଷାକ ପିନ୍ଧି ହୋଲି ଖେଳିଲେ ସୁଖଶାନ୍ତି ମିଳିଥାଏ ବୋଲି ବିଶ୍ୱାସ କରାଯାଏ।

ସେହିପରି ଭଗବାନ କୃଷ୍ଣ ଓ ବିଷ୍ଣୁଙ୍କର ପ୍ରିୟ ରଙ୍ଗ ହଳଦିଆ ହୋଇଥିବାବେଳେ ପ୍ରଭୁ ରାମଙ୍କୁ ବି ହଳଦିଆ ଓ ନାରଙ୍ଗୀ ରଙ୍ଗ ଭଲ ଲାଗିଥାଏ। ତେଣୁ ହୋଲିରେ ଏହି ରଙ୍ଗର ପୋଷାକ ପିନ୍ଧି ଖେଳିବା ସହ ପ୍ରଭୁଙ୍କ ଚରଣରେ ହଳଦିଆ ରଙ୍ଗର ଫଗୁ ଅର୍ପଣ କଲେ ମନକୁ ବେଶ୍‌ ଶାନ୍ତି ମିଳିଥାଏ।

Holi 2025

ଅନ୍ୟପକ୍ଷେ ବାସ୍ତୁଶାସ୍ତ୍ର କହେ, ଯାହାଙ୍କର ଘର ପୂର୍ବମୁଖୀ ସେମାନେ ହଳଦିଆ, ନାଲି, ଗୋଲାପୀ ଅଥବା ନାରଙ୍ଗୀ ରଙ୍ଗର ଫଗୁରେ ହୋଲି ଖେଳିଲେ, ସେମାନଙ୍କର ଯଶ, ବୈଭବ ବୃଦ୍ଧି ପାଇଥାଏ। ଏହାଛଡ଼ା ଭୂମି ସହ ଜଡ଼ିତ ଯେ କୌଣସି କାମ କରୁଥିବା ବ୍ୟକ୍ତିଙ୍କୁ ହୋଲି ଅବସରରେ ନାଲି ରଙ୍ଗ ବ୍ୟବହାର କରିବା ଉତ୍ତମ ଫଳ ପ୍ରଦାନ କରିଥାଏ ବୋଲି ବିଶ୍ୱାସ ରହିଛି। ଏହା ବାଦ୍‌ ଘରେ ଶାନ୍ତି ଓ ସଦ୍‌ଭାବ ବଜାୟ ରଖିବାକୁ ଚାହୁଁଥିଲେ ହୋଲି ଦିନ ହଳଦିଆ ହେଉ କି ସବୁଜ ରଙ୍ଗର ଫଗୁ ବ୍ୟବହାର କରିବା ଉତ୍ତମ ହୋଇଥାଏ ବୋଲି ବାସ୍ତୁଶାସ୍ତ୍ରରେ କୁହାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+