ଦିନକ ପରେ ରଙ୍ଗର ପର୍ବ ହୋଲି: ଜମିଲାଣି ରଙ୍ଗର ବେପାର
ଦିନକ ପରେ ରଙ୍ଗର ପର୍ବ ହୋଲି । ଦୁଇ ବର୍ଷ ପରେ ଘରେ ହୋଲି ଖେଳ ନେଇ ଅନୁମତି ପରେ ଉତ୍ସବ ମୁଖର ଗାଁ ଠୁ ସହର । ହୋଲିକୁ ଦୃଷ୍ଟିରେ ରଖି ଏବେଠୁ ଜମିଲାଣି ରଙ୍ଗ ବଜାର ।
ଭୁବନେଶ୍ୱର: ଦିନକ ପରେ ରଙ୍ଗର ପର୍ବ ହୋଲି । ଦୁଇ ବର୍ଷ ପରେ ଘରେ ହୋଲି ଖେଳ ନେଇ ଅନୁମତି ପରେ ଉତ୍ସବ ମୁଖର ଗାଁ ଠୁ ସହର । ହୋଲିକୁ ଦୃଷ୍ଟିରେ ରଖି ଏବେଠୁ ଜମିଲାଣି ରଙ୍ଗ ବଜାର । ହର୍ବାଲ ରଙ୍ଗ ସହ ଆକର୍ଷଣ ସାଜିଛି ମୁଖା, ପିଚକାରୀ । ଓଡ଼ିଶାର କୋଲକାତା ଭାବରେ ପରିଚିତ ଜଟଣୀରେ ଜମୁଛି ରଙ୍ଗର ବେପାର । ହୋଲି ପାଇଁ ଏବେ ରଙ୍ଗୀନ ହୋଇଛି ଜଟଣୀ । ଏହାରି ମଧ୍ୟରେ ରଙ୍ଗ ବିକି କିଛି ରୋଜଗାର ଆଶା ରଖିଛନ୍ତି ବ୍ୟବସାୟୀ ।

ଛକ ବଜାରରେ ଲାଗିଛି ଖୁଚୁରା ଦୋକାନୀଓ ଗ୍ରାହକଙ୍କ ଭିଡ଼ । ଜଟଣୀର ହୋଲସେଲ ବଜାରର ସିଜିନ୍ ସେଣ୍ଟର ଗୁଡିକରେ ଏବେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହୋଇଛି। ରଙ୍ଗବେରଙ୍ଗର ଅବିର ସାଙ୍ଗକୁ ପିଚକାରୀ, ହର୍ବାଲ କଲର ଓ ବିଭିନ୍ନ ମୁଖାକୁ ନେଇ ଜଟଣିରେ ମେଲିଛି ରଙ୍ଗର ପସରା । ଚଳିତ ବର୍ଷ ହର୍ବାଲ କଲର, ଆଉ ବିଭିନ୍ନ ଭେରାଇଟ ମୁଖା ପାଲଟିଛି ଗ୍ରାହକଙ୍କ ପ୍ରଥମ ପସନ୍ଦ।
ତେବେ ଦୁଇ ବର୍ଷ ହେଲା ହାତ ବାନ୍ଧି ବସିଥିବା ବେପାରୀର ଖୁସୀ ଏଥର କହିଲେ ନସରେ ।
ଅନ୍ୟପଟେ ଆସନ୍ତାକାଲି ଦୋଳ ପୂର୍ଣ୍ଣିମା । ବିମାନରେ ବସି ଘର ଘର ବୁଲି ଭୋଗ ଖାଉଛନ୍ତି ଠାକୁର । କରୋନା ସଂକ୍ରମଣ କମିବା ଯୋଗୁ ଦୁଇ ବର୍ଷ ପରେ ବିନା କଟକଣାରେ ପାଳନ ହେଉଥିବାରୁ ଲୋକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ ।
ପରମ୍ପରା ଅନୁଯାୟୀ ଫଗୁ ଦଶମୀରେ ଠାକୁର ମନ୍ଦିରରୁ ବାହାରି ହୋଲି ଖେଳବା ସହ ଘରରୁ ଘର ବୁଲି ଭୋଗ ଖାଆନ୍ତି । ଆଉ ବର୍ଷରେ ଥରେ ଠାକୁର ଘରକୁ ଆସୁଥିବାରୁ ଉତ୍ସବ ମୁଖର ହୋଇପଡିଛି ସହରର ଗଳି କନ୍ଦି ।












Click it and Unblock the Notifications