ହୋଲ୍ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ଆଇନ ସିଦ୍ଧ ନୁହେଁ: କଂଗ୍ରେସ

ଓଡିଶା ମ୍ୟୁନିସିପାଲ୍ କର୍ପୋରେସନ ଆକ୍ଟ ୨୦୦୩ ର ନିୟମ ବିରୁଦ୍ଧାଚରଣ କରିବା ସହିତ ଧାରା ୬୯୪ (୩) କୁ ଭୁବନେଶ୍ୱର ମହାନଗର ନିଗମ ଜୋର ଜବରଦସ୍ତି ଲାଗୁ କରିପାରିବେ ନାହିଁ ବୋଲି କଂଗ୍ରେସ କହିଛି ।

ଭୁବନେଶ୍ୱର: ବିଏମସି ଦ୍ୱାରା ଆଦାୟ କରାଯାଉଥିବା ବର୍ଦ୍ଧିତ ସଂପତି କର ଆଇନ ସିଦ୍ଧ ନୁହେଁ ବୋଲି ଓଡିଶା ଉଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି । ଏହି ବର୍ଦ୍ଧିତ କର ଓଡିଶା ମ୍ୟୁନିସିପାଲ୍ କର୍ପୋରେସନ ଆକ୍ଟ ୨୦୦୩ ର ନିୟମ ବିରୁଦ୍ଧାଚରଣ କରିବା ସହିତ ଧାରା ୬୯୪ (୩) କୁ ଭୁବନେଶ୍ୱର ମହାନଗର ନିଗମ ଜୋର ଜବରଦସ୍ତି ଲାଗୁ କରିପାରିବେ ନାହିଁ ବୋଲି କଂଗ୍ରେସ କହିଛି ।

Congress

ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶଙ୍କ ଅଧକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‌ଗୋ ଯୋଗ ଦେଇଥିଲେ । କାନୁନ୍‌ଗୋ କହିଛନ୍ତି, କଂଗ୍ରେସ ଏହି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତୋଳନ କରିବା ସହିତ ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦ କରିବ । ଭୁବନେଶ୍ୱର ମହାନଗର ନିଗମ ଯେଉଁ ବର୍ଦ୍ଧିତ ସଂପତି କର ଜନସାଧାରଣଙ୍କ ଠାରୁ ଆଦାୟ କରିଛନ୍ତି ତାହା ଜନସାଧାରଣଙ୍କୁ ଶୀଘ୍ର ଫେରସ୍ତ କରାଯାଉ ।

ଭୁବନେଶ୍ୱର ମହାନଗର ନିଗମର କମିଶନର ଏବଂ ଡେପୁଟି କମିଶନର ବିଭିନ୍ନ ଗଣମାଧ୍ୟମରେ ସୂଚନା ଦେଇଥିଲେ ଯେ ଲୋକମାନେ ସ୍ୱତଃପ୍ରବୃତ ଭାବେ ଅନ୍‌ଲାଇନ୍ ମାଧ୍ୟମରେ ୨୨ କୋଟିରୁ ଅଧିକ ଟଙ୍କା ଆଦାୟ ହୋଇଛି ବୋଲି । ତେଣୁ ଏହାକୁ ଶୀଘ୍ର ଫେରସ୍ତ କରାଯାଉ । ଠିକ୍ ସେହିପରି ଭାବେ ଭୁବନେଶ୍ୱର ମହାନଗର ନିଗମ ଯେଉଁ ୟୁଜର୍ସ ଫି ଆଦାୟ କରୁଛି, ତାହା ମଧ୍ୟ ଆଇନ୍ ସମ୍ମତ ନୁହେଁ ବୋଲି କାନୁନ୍‌ଗୋ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+