For Quick Alerts
Turn On Notification  
For Daily Alerts
Oneindia App Download

ହୋଲ୍ଡିଂ ଟ୍ୟାକ୍ସ ଓ ପ୍ରପର୍ଟି ଟ୍ୟାକ୍ସ ଆଇନ ସିଦ୍ଧ ନୁହେଁ: କଂଗ୍ରେସ

ଓଡିଶା ମ୍ୟୁନିସିପାଲ୍ କର୍ପୋରେସନ ଆକ୍ଟ ୨୦୦୩ ର ନିୟମ ବିରୁଦ୍ଧାଚରଣ କରିବା ସହିତ ଧାରା ୬୯୪ (୩) କୁ ଭୁବନେଶ୍ୱର ମହାନଗର ନିଗମ ଜୋର ଜବରଦସ୍ତି ଲାଗୁ କରିପାରିବେ ନାହିଁ ବୋଲି କଂଗ୍ରେସ କହିଛି ।

|

ଭୁବନେଶ୍ୱର: ବିଏମସି ଦ୍ୱାରା ଆଦାୟ କରାଯାଉଥିବା ବର୍ଦ୍ଧିତ ସଂପତି କର ଆଇନ ସିଦ୍ଧ ନୁହେଁ ବୋଲି ଓଡିଶା ଉଚ୍ଚ ନ୍ୟାୟାଳୟ ରାୟ ଦେଇଛନ୍ତି । ଏହି ବର୍ଦ୍ଧିତ କର ଓଡିଶା ମ୍ୟୁନିସିପାଲ୍ କର୍ପୋରେସନ ଆକ୍ଟ ୨୦୦୩ ର ନିୟମ ବିରୁଦ୍ଧାଚରଣ କରିବା ସହିତ ଧାରା ୬୯୪ (୩) କୁ ଭୁବନେଶ୍ୱର ମହାନଗର ନିଗମ ଜୋର ଜବରଦସ୍ତି ଲାଗୁ କରିପାରିବେ ନାହିଁ ବୋଲି କଂଗ୍ରେସ କହିଛି ।

Congress

ଆଜି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶଙ୍କ ଅଧକ୍ଷତାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‌ଗୋ ଯୋଗ ଦେଇଥିଲେ । କାନୁନ୍‌ଗୋ କହିଛନ୍ତି, କଂଗ୍ରେସ ଏହି ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତୋଳନ କରିବା ସହିତ ଆନ୍ଦୋଳନ ମାଧ୍ୟମରେ ପ୍ରତିବାଦ କରିବ । ଭୁବନେଶ୍ୱର ମହାନଗର ନିଗମ ଯେଉଁ ବର୍ଦ୍ଧିତ ସଂପତି କର ଜନସାଧାରଣଙ୍କ ଠାରୁ ଆଦାୟ କରିଛନ୍ତି ତାହା ଜନସାଧାରଣଙ୍କୁ ଶୀଘ୍ର ଫେରସ୍ତ କରାଯାଉ ।

ଭୁବନେଶ୍ୱର ମହାନଗର ନିଗମର କମିଶନର ଏବଂ ଡେପୁଟି କମିଶନର ବିଭିନ୍ନ ଗଣମାଧ୍ୟମରେ ସୂଚନା ଦେଇଥିଲେ ଯେ ଲୋକମାନେ ସ୍ୱତଃପ୍ରବୃତ ଭାବେ ଅନ୍‌ଲାଇନ୍ ମାଧ୍ୟମରେ ୨୨ କୋଟିରୁ ଅଧିକ ଟଙ୍କା ଆଦାୟ ହୋଇଛି ବୋଲି । ତେଣୁ ଏହାକୁ ଶୀଘ୍ର ଫେରସ୍ତ କରାଯାଉ । ଠିକ୍ ସେହିପରି ଭାବେ ଭୁବନେଶ୍ୱର ମହାନଗର ନିଗମ ଯେଉଁ ୟୁଜର୍ସ ଫି ଆଦାୟ କରୁଛି, ତାହା ମଧ୍ୟ ଆଇନ୍ ସମ୍ମତ ନୁହେଁ ବୋଲି କାନୁନ୍‌ଗୋ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Holding tax and property tax is not in law: Congress
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X