ରାଉରକେଲା ବିମାନବନ୍ଦରକୁ ମିଳିଲା ଉଡ଼ାଣ ଅନୁମତି
ରାଉରକେଲା ବିମାନବନ୍ଦରକୁ ମିଳିଲା ଉଡ଼ାଣ ଅନୁମତି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଛି ଅନୁମତି । ବିମାନବନ୍ଦର ଲାଇସେନ୍ସ ଗ୍ରେଡ୍ 2Bରୁ 2Cକୁ ଉନ୍ନୀତ କରାଯିବା ସହ ୭୨ଟି ସିଟ୍ ବିଶିଷ୍ଟ ATR ବିମାନ ଉଡ଼ାଣକୁ ଅନୁମତି ପ୍ରଦାନ କରାଯାଇଛି ।
ଭୁବନେଶ୍ୱର: ରାଉରକେଲା ବିମାନବନ୍ଦରକୁ ମିଳିଲା ଉଡ଼ାଣ ଅନୁମତି । ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ମିଳିଛି ଅନୁମତି । ବିମାନବନ୍ଦର ଲାଇସେନ୍ସ ଗ୍ରେଡ୍ 2Bରୁ 2Cକୁ ଉନ୍ନୀତ କରାଯିବା ସହ ୭୨ଟି ସିଟ୍ ବିଶିଷ୍ଟ ATR ବିମାନ ଉଡ଼ାଣକୁ ଅନୁମତି ପ୍ରଦାନ କରାଯାଇଛି । ଭୁବନେଶ୍ବରରୁ ରାଉରକେଲା, ରାଉରକେଲାରୁ କୋଲକାତା ଉଡ଼ିବ ବିମାନ ।

ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ ଏହି ବିମାନ ବନ୍ଦରର ବିକାଶ କରିବା ସହିତ ଏହାକୁ ୩ ବର୍ଷ ପର୍ଯ୍ୟନ୍ତ ପରିଚାଳନା କରିବ। ରାଜ୍ୟ ସରକାରଙ୍କ ଦ୍ୱାରା ରାଉରକେଲାରେ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି, ଫେବୃଆରୀ ୨୦୨୧ରେ ଆରସିଏସ ଉଡାନ ଯୋଜନା ଅନ୍ତର୍ଗତ ଏଟିଆର-୭୨ / କ୍ୟୁ-୪୦୦ ବିମାନ ଚଳାଚଳ ପାଇଁ ରାଉରକେଲା ବିମାନବନ୍ଦରକୁ କୋଡ୍ -୨ବି ରୁ କୋଡ୍-୩ସି କୁ ରୂପାନ୍ତରିତ କରିବାକୁ ନିଷ୍ପତ୍ତି ନିଆଯାଇ ଥିଲା। ଏହି ପ୍ରସ୍ତାବରେ ରନେୱର ସମ୍ପ୍ରସାରଣ, ଏଟିସି ଟାୱାର ନିର୍ମାଣ, ଟ୍ୟାକ୍ସିୱେ, ନୂତନ ଶୌଚାଳୟ ବ୍ଲକ ଏବଂ ଟର୍ମିନାଲ୍ ବିଲଡିଂ ନିର୍ମାଣ କାର୍ଯ୍ୟ କରାଯାଇଛି ।
ରାଉରକେଲା ବିମାନ ବନ୍ଦର ଇସ୍ପାତ ସହର ରାଉରକେଲାଠାରୁ ୬ କିଲୋମିଟର ଦୂର ପଶ୍ଚିମ ଦିଗରେ ଥିବା ଛେଣ୍ଡ କଲୋନୀ ନିକଟରେ ଅବସ୍ଥିତ। ଏହା ଭାରତୀୟ ଇସ୍ପାତ ପ୍ରାଧିକରଣଙ୍କ ମାଲିକାନାରେ ଥିବା ଏକ ବେସାମରିକ ବିମାନବନ୍ଦର। ଏହି ବିମାନବନ୍ଦରଟି ପ୍ରାୟତଃ ରାଉରକେଲାକୁ ପରିଦର୍ଶନରେ ଆସୁଥିବା ମାନ୍ୟଗଣ୍ୟ ବ୍ୟକ୍ତି, ବିଶେଷକରି ଇସ୍ପାତ ପ୍ରାଧିକରଣଙ୍କ ଉଚ୍ଚ ଅଧିକାରୀ ଏବଂ ଅନ୍ୟାନ୍ୟ ଅତି ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ବ୍ୟବହୃତ ହୁଏ। ଏହାକୁ ବିମାନବନ୍ଦର ପ୍ରାଧିକରଣଙ୍କ କର୍ତ୍ତୃତ୍ୱକୁ ଆଣି ସର୍ବସାଧାରଣ ବ୍ୟବହାର କରିବାକୁ ବିମାନବନ୍ଦରର ଯାତ୍ରୀ ଟର୍ମିନାଲକୁ ନବୀକରଣ କରାଯାଇଛି।
ସୂଚନାଥାଉ କି, ଗତକାଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫ଟି) ଭି.କେ. ପାଣ୍ତିଆନ ରାଉରକେଲା ଗସ୍ତ କରି ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଥିଲେ । ଏହି ଟିମ ରାଉରକେଲାରେ ବିପିୟୁଟି କ୍ୟାମ୍ପସରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଅନୁଧ୍ୟାନ କରିଥିଲେ ।












Click it and Unblock the Notifications