ହକି ବିଶ୍ୱକପ: ଚାଟାର୍ଡ ଫ୍ଲାଇଟରେ ଭୁବନେଶ୍ବରରୁ ରାଉରକେଲା ଯିବା ଆସିବା କରିବେ ଖେଳାଳୀ

ଜାନୁଆରୀ ୧୩ରୁ ଆରମ୍ଭ ହେବ ହକି ମହାକୁମ୍ଭ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ସମସ୍ତ ମ୍ୟାଚ୍‌। ହକି ମହାକୁମ୍ଭକୁ ଆୟୋଜନ ପାଇଁ ଏବେ ଓଡ଼ିଶା ପୂରା ପ୍ରସ୍ତୁତ ହୋଇଯାଇଛି ।

ଭୁବନେଶ୍ବର: ଜାନୁଆରୀ ୧୩ରୁ ଆରମ୍ଭ ହେବ ହକି ମହାକୁମ୍ଭ । ଭୁବନେଶ୍ବର ଓ ରାଉରକେଲାରେ ଖେଳାଯିବ ସମସ୍ତ ମ୍ୟାଚ୍‌। ହକି ମହାକୁମ୍ଭକୁ ଆୟୋଜନ ପାଇଁ ଏବେ ଓଡ଼ିଶା ପୂରା ପ୍ରସ୍ତୁତ ହୋଇଯାଇଛି । ଆଜି ବିଶ୍ୱକପ ହକି ଆୟୋଜନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ଯେଉଁ ବିଭାଗକୁ ଯେଉଁ କାର୍ଯ୍ୟ ଦିଆଯାଇଥିଲା ସେସବୁ କାର୍ଯ୍ୟ ଜୋରଦାରରେ ଆଗେଇ ଚାଲିଛି । ବିଶ୍ୱକପ ଆରମ୍ଭର ବହୁ ପୂର୍ବରୁ ଏହି କାମ ଶେଷ ହେବ ।

Hockey World Cup

୧୩ ଜାନୁଆରୀରେ ରାଉରକେଲାରେ ଉଦଘାଟନୀ କାର୍ଯ୍ୟକ୍ରମ ଆୟୋଜିତ ହେବ । ସେହିପରି କଟକର ବାରବାଟୀ ଷ୍ଟାଡିୟମରେ ଜାନୁଆରୀ ୧୧ ତାରିଖରେ ହକି ବିଶ୍ୱକପ ପାଇଁ ଏକ ଭବ୍ୟ କାର୍ଯ୍ୟକ୍ରମ ପାଇଁ ସ୍ଥିର ହୋଇଛି । ଯେଉଁଠି ୪୦ ହଜାର ଦର୍ଶକ ଓ ଅତିଥି ଯୋଗ ଦେବେ । ଏହାସହ ରାଜ୍ୟର ସମସ୍ତ ପଞ୍ଚାୟତରେ ହକି ସହ ଅନ୍ୟ ଖେଳ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ସହ କ୍ରୀଡାର ମାହୋଲ ସୃଷ୍ଟି କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ । ବିଶ୍ୱକପ୍ ଟ୍ରଫିକୁ ବିଭିନ୍ନ ଜିଲ୍ଲାକୁ ପ୍ରଦର୍ଶନ ପାଇଁ ପଠାଯିବ ।

ସେହିଭଳି ବିଶ୍ୱକପ୍ ପୂର୍ବରୁ ଏୟାରଷ୍ଟ୍ରିପ କାମ ଶେଷ ହୋଇଛି । ଏବେ ତାହାର ଅନୁଧ୍ୟାନ ଚାଲିଛି । ଅନୁଧ୍ୟାନ ଶେଷ ହେବା ପରେ ଲାଇସେନ୍ସ ମିଳିବ । ଆଉ ଏହାପରେ ବିମାନ ସେବା ଆରମ୍ଭ ହେବ । ସମସ୍ତ ହକି ଖେଳାଳୀଙ୍କୁ ଚାଟାର୍ଡ ଫ୍ଲାଇଟରେ ଭୁବନେଶ୍ୱର ଏବଂ ରାଉରକେଲାକୁ ନେବା ଆଣିବା କରାଯିବ । ସମସ୍ତ ପ୍ରସ୍ତୁତି ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେଣୁ ଚଳିତ ହକି ବିଶ୍ୱକପ୍ ବେଶ ଧୂମଧାମରେ ପାଳିତ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ।

ଉଲ୍ଲେଖଯୋଗ୍ୟ ଆସନ୍ତାମାସ ୧୩ ତାରିଖରୁ ଆରମ୍ଭ ହେଉଛି ପୁରୁଷ ହକି ବିଶ୍ୱକପ । ଏଥର ଭୁବନେଶ୍ୱରରେ ସମେତ ରାଉରକେଲାରେ ବି ଖେଳାଯିବ ବିଶ୍ୱକପର ମ୍ୟାଚ । ଏଥିପାଇଁ ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+