କାଲି ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ
ହକି ପାଇଁ ସ୍କୁଲ ଛୁଟି । କାଲି ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ । ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଘୋଷଣା କଲେ କଟକ ଜିଲ୍ଲାପାଳ ।
କଟକ: ହକି ପାଇଁ ସ୍କୁଲ ଛୁଟି । କାଲି ଦିନ ୨ଟା ପରେ ସବୁ ଶିକ୍ଷାନୁଷ୍ଠାନ ବନ୍ଦ । ଶିକ୍ଷାନୁଷ୍ଠାନ ବନ୍ଦ ନେଇ ଘୋଷଣା କଲେ କଟକ ଜିଲ୍ଲାପାଳ । ଆସନ୍ତାକାଲି କଟକ ବାରବାଟୀରେ ହକି ବିଶ୍ୱକପ୍ ଉଦଘାଟନୀ ସମାରୋହ ପାଇଁ ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି । ତେବେ ସମସ୍ତ ସରକାରୀ ସ୍କୁଲ ସହ ବେସରକାରୀ ସ୍କୁଲ, କଲେଜ ଆଦି ବନ୍ଦ ରହିବ ।

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ୧୩ତାରିଖରୁ ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବେ ପୁରୁଷ ହକି ବିଶ୍ୱକପ୍ । ବୁଧବାର ଦିନ କଟକର ବାରବାଟି ଷ୍ଟାଡିୟମରେ ଉଦ୍ଘାଟନୀର ପର୍ବ ଆୟୋଜନ ହେବ । ଉଦଘାଟନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍ ଷ୍ଟାର୍ ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟାନି । ତାଙ୍କ ସାଙ୍ଗକୁ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ମ୍ୟୁଜିକରେ ଝୁମିବେ ଦର୍ଶକ।
ସେପଟେ କଟକ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ା କରାଯାଇଛି । ଉଦ୍ଘାଟନ ଉତ୍ସବ ବେଳେ ଷ୍ଟାଡିୟମ୍ ଓ ଏହାର ଆଖପାଖ ଅଞ୍ଚଳରେ ପ୍ରାୟ ୫୦ ପ୍ଲାଟ୍ନ୍ ଫୋର୍ସଙ୍କୁ ନିୟୋଜିତ କରାଯିବ । ସୁରକ୍ଷା ଦାୟିତ୍ୱ ତଦାରଖ କରିବା ପାଇଁ ୪୦ ଜଣ ଡିଏସ୍ପି ସ୍ତରୀୟ ଅଧିକାରୀ, ୫୫ ଜଣ ଇନ୍ସପେକ୍ଟର ସ୍ତରୀୟ ଅଧିକାରୀ, ୩୦୦ ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ସମେତ ୮୪ ଜଣ ହାବିଲଦାର, ୩୦୦ରୁ ଅଧିକ କନ୍ଷ୍ଟେବଳ, ୫୦୦ରୁ ଅଧିକ ହୋମଗାର୍ଡଙ୍କୁ ନିୟୋଜିତ କରାଯାଉଛି ।












Click it and Unblock the Notifications