ହକି ବିଶ୍ୱକପ ଉଦଘାଟନୀ ଉତ୍ସବ: ଆରମ୍ଭ ହେଲା 'ସେଲିବ୍ରେସନ', ଦୁଲୁକୁଛି ବାରବାଟୀ
ଶେଷ ହେଲା କାଉଣ୍ଟଡାଉନ୍ । ଆରମ୍ଭ ହେଲା 'ସେଲିବ୍ରେସନ' । ଆରମ୍ଭ ହେଲା ହକି ବିଶ୍ୱକପ ଉଦଘାଟନୀ ଉତ୍ସବ । ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ବିଦ୍ଧିବଦ୍ଧ ଭାବେ ଆରମ୍ଭ ହେଲା ହକି ବିଶ୍ୱକପ ଉଦଘାଟନୀ ଉତ୍ସବ ।
କଟକ: ଶେଷ ହେଲା କାଉଣ୍ଟଡାଉନ୍ । ଆରମ୍ଭ ହେଲା 'ସେଲିବ୍ରେସନ' । ଆରମ୍ଭ ହେଲା ହକି ବିଶ୍ୱକପ ଉଦଘାଟନୀ ଉତ୍ସବ । ସ୍ଥାନୀୟ ବାରବାଟୀ ଷ୍ଟାଡିୟମରେ ବିଦ୍ଧିବଦ୍ଧ ଭାବେ ଆରମ୍ଭ ହେଲା ହକି ବିଶ୍ୱକପ ଉଦଘାଟନୀ ଉତ୍ସବ । ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅନ୍ୟ ରାଜ୍ୟର କିଛି ପ୍ରମୁଖ ଚେହେରା ।

ପ୍ରଥମେ ଓଲିଉଡ କଳାକାରଙ୍କ ନାଚଗୀତରେ ମଞ୍ଚ ଦୁଲକି ଥିବା ବେଳେ ଏବେ ନୃତ୍ୟ ପ୍ରଦର୍ଶନ କରୁଛନ୍ତି ବଲିଉଡ କଳାକାର ମାନେ । ତେବେ 6ଟା 45ରେ ନିଜର ମତୁଆଲା ନୃତ୍ୟ ପରିବେଶଣ କରିବେ ବଲିଉଡ ଅଭିନେତ୍ରୀ ଦିଶା ପାଟନୀ । ସନ୍ଧ୍ୟା 7ଟା 42ରେ ପରଫର୍ମ କରିବେ ବଲିଉଡ଼ ଷ୍ଟାର ରଣବୀର ସିଂ । ପରେ ପରେ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ୍ ଙ୍କ ସମେତ ବ୍ଲାକ ସ୍ୱାନ୍ ଗ୍ରୁପ୍ ଉଦଘାଟନୀ ଉତ୍ସବର ମୁଖ୍ୟ ଆକର୍ଷଣ ସାଜିବେ ।
ଉଦଘାଟନୀ ଉତ୍ସବରେ ଷ୍ଟାଡିୟମରେ ପ୍ରାୟତଃ ୪୦ ହଜାରରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଛି । ଉଦଘାଟନୀ ଉତ୍ସବର ସିଧାପ୍ରସାରଣ ଦେଖିବା ପାଇଁ ସହରର ୧୬ଟି ସ୍ଥାନରେ ଫ୍ୟାନ୍ ପାର୍କ କରାଯାଇଛି । ପ୍ରତି ୱାର୍ଡ଼ରେ ମଧ୍ୟ ଏଲଇଡି ସ୍କ୍ରିନ୍ର ବ୍ୟବସ୍ଥା ହୋଇଛି । ଏଥିସହିତ ଡିଡି ଓଡିଆ, ଡିଡି ସ୍ପୋର୍ଟ ଓ ଓଡିଶା ସ୍ପୋର୍ଟ ୟୁଟ୍ୟୁବ ଚ୍ୟାନେଲରେ ଲାଇଭ୍ ମଧ୍ୟ ଦେଖିପାରିବେ ।












Click it and Unblock the Notifications