ହକି ବିଶ୍ୱକପ: ଷ୍ଟାଡିମୟରେ ରହିବ ନାହିଁ କୌଣସି କଟକଣା, ପୂର୍ଣ୍ଣ ଦର୍ଶକଙ୍କ କ୍ଷମତାରେ ହେବ ମ୍ୟାଚ
ଆଗାମୀ ହକି ବିଶ୍ୱକପ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡଲାଇନ୍ ରହିବନି । ପୂର୍ଣ୍ଣ ଦର୍ଶକଙ୍କ କ୍ଷମତାରେ ଏଥର ହକି ବିଶ୍ୱକପ ମ୍ୟାଚର ଆୟୋଜନ ହେବ। ହକି ବିଶ୍ୱକପ୍ ରୂପରେଖ ନେଇ ପ୍ରତିକ୍ରିୟା ରଖି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହା କହିଛନ୍ତି ।
ଭୁବନେଶ୍ୱର: ଆଗାମୀ ହକି ବିଶ୍ୱକପ ପାଇଁ କୌଣସି ବାଧ୍ୟତାମୂଳକ ଗାଇଡଲାଇନ୍ ରହିବନି । ପୂର୍ଣ୍ଣ ଦର୍ଶକଙ୍କ କ୍ଷମତାରେ ଏଥର ହକି ବିଶ୍ୱକପ ମ୍ୟାଚର ଆୟୋଜନ ହେବ। ହକି ବିଶ୍ୱକପ୍ ରୂପରେଖ ନେଇ ପ୍ରତିକ୍ରିୟା ରଖି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏହା କହିଛନ୍ତି ।

ସୂଚନା ଥାଉକି, ଆସନ୍ତା ୧୩ରୁ ଭୁବନେଶ୍ୱର ଏବଂ ରାଉରକେଲାରେ ହକି ବିଶ୍ୱକପ ମ୍ୟାଚ ଗୁଡ଼ିକ ଅନୁଷ୍ଠିତ ହେବ। ରାଉରକେଲା ଷ୍ଟାଡିୟମ୍ରେ ୧୬ଟି ଅଂଶଗ୍ରହଣ କାରୀ ଦଳ ରହିବେ । ତେବେ ହୋଟେଲ ତାଜ୍ ଗ୍ରୁପ୍ ସେଠାରେ ଦାୟିତ୍ୱ ପରିଚାଳନାରେ ନିୟୋଜିତ ହେବ। ଖେଳାଳି, କୋଚ୍, ଅଫିସିଆଲଙ୍କ ଚାକଚକ୍ୟ ରହଣୀ ସାଙ୍ଗକୁ ଖାଦ୍ୟ ପରଷିବ ତାଜ୍ ହୋଟେଲ । ଓଡ଼ିଶାରେ ହକି ମହାକୁମ୍ଭ ପାଇଁ ରାଜ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାବେଳେ ସମସ୍ତ ଚ୍ୟାଲେଞ୍ଜକୁ ସଫଳତାର ସହ ସାମ୍ନା କରି ଓଡ଼ିଶା ଇତିହାସ ରଚିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି।
ସେପଟେ ପୋଲିସ ଡିଜି ସୁନୀଲ ବଂଶଲ କହିଛନ୍ତି, ଆଗାମୀ ଦିନରେ ହେବାକୁ ଥିବା ହକି ବିଶ୍ୱକପ୍ ପୁଲିସ ପାଇଁ ଚାଲେଞ୍ଜ ରହିବ। ଏହା ଏକ ଅନ୍ତର୍ଜାତିୟ ମ୍ୟାଚ୍ ହୋଇଥିବାରୁ ରାଜ୍ୟ ନିମନ୍ତେ ପ୍ରତିଷ୍ଠାର ବିଷୟ। ଦେଶୀବିଦେଶୀ ହକି ପ୍ରେମୀମାନେ ଖେଳ ଦେଖିବାକୁ ଆସିବେ। ତେଣୁ ବିଶ୍ୱକପ୍ ସୁପରିଚାଳନା ଯଥା ଖେଳାଳିଙ୍କ ସୁରକ୍ଷା ଓ ଟ୍ରାଫିକ ପରିଚାଳନା ପୁଲିସ ପାଇଁ ଚାଲେଜିଂ ରହିବ। ସେହିପରି ଚଳିବର୍ଷ ସାଇବର କ୍ରାଇମ୍, ନକ୍ସଲ ଦମନ, ନିଶା ଚୋରାଚାଲାଣ ରୋକିବା, ଅପରାଧ ନିୟନ୍ତ୍ରଣ ପୁଲିସ ପାଇଁ ପ୍ରାଥମିକତା ରହିବ ବୋଲି କହିଛନ୍ତି ସୁନୀଲ ବଂଶଲ।
ଉଲ୍ଲେଖଥାଉ କି, ବର୍ତ୍ତମାନ କରୋନା ମହାମାରୀର ଚୀନ ଭାରିଏଣ୍ଟ ଏବେ ଦେଶରେ ଚହଳ ମଚାଇଛି । ୫ ଦେଶରେ କାୟା ବିସ୍ତା କରିଥିବା ବେଳେ ଓଡିଶାରେ ଆଗାମୀ ହକି ବିଶ୍ୱକପ୍ କଟକଣା ଭିତରେ ହେବ ନାହିଁ, ତାହାକୁ ନେଇ ଆଶଙ୍କା ପ୍ରକାଶ ପାଇଥିଲା । ଅନ୍ୟପଟେ ଭାରତ ଖେଳିବାକୁ ଥିବା ସମସ୍ତ ହକି ମ୍ୟାଚ୍ର ଅନ୍ଲାଇନ୍ ଓ ଅଫ୍ଲାଇନ୍ ଟିକେଟ୍ ବିକ୍ରି ହୋଇଯାଇଛି । ତେଣୁ ହକି ବିଶ୍ୱକପ୍ ଦେଖିବାକୁ ଦର୍ଶକଙ୍କ ଭିତରେ ପ୍ରବଳ ଉତ୍କଣ୍ଠା ରହିଥିବା ଜଣାପଡ଼ିଛି ।












Click it and Unblock the Notifications