ହକି ବିଶ୍ୱକପ: ଡେବ୍ୟୁଟାଣ୍ଟ ଚିଲିକୁ ମାତ୍ ଦେଲା ନ୍ୟୁଜିଲାଣ୍ଡ

ଚଳିତ ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍‌ରେ ଆଜି ଖେଳା ଯାଇଥିବା ପଞ୍ଚମ ମ୍ୟାଚରେ ଚିଲିକୁ ୩-୧ ଗୋଲରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ ।

ରାଉରକେଲା: ଚଳିତ ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍‌ରେ ଆଜି ଖେଳା ଯାଇଥିବା ପଞ୍ଚମ ମ୍ୟାଚରେ ଚିଲିକୁ ୩-୧ ଗୋଲରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ ।

Hockey World Cup 2023

ଆଜି ମ୍ୟାଚ୍‌ ଆରମ୍ଭରୁ ନ୍ୟୁଜିଲାଣ୍ଡ ଟିମ୍ ଚିଲି ଉପରେ ଚାପ ପକାଇବାକୁ ଉଦ୍ୟମ କରିଥିଲା। କିନ୍ତୁ ଚିଲିର ଖେଳାଳିମାନେ ସୁଯୋଗ ଦେଉ ନଥିଲେ।ଖେଳର ଅନେକ ସମୟରେ ନ୍ୟୁଜିଲ୍ୟାଣ୍ଡ ଗୋଲ୍ କରିବାକୁ ପାଇଥିବା ସୁଯୋଗ ଗୁଡ଼ିକୁ ଚିଲିର ଖେଳାଳିମାନେ ବାଧା ଦେବାରେ ସଫଳ ହୋଇଥିଲେ। ପ୍ରଥମ କ୍ୱାର୍ଟରରେ ନ୍ୟୁଜିଲ୍ୟାଣ୍ଡ ଦୁଇଟି ଗୋଲ୍ ଦେଇଥିଲା। ଦୁଇଟି ଯାକ ଫିଲ୍ଡ ଗୋଲ୍ ଥିଲା। ସାମ୍ ଲେନ୍ ଓ ସାମ୍ ହିହା ଏହି ଦୁଇଟି ଗୋଲ୍ କରିଥିଲେ।

ନ୍ୟୁଜିଲ୍ୟାଣ୍ଡ ଦ୍ୱିତୀୟ କ୍ୱାର୍ଟରରେ ୧୯ ମିନିଟରେ ଆଉ ଏକ ଗୋଲ୍ ଦେବାରେ ସଫଳ ହୋଇଥିଲା । ସାମ୍ ହିହା ଏହି ଗୋଲ୍‌ଟି ଦେଇଥିଲେ। ଏହା ଥିଲା ତାଙ୍କର ଦ୍ୱିତୀୟ ଗୋଲ୍‌। ଜବାବରେ ଚିଲି ଚତୁର୍ଥ କ୍ୱାର୍ଟରରେ ତା'ର ପ୍ରଥମ ଗୋଲ୍ ଦେଇଥିଲା । ଦଳ ପକ୍ଷରୁ ଏହି ଗୋଲ୍ କରିଥିଲେ ଇଗ୍ନାସିଓ କୋଣ୍ଟାର୍ଡୋ । ଏହା ପରେ ଆଉ ଗୋଲ ହୋଇନଥିଲା ଏବଂ ଚିଲି ୩-୧ରେ ନ୍ୟୁଜିଲାଣ୍ଡ ଠାରୁ ହାରି ଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+