ବିଶ୍ୱକପ ହକି ପୂର୍ବରୁ ଅଘଟଣ, ବିର୍ସା ମୁଣ୍ଡା ଷ୍ଟାଡିୟମରେ ଗଲା ଶ୍ରମିକଙ୍କ ଜୀବନ

ବିଶ୍ୱକପ ହକି ପୂର୍ବରୁ ଅଘଟଣ । ନୂଆ କରି ନିର୍ମିତ ହୋଇଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆଜି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

ରାଉରକେଲା: ବିଶ୍ୱକପ ହକି ପୂର୍ବରୁ ଅଘଟଣ । ନୂଆ କରି ନିର୍ମିତ ହୋଇଥିବା ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଆଜି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁସାରେ, ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକ ଆଖି ବୁଜିଛନ୍ତି । ମୃତ ଶ୍ରମିକ ଜଣଙ୍କ ଗୋପାଳ ତିର୍କୀ ବୋଲି ଜଣାପଡ଼ିଛି । ସେ ଷ୍ଟାଡିୟମର ସୌନ୍ଦର୍ଯ୍ୟକରଣ କାର୍ଯ୍ୟରେ ନିୟୋଜିତ ଥିଲେ ।

Birsa Munda Hockey Stadium

ମୃତ ଶ୍ରମିକଙ୍କ ନାଁ ଗୋପାଳ ତିର୍କୀ। ତାଙ୍କ ଘର ଲାଠିକଟା ବ୍ଲକ ଟାଇଁସର ପଞ୍ଚାୟତ ଅନ୍ତର୍ଗତ ମାଙ୍ଗରାଟୋଲା ଗାଁରେ । ଷ୍ଟାଡିୟମରେ ବିଦ୍ୟୁତ୍ କାମ ଚାଲିଥିବା ବେଳେ ଗୋପାଳ ଏକ ବିଦ୍ୟୁତ୍ ତା'ର ସଂସ୍ପର୍ଶରେ ଆସିବା ଫଳରେ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ତେବେ ତାଙ୍କୁ ତୁରନ୍ତ ରାଉରକେଲା ସରକାରୀ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗୋପାଳଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ଘଟିଲା, ବିଦ୍ୟୁତ୍ କାମ ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଷ୍ଟାଡିୟମ କାମରେ ନିୟୋଜିତ ଅନ୍ୟ ଶ୍ରମିକମାନେ ଦାବି କରିଛନ୍ତି।

ଉଲ୍ଲେଖଥାଉ କି, ଆଜକୁ ୫ ଦିନ ତଳେ ଜାନୁଆରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ଉଦଘାଟନ କରିଥିଲେ । ଜାନୁଆରୀ ୧୩ରୁ ୨୯ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ ଓ ରାଉରକେଲାର ବିର୍ସାମୁଣ୍ଡା ଷ୍ଟାଡ଼ିୟମରେ ଖେଳାଯିବ ହକି ବିଶ୍ୱକପ । ଏଥିପାଇଁ ବୁଧବାର କଟକ ବାରବାଟି ଷ୍ଟାଡିୟମରେ ଉଦଘାଟନୀର ପର୍ବ ଆୟୋଜନ ହେବ । ଉଦଘାଟନୀ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ସାଜିବେ ବଲିଉଡ୍ ଷ୍ଟାର୍ ରଣବୀର ସିଂ ଓ ଅଭିନେତ୍ରୀ ଦିଶା ପଟାନି । ତାଙ୍କ ସାଙ୍ଗକୁ ବିଶିଷ୍ଟ ସଂଗୀତ ନିର୍ଦ୍ଦେଶକ ପ୍ରୀତମଙ୍କ ମ୍ୟୁଜିକରେ ଝୁମିବେ ଦର୍ଶକ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+