ହକି ବିଶ୍ବକପ: ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ଵର ପହଞ୍ଚିଲା ନେଦରଲାଣ୍ଡସ
ବିଶ୍ୱକପ୍ ହକି ପାଇଁ ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ଵରରେ ପହଞ୍ଚିଛି ନେଦରଲାଣ୍ଡସ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଟିମ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।
ଭୁବନେଶ୍ବର: ବିଶ୍ୱକପ୍ ହକି ପାଇଁ ପ୍ରଥମ ବିଦେଶୀ ଦଳ ଭାବେ ଭୁବନେଶ୍ଵରରେ ପହଞ୍ଚିଛି ନେଦରଲାଣ୍ଡସ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଟିମ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଆସନ୍ତା ୧୩ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଓ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ହେବାକୁ ଯାଉଛି ହକି ବିଶ୍ୱକପ ।

ସେଥିପାଇଁ ନେଦରଲ୍ୟାଣ୍ଡସ ଟିମ୍ ଆସି ଭୁବନେଶ୍ୱରରେ ପହଞ୍ଚିଛି । ୨୦୧୮ରେ ନେଦରଲ୍ୟାଣ୍ଡସ ସିଲଭର ମେଡାଲ ପାଇଥିଲା । ଏହା ସହ ଏପର୍ଯ୍ୟନ୍ତ ୩ଥର ବିଶ୍ୱବିଜେତା ହୋଇଥିବା ବେଳେ ମୋଟ ୬ଥର ଫାଇନାଲକୁ ପ୍ରବେଶ କରିଛି ଟିମ୍ ନେଦରଲ୍ୟାଣ୍ଡସ । ତେଣୁ ଏଥର କଡ଼ା ଟକ୍କର ହେବ ବୋଲି ଆଶା କରାଯାଉଛି । ଗ୍ରୁପ ସି'ରେ ନେଦରଲ୍ୟାଣ୍ଡସ ସହ ନ୍ୟୁଜିଲାଣ୍ଡ, ଚିଲି ଓ ମାଲେସିଆ ଅଛନ୍ତି ।
ବିମାନବନ୍ଦରରେ ପହଞ୍ଚିବା ପରେ ନେଦରଲାଣ୍ଡସ ଦଳକୁ ମେ' ଫେୟାର ହୋଟେଲ ନିଆଯାଇଛି । ଆସନ୍ତା ଜାନୁଆରୀ ୧୪ରେ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ମାଲେସିଆ ବିପକ୍ଷରେ ଖେଳିବ ନେଦରଲ୍ୟାଣ୍ଡସ । ତେବେ ଆସନ୍ତାକାଲିଠୁ ଚିଲି, ଜାପାନ, ଆର୍ଜେଣ୍ଟିନା ଟିମ୍ ଭୁବନେଶ୍ୱରରେ ପହଞ୍ଚିବେ । ଏଥର ଟ୍ରଫି ହାସଲ ଲାଗି ନେଦରଲ୍ୟାଣ୍ଡସ୍ ଦଳ ପ୍ରମୁଖ ଦାବିଦାର ରହିଛି ।












Click it and Unblock the Notifications