ପୁରୁଷ ହକି ବିଶ୍ବକପ ପ୍ରସ୍ତୁତି ବୈଠକ: ସଜେଇ ହେଉଛି ଭୁବନେଶ୍ୱର ଓ ରାଉରକେଲା ସହର

ଏବେ କଳିଙ୍ଗ ଷ୍ଟାଡିୟମରେ FIH ହକି ପ୍ରୋ ଲିଗ୍ 2022-2023 ଚାଲିଥିବା ବେଳେ ଆସନ୍ତା ବର୍ଷ ଆୟୋଜିତ ହେବକୁ ଯାଉଛି ପୁରୁଷ ହକି ବିଶ୍ବକପ । ଏଥିପାଇଁ ଆୟୋଜକ ଓଡିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି ।

ଭୁବନେଶ୍ୱର: ଏବେ କଳିଙ୍ଗ ଷ୍ଟାଡିୟମରେ FIH ହକି ପ୍ରୋ ଲିଗ୍ 2022-2023 ଚାଲିଥିବା ବେଳେ ଆସନ୍ତା ବର୍ଷ ଆୟୋଜିତ ହେବକୁ ଯାଉଛି ପୁରୁଷ ହକି ବିଶ୍ବକପ । ଏଥିପାଇଁ ଆୟୋଜକ ଓଡିଶା ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇସାରିଛି ପ୍ରସ୍ତୁତି । ଆଜି ଏନେଇ ଆୟୋଜକ କମିଟି, ଭୁବନେଶ୍ୱର ଏବଂ ରାଉରକେଲା, ହକି ଇଣ୍ଡିଆର ବରିଷ୍ଠ ଅଧିକାରୀଙ୍କ ସହ ଏକ ସମୀକ୍ଷା ବୈଠକ ବସିଥିଲା ।

Hockey Men’s World Cup 2023

ବୈଠକରେ ଉପସ୍ଥିତ ଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି । ଏହି ମେଗା ଇଭେଣ୍ଟର ସୁଗମ ତଥା ସଫଳ ଆୟୋଜନ ପାଇଁ ପ୍ରସ୍ତୁତ କାର୍ଯ୍ୟର ସମୀକ୍ଷା କରାଯାଇଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ମାର୍କେ ଇଭେଣ୍ଟ ସହିତ ସମାନ୍ତରାଳ ପ୍ରକଳ୍ପଗୁଡିକ ସଂପୂର୍ଣ୍ଣ କରିବାକୁ ମୁଖ୍ୟ ସଚିବ ବିଭିନ୍ନ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ଡିସେମ୍ବରରୁ ରାଉରକେଲା ସହରକୁ ବାଣିଜ୍ୟିକ ବିମାନ ଉଡିବ ବୋଲି ବୈଠକରେ ସୂଚନା ଦିଆଯାଇଛି । ଆଗାମୀ ବିଶ୍ୱକପ ପାଇଁ ଓଡିଶାରେ ଦୁଇଟି ଭେନ୍ୟୁ ହୋଇଥିବାରୁ ଦୁଇ ସହର ମଧ୍ୟରେ ଚାର୍ଟ ଫ୍ଲାଇଟର ବ୍ୟବସ୍ଥା କରାଯାଉଛି । ଖେଳାଳି, ଅଧିକାରୀ ଏବଂ ଦର୍ଶକଙ୍କ ପାଇଁ ସୁବିଧା ହେବ । ତେବେ ବୈଠକରେ ଟେକ୍ନୋଲୋଜି, ସୁରକ୍ଷା, ନିରାପତ୍ତା, ପ୍ରଦୂଷଣ, ସୌନ୍ଦର୍ଯ୍ୟକରଣ, ସିଟି ଫେଷ୍ଟ ଇତ୍ୟାଦି ସମ୍ବନ୍ଧୀୟ ଆଲୋଚନା ହୋଇଛି ।

କହିରଖୁ କି, ଏହି ମେଗା ଇଭେଣ୍ଟ ପାଇଁ ଭୁବନେଶ୍ୱର ଏବଂ ରାଉରକେଲାରେ ସିଟି ଫେଷ୍ଟିଭାଲ୍ ଯୋଜନା ହୋଇଛି । ସେହିଭଳି ହକି ବିଶ୍ୱକପର ସେଲିବ୍ରେସନ ପାଇଁ ରାଜ୍ୟର ପ୍ରମୁଖ ସହର ଗୁଡ଼ିକରେ ଜିଲ୍ଲା ସ୍ତରୀୟ ଉତ୍ସବର ଯୋଜନା କରାଯାଇଛି । ବିଶ୍ବକପ ପୂର୍ବରୁ ଉଭୟ ସହର ରୋଡର ସୌନ୍ଦର୍ଯ୍ୟକରଣ ସହ ସହରର ବିଭିନ୍ନ ରାସ୍ତାକୁ ଆଲୋକ ମାଳାରେ ସୁ ସଜ୍ଜିକ କରାଯାଉଛି । ରାଉକେଲା ସହରର ଟ୍ରାଫିକ୍ ଗେଟ ଛକ ନିକଟରେ ନିର୍ମାଣ କରାଯାଇଛି ସେନସୋରୀ ପାର୍କ । ଏହି ପାର୍କରେ ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ମନୋରଞ୍ଜନ ପାଇଁ ସମସ୍ତ ବ୍ୟବସ୍ଥା ରହିଛି । ପରିତ୍ୟକ୍ତ ପୁଷ୍କରିଣୀର ସୌନ୍ଦର୍ଯ୍ୟ କରଣ କରାଯାଇ ଲାଇଟ ସହିତ ଓ୍ବାଟର ଫାଉଣ୍ଟେନର ବ୍ୟବସ୍ଥା କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+