୬ ମାସର ଶିଶୁ ଶରୀରରେ HMPV ଭାଇରସ୍ ଚିହ୍ନଟ
HMPV Virus: ମୁମ୍ବାଇରେ HMPV ଆକ୍ରାନ୍ତ ଚିହ୍ନଟ । ଗୁଜୁରାଟ, କର୍ଣ୍ଣାଟକ ଏବଂ ତାମିଲନାଡୁ ପରେ ହ୍ୟୁମାନ୍ ମେଟାନ୍ୟୁମୋ ଭାଇରସର ଏକ ମାମଲା ବର୍ତ୍ତମାନ ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି । ମଙ୍ଗଳବାର ନାଗପୁରରୁ ଦୁଇଟି ମାମଲା ହୋଇଥିବାବେଳେ ବର୍ତ୍ତମାନ ମୁମ୍ବାଇରୁ ଜଣେ HMPV ସଂକ୍ରମିତ ରୋଗୀ ସମ୍ପର୍କରେ ସୂଚନା ମିଳିଛି।

୬ ମାସର ଶିଶୁ ଶରୀରରେ HMPV ଭାଇରସ୍ ଚିହ୍ନଟ ହୋଇଥିବା ନେଇ ସୂଚନା ମିଳିଛି । ଶିଶୁଟିକୁ ଚିକିତ୍ସା ପାଇଁ ମୁମ୍ବାଇର ପୋୱାଇର ହିରାନନ୍ଦାନୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାକେ ଶିଶୁଟିକୁ ପ୍ରଥମେ ପ୍ରବଳ କାଶ ଏବଂ ଛାତିରେ ଯନ୍ତ୍ରଣା ହେବା ସହ ଅକ୍ସିଜେନ୍ ହ୍ରାସ 84% ହ୍ରାସ ପାଇବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦ୍ରୁତ PCR ପରୀକ୍ଷା ମାଧ୍ୟମରେ ଶିଶୁଟିର ଟେଷ୍ଟ କରାଯାଇଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଝିଅଟିକୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ଏବଂ ସେଠାରେ Bronchodilatorsରେ ରଖି ଚିକିତ୍ସା ଆରମ୍ଭ କରାଯାଇଥିଲା । ଛଅ ଦିନ ପରେ ଝିଅଟିକୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଏହା ପୂର୍ବରୁ କର୍ଣ୍ଣାଟକ, ତାମିଲନାଡୁ ଏବଂ ଗୁଜୁରାଟରେ HMPV"ର ମାମଲା ଚିହ୍ନଟ ହୋଇଥିଲା । ଏହା ପରେ ନାଗପୁରରେ ମଧ୍ୟ HMPV ଭାଇରାସର ଦୁଇଟି ମାମଲା ଚିହ୍ନଟ କରାଯାଇଛି । ବର୍ତ୍ତମାନ ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଥିବା ନେଇ ସୂଚନା ରହିଛି ।












Click it and Unblock the Notifications