ଦୁଇ ଦିନ ପରେ ପୁଣି କଲବଲ କରିବ ତାତି !
ଭୁବନେଶ୍ୱର: ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମପ୍ରବାହ । ଏନେଇ ସୂଚନା ଦେଇଛନ୍ତି ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି । ରାଜ୍ୟରେ ଆସନ୍ତା ଦୁଇଦିନପରେ ତାପମାତ୍ରା ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନକେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଅର୍ଥାତ ମେ ୧୮ ଏବଂ ୧୯ ରେ ଓଡ଼ିଶାର ଅନେକ ଜିଲାରେ ହିଟ୍ୱେଭ୍ ସ୍ଥିତି ଅନୁଭବ କରିବାର ସମ୍ଭାବନା ରହିଛି । ଏହି ପରିପ୍ରେକ୍ଷୀରେ ଏହି ଜିଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ମେ ୧୮ ରେ ନୁଆପଡା, ବଲାଙ୍ଗୀର, ବରଗଡ ଏବଂ ଝାରସୁଗୁଡା ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହିଟ୍ୱେଭ୍ ସ୍ଥିତି ଅନୁଭବ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ସେହିଭଳି ମେ ୧୯ ରେ ନୁଆପଡା, ବଲାଙ୍ଗୀର, ସୋନେପୁର, ବୌଦ୍ଧ, ବରଗଡ ଏବଂ ଝାରସୁଗୁଡା ଜିଲାରେ ଏକ କିମ୍ବା ଦୁଇଟି ସ୍ଥାନରେ ହିଟ୍ୱେଭ୍ ସ୍ଥିତି ଅନୁଭବ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି । ଅନ୍ୟପଟେ କିଛି ଦିନର ବ୍ୟବଧାନରେ ପୁଣି ବଢ଼ିଛି ତାତି ।

ବୁଧବାର ୪୦ ଡିଗ୍ରୀ ଉପରେ ରହିଛି ରାଜ୍ୟର ୭ ସହର ତାପମାତ୍ରା । ଯେଉଁଥିରେ ନୂଆପଡ଼ା ସର୍ବାଧିକ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ ହୋଇଥିବାବେଳେ, ଝାରସୁଗୁଡ଼ାରେ ୪୦, ସମ୍ବଲପୁର ୪୦.୪, ସୁନ୍ଦରଗଡ଼ ୪୦, ବଲାଙ୍ଗିର ୪୦.୭, ଟିଟିଲାଗଡ଼ ୪୦.୫, ମାଲକାନଗିରି ୪୦.୭ ରେକର୍ଡ ହୋଇଛି । ସେହଭଳି କଟକ ୩୬.୨ ଡିଗ୍ରୀ, ଭୁବନେଶ୍ୱରରେ ୩୬ ଡିଗ୍ରୀ, ପୁରୀ ୩୪.୧ ଡିଗ୍ରୀ ରେକର୍ଡ ହୋଇଛି ।
ସେପଟେ ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତିଙ୍କ ସୂଚନା ଅନୁଯାୟୀ, ଆଗାମୀ ୩ ଦିନ ରାଜ୍ୟରେ ବିକ୍ଷିପ୍ତ ବର୍ଷା ଜାରି ରହିବ । ୧୫ ଏବଂ ୧୬ ତାରିଖ ଉପକୂଳ ଓଡ଼ିଶା, ଦକ୍ଷିଣ ଆଭ୍ୟନ୍ତରୀଣ କିଛି ଜିଲ୍ଲା ମୟୂରଭଞ୍ଜ, କେଉଁଝର, ଢେଙ୍କାନାଳରେ ବିଜୁଳି ଘଡଘଡି ଜନିତ ବର୍ଷା ହେବାର ସମ୍ଭାବନା ରହିଛି ।
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications