ସାରା ରାଜ୍ୟରେ ଡ୍ରାଇଭର ଆନ୍ଦୋଳନର ପ୍ରଭାବ; ଯାତ୍ରୀ ହନ୍ତସନ୍ତ, ମାଲ ପରିବହନ ସେବା ବାଧାପ୍ରାପ୍ତ
ସାରା ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିୟରିଂ ଛାଡ଼ ଆନ୍ଦୋଳନର ପ୍ରଭାଵ ଦେଖିବାକୁ ମିଳିଛି । କଟକ ନେତାଜୀ ବସ୍ ଟର୍ମିନାଲରେ ବସ୍ ଚଳାଚଳ ବନ୍ଦ ରହିଛି । କଟକରେ ଟର୍ମିନାଲକୁ ବସ ଆସିବା କମିଯାଇଥିବାରୁ ଯାତ୍ରୀ ସମସ୍ୟା ଭୋଗିବା ଆରମ୍ଭ କଲେଣି । ସେହିପରି ରାଜ୍ୟର ଅନ୍ୟାନ୍ୟ ଟର୍ମିନାଲରେ ବିବବସ୍ ଚଳାଚଳ ବନ୍ଦ । ବସ୍ ଚଳାଚଳ ବନ୍ଦ ଯୋଗୁଁ ଅପେକ୍ଷାରତ ଯାତ୍ରୀ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।
ଆନ୍ଦୋଳନ ଯୋଗୁଁ ଓମଫେଡ୍ କ୍ଷୀର ଯୋଗାଣ ବି ଭାରି ମାତ୍ରାରେ ପ୍ରଭାବିତ ହୋଇଛି । ଭୁବନେଶ୍ୱର ଓ କେନ୍ଦୁଝରରେ ୫୦% ଓମଫେଡ୍ କ୍ଷୀର ଯୋଗାଣ ସୂଚନା ରହିଛି । ହିଟ୍ ଆଣ୍ଡ ରନ୍ ପାଇଁ ନୂଆ ଆଇନକୁ ନେଇ ଡ୍ରାଇଭରଙ୍କ ଆନ୍ଦୋଳନ ସାରା ରାଜ୍ୟରେ ଜାରି ରହିଛି ।

ବସ, ଟ୍ରକ୍ ଓ ଅନ୍ୟ ପରିବହନ ସେବାରେ ନିୟୋଜିତ ରାଜ୍ୟର ୨ଲକ୍ଷରୁ ଅଧିକ ଡ୍ରାଇଭର ଷ୍ଟିଅରିଂ ଛାଡି ଆନ୍ଦୋଳନରେ ସାମିଲ ହେବେ । ତେବେ ଏହାର ପ୍ରଭାବ ସାରା ରାଜ୍ୟରେ ଜନଜୀବନ ଉପରେ ଦେଖା ଦେଲାଣି ।
ଆଜିଠୁ ଏହି ଷ୍ଟିଅରିଂ ଛାଡ ଆନ୍ଦୋଳନ ଆହୁରି ତୀବ୍ର ହୋଇପାରେ । ଆଜି ରାତିରୁ ବସ୍ ଚଳାଚଳ କମିଯିବ ବୋଲି କୁହାଯାଇଛି । ସେହିଭଳି ଟ୍ରକ୍ ଚଳାଚଳ ବନ୍ଦ ହେବାର ଆଶଙ୍କା ରହିଛି । ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ପ୍ରଭାବିତ ହୋଇପାରେ ବୋଲି ରାଜ୍ୟ ବ୍ୟବସାୟୀ ସଂଘ କହିଛି । ସେପଟେ ମଣ୍ଡିକୁ ଧାନ ଆସିପାରୁନଥିବାରୁ ଚାଷୀ ଚିନ୍ତାରେ ଅଛନ୍ତି ।
ହିଟ୍ ଆଣ୍ଡ ରନ୍ ଆଇନ ବିରୋଧରେ ଡ୍ରାଇଭରମାନେ ଦେଶବ୍ୟାପୀ ଆନ୍ଦୋଳନ କରୁଛନ୍ତି । ଓଡ଼ିଶାରେ ବି ଏହାର ପ୍ରଭାବ ତୀବ୍ର ହେବାକୁ ଯାଉଛି । ଆଜିଠାରୁ ଏହା ଆହୁରି ଜୋରଦାର ହୋଇପାରେ ।
ଭୁବନେଶ୍ୱର, କଟକ ବସ ଟର୍ମିନାଲ ସମେତ ପାରାଦୀପର ଇଣ୍ଡିଆନ୍ ଅଏଲ୍ ଟର୍ମିନାଲ ଠାରେ ତୈଳ ପରିବହନ କର୍ମଚାରୀ ସଂଘ ପ୍ରତିବାଦ କରିଛନ୍ତି । ସେହିପରି ପାରାଦୀପରେ ମଧ୍ୟ ଡ୍ରାଇଭରଙ୍କ ଆନ୍ଦୋଳନ ଅନେକ ତେଲ ଟାଙ୍କି ଗୁଡିକର ଚିନ୍ତା ବଢାଇ ଦେଇଛି । ଡ୍ରାଇଭର ମାନେ ନୂଆ ଆଇନକୁ ବିରୋଧ କରିବା ସହ କହିଛନ୍ତି, ତାଙ୍କ ରୋଜଗାର କମ୍ କିନ୍ତୁ ଯେଉଁ ପରିମାଣ ଜୋରିମାନାରେ ରହିଛି ତାହା ବହୁତ ଅଧିକ ରହିଛି ।
ଷ୍ଟିଅରିଂ ଛାଡ ଆନ୍ଦୋଳନ ହୋଇଥିବାରୁ ମାଲ ପରିବହନ ସେବା ବାଧାପ୍ରାପ୍ତ ହେବା ଆରମ୍ଭ କରିଛି । ଆନ୍ଦୋଳନ ହେତୁ ଦରଦାମ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯାହା ସାଧାରଣ ଲୋକଙ୍କ ଉପରେ ପଡ଼ିପାରେ ।












Click it and Unblock the Notifications