ହିଟ୍ ଆଣ୍ଡ୍ ରନ୍ ଆଇନକୁ ବିରୋଧ; ଆଜିଠୁ ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ
ପୁଣି ଆନ୍ଦୋଳନକୁ ଓହ୍ଲାଇଲା ଡ୍ରାଇଭର ମହାସଂଘ । ଆଜିଠୁ ଅନିର୍ଦ୍ଦିଷ୍ଟକାଳ ଯାଏଁ ଷ୍ଟିୟରି ଛାଡ୍ ଆନ୍ଦୋଳନ । ଆନ୍ଦୋଳନ ନେଇ ଡ୍ରାଇଭର ସଂଘ ସଭାପତି ସୂଚନା ଦେଇଛନ୍ତି । ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବାକୁ କୁହାଯାଇଛି ।
ହିଟ୍ ଆଣ୍ଡ୍ ରନ୍ ଆଇନକୁ ବିରୋଧ କରି ଦେଶର ବିଭିନ୍ନ ସ୍ଥାନରେ ଚାଲିଛି ଆନ୍ଦୋଳନ । ଟ୍ରକ, ବସ ଓ ଡମ୍ପର ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିଛି ।
ଆଜିଠୁ ରାଜ୍ୟରେ ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ । ଦିଲ୍ଲୀ ଜନ୍ତରମନ୍ତରରେ ଆଲୋଚନା ପରେ ଆନ୍ଦୋଳନ ପାଇଁ ନିଷ୍ପତ୍ତି ନିଆଯାଇଥିବା ଡ୍ରାଇଭର ମହାସଂଘ ପକ୍ଷରୁ ସୂଚନା ଦିଆଯାଇଛି ।
ଷ୍ଟିଅରିଂ ଛାଡି ଘରେ ରହିବା ପାଇଁ ଡ୍ରାଇଭରଙ୍କୁ ସଂଘ ପକ୍ଷରୁ ନିବେଦନ କରାଯାଇଛି ।
ଫଳରେ ଅତ୍ୟାବଶକୀୟ ସାମଗ୍ରୀ ପହଞ୍ଚିି ପାରୁନଥିବାରୁ ଅସୁବିଧାରେ ପଡିଛନ୍ତି ଗ୍ରାହକ, ବ୍ୟବସାୟୀ । ଏବେ ଏହି ଆନ୍ଦୋଳନରେ ସାମିଲ ହୋଇଛନ୍ତି ଓଡ଼ିଶାର ଡ୍ରାଇଭର ।

ସମୁଦାୟ ଦୁର୍ଘଟଣାରେ ହିଟ୍ ଆଣ୍ଡ ରନ୍ ମାମଲାର ଭାଗ କେତେ ?
ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୨୦୨୨ରେ ସମୁଦାୟ ସଡ଼କ ଦୁର୍ଘଟଣା ଓ ମୃତ୍ୟୁରେ ହିଟ୍ ଆଣ୍ଡ ରନ୍ ମାମଲାର ଅଂଶ ୧୪.୬% ଏବଂ ୧୮.୧% ଥିଲା । ୨୦୨୧ରେ ଏହି ସଂଖ୍ୟା ୧୬.୮% ଓ ୧୧.୮% ଥିଲା । ଭାରତରେ ସଡ଼କ ଦୁର୍ଘଟଣା ଓ ତଜ୍ଜନିତ ମୃତ୍ୟୁର ସବୁଠାରୁ ବଡ଼ କାରଣ କ'ଣ ହିଟ୍ ଆଣ୍ଡ ରନ୍ ଘଟଣା? ତଥ୍ୟ ଦର୍ଶାଉଛି ଯେ, ଭାରତରେ ସଡ଼କ ଦୁର୍ଘଟଣା କିମ୍ବା ତଜ୍ଜନିତ ମୃତ୍ୟୁର କୌଣସି ବଡ଼ କାରଣ ନାହିଁ । ଏଥିରେ ମୁହାଁମୁହିଁ ଧକ୍କା, ପଛପଟୁ ଧକ୍କା କିମ୍ବା ପାର୍ଶ୍ୱରୁ ଧକ୍କା ହେବା ଭଳି ଅନେକ କାରଣର ପ୍ରାୟ ସମାନ ଅଂଶ ରହିଛି । କହିବାକୁ ଗଲେ ୯ ପ୍ରକାର ସଡ଼କ ଦୁର୍ଘଟଣା ଓ ଆନୁଷଙ୍ଗିକ ମୃତ୍ୟୁ ମଧ୍ୟରେ ହିଟ୍ ଆଣ୍ଡ୍ ରନ୍ର ଅଂଶ ୨୦୨୨ରେ ପଞ୍ଚମ ଓ ଦ୍ବିତୀୟ ସ୍ଥାନରେ ରହିଛି ।












Click it and Unblock the Notifications