ଇତିହାସ ସୃଷ୍ଟି କଲେ ମୋହନ, ୨ ଘଣ୍ଟା ୮ ମିନିଟ୍ ଧରି ପଢ଼ିଲେ ପୂର୍ଣ୍ଣାଙ୍ଗ ବଜେଟ୍
ଗତ କାଲି ବିଜେପି ସରକାର ତାହାର ପ୍ରଥମ ବଜେଟ୍ ରାଜ୍ୟ ପାଇଁ ଉପସ୍ଥାପନ କରିଥିଲା । ଯେଉଁଥିରେ ମୁଖ୍ୟମନ୍ତ୍ରୀଙ୍କ ନୂଆ ରେକର୍ଡ। ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୁରୁବାର ଏକ ବିରଳ ରେକର୍ଡ଼ ସୃଷ୍ଟି କରିଛନ୍ତି। ସେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବା ପାଇଁ ଦୀର୍ଘ ୨ ଘଣ୍ଟା ୮ ମିନିଟ୍ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ନିରବଚ୍ଛିନ୍ନ ଭାବେ ପଢ଼ିଛନ୍ତି।

ବିଧାନସଭାରେ ଏହା ହେଉଛି ସର୍ବକାଳୀନ ରେକର୍ଡ । ପୂର୍ବରୁ କେହି ଏତେ ସମୟ ବଜେଟ ପଢିନଥିଲେ । ନିଜ ପାଖରେ ଅର୍ଥବିଭାଗ ରଖିଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ସନ୍ଧ୍ୟା ୫ଟାରୁ ୭ଟା ୮ମିନିଟ୍ ଯାଏଁ ଗୃହରେ ରାଜ୍ୟ ବଜେଟ୍ ଉପସ୍ଥାପନ କରିଥିଲେ।
ମୋଟ ୨ଲକ୍ଷ ୬୫ ହଜାର କୋଟି ଟଙ୍କାର ବଜେଟ୍ ଉପସ୍ଥାପନ ହୋଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୧୫ ପ୍ରତିଶତ ଅଧିକ। ବଜେଟରେ ପ୍ରାୟ ସବୁ ବର୍ଗଙ୍କୁ ଗୁରୁତ୍ବ ଦେଇଛନ୍ତି ମୋହନ ସରକାର। ବିଶେଷକରି ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କ ଉପରେ ଅଧିକ ଫୋକସ ଦିଆଯାଇଛି। ବଡ଼ କଥା ହେଉଛି, ପୂର୍ବ ସରକାର ଯେଉଁସବୁ ଯୋଜନା ଆରମ୍ଭ କରିଥିଲେ, ସେସବୁର ନାମ ପରିବର୍ତ୍ତନ କରିଛନ୍ତି ମୋହନ ସରକାର। ଏହାସହ କିଛି ନୂଆ ଯୋଜନା ପାଇଁ ବଜେଟରେ ବ୍ୟୟବରାଦ ହୋଇଛି।
-
ନେପାଳ ଯାଇଥିଲେ ବୁଲିବା ପାଇଁ ଭୟଙ୍କର ଦୁର୍ଘଟଣା ଗଲା ୭ ଭାରତୀୟଙ୍କ ଜୀବନ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ରାଜ୍ୟସଭା ନିର୍ବାଚନ ପାଇଁ ଏଜେଣ୍ଟ ଘୋଷଣା କଲେ ୩ ଦଳ , ଜାଣନ୍ତୁ କାହାର କିଏ ? -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
ଏଲପିଜି ନିୟମକୁ ସଂଶୋଧନ କଲେ କେନ୍ଦ୍ର ସରକାର, ଏଣିକି ପିଏନ୍ଜି ସଂଯୋଗ ଥିଲେ ମିଳିବ ନାହିଁ ଏଲ୍ପିଜି -
ତମିଲନାଡରେ ବିଜେପିର ରଣନୀତି, ବିଜୟଙ୍କୁ ଦେଲା ବଡ ଅଫର୍ -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ , ଯାତାୟାତ ବନ୍ଦ ପାଇଁ ସୂଚନା ଦେଲେ ପୁରୀ ଏସ୍ପି -
ବର୍ଷା ସମ୍ଭାବନା, ଦିନ ତାପମାତ୍ରା ୩ ରୁ ୫ ଡିଗ୍ରୀ କମିବା ନେଇ ଆକଳନ












Click it and Unblock the Notifications