ସାମ୍ଭାବ୍ୟ ବାତ୍ୟା 'ଦାନା' ପାଇଁ ବନ୍ଦ ରହିବ ୧୪ ଜିଲ୍ଲାରେ ଐତିହ୍ୟ ସ୍ଥଳୀ
Cyclone Dana: ସମ୍ଭାବ୍ୟ ବାତ୍ୟା 'ଦାନା'କୁ ଦୃଷ୍ଟିରେ ରଖି ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗର ପୁରୀ ସର୍କଲ ଅନ୍ତର୍ଗତ ସମସ୍ତ ସଂରକ୍ଷିତ ଐତିହ୍ୟ ସ୍ଥଳୀ ଏବଂ ମ୍ୟୁଜିୟମକୁ ୨ଦିନ ପାଇଁ ରଖାଯିବାର ନିଷ୍ପତ୍ତି ନେଇଛନ୍ତି । ଏଏସଆଇ ପୁରୀ ସର୍କଲର ସୁପରିଟେଣ୍ଡେଣ୍ଟଙ୍କ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ପୁରୀ ସର୍କଲରେ ରାଜ୍ୟର ୧୪ଟି ଜିଲ୍ଲାର କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ସ୍ଥଳୀ ଓ କୀର୍ତ୍ତିରାଜିର ତଦାରଖ କରାଯାଉଛି ।

ସୂଚନା ଅନୁସାରେ ବାତ୍ୟା ସମୟରେ ଅଘଟଣକୁ ଏଡ଼ାଇବା ପାଇଁ ଆସନ୍ତା ୨୪ ଓ ୨୫ତାରିଖ ଦୁଇଦିନ ଧରି ଏତିହ୍ୟ ସ୍ଥଳୀ ଓ ମ୍ୟୁଜିୟମ ବନ୍ଦ ରହିବ ପୁରୀ ଏଏସଆଇ ସର୍କଲ ଅନ୍ତର୍ଗତ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ ଓ ଯାଜପୁର ଜିଲ୍ଲା ରହିଛି ।
ଆସନ୍ତା ୨୪ତାରିଖ ରାତି କିମ୍ବା ୨୫ତାରିଖ ଭୋର ସମୟରେ ପୁରୀରୁ ସାଗର ଦ୍ୱୀପ ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ପାରେ । ଯାହାକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯାଉଛି ।












Click it and Unblock the Notifications