Get Updates
Get notified of breaking news, exclusive insights, and must-see stories!

ଭଦ୍ରକରେ ଆଜି ଠାରୁ ଆରମ୍ଭ ହେଉଛି ଐତିହାସିକ କାଳୀପୂଜା; ଭଦ୍ରକାଳୀଙ୍କ ଆରାଧନା ପାଇଁ ଭଦ୍ରକ ଉତ୍ସବ ମୁଖର

ଭଦ୍ରକରେ ଆଜି ଠାରୁ ଆରମ୍ଭ ହେଉଛି ଐତିହାସିକ କାଳୀପୂଜା। ଏ ମା ଭଦ୍ରକାଳୀଙ୍କ ପୀଠ ଠାରୁ ଚରମ୍ପାର ସବୁ ପୂଜା ମଣ୍ଡପ। ମା'ଙ୍କର ଆଗମନ ସହ ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଓ ଭଦ୍ରକାଳୀଙ୍କ ଆରାଧନା ପାଇଁ ଭଦ୍ରକ ଉତ୍ସବ ମୁଖର ।

୬ ଶହ ବର୍ଷର ଆଦିଶକ୍ତି ପୀଠ ମା' ଭଦ୍ରକାଳୀ ପୀଠରେ ପୂଜା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ସାଳନ୍ଦୀ ନଦୀ ଘାଟରୁ କଳସ ଅଣାଯିବା ପରେ ମାଙ୍କ ପୀଠରେ ଘାଟ ସ୍ଥାପନା କରାଯିବା ପୂଜା ଅର୍ଚ୍ଚନା ଆରମ୍ଭ ହେବ। ଏଠାରେ ସପ୍ତ ଦିନ ବ୍ୟାପୀ ମା'ଙ୍କର ପୂଜାର୍ଚ୍ଚନା ହେବ। ୭ ଦିନରେ ସାତଟି ରୂପରେ ମା' ପୂଜା ପାଇବେ। ମା'ଙ୍କର ଏହି ସପ୍ତମାତୃକା ବେଶ ପୂଜା ଦେଖିବା ପାଇଁ ମା ଭଦ୍ରକାଳୀଙ୍କ ପୀଠକୁ କାଳୀପୂଜା ଅବସରରେ ଲକ୍ଷ ଲକ୍ଷ ଭକ୍ତ ଆସିବେ। ଏଥିପାଇଁ ମନ୍ଦିର କମିଟି ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଏଠାରେ କାଳୀପୂଜା ବେଶ୍ ଧୁମ୍ ଧାମରେ ପାଳନ କରାଯିବ ବୋଲି ଉପ ଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ପ୍ରକାଶ କରିଛନ୍ତି।

Historic Kali Puja

ସେହିପରି ଚରମ୍ପ‌ା ସ୍କୁଲ ରୋଡ କାଳୀପୂଜା ପାଇଁ କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ହୋଇଛି। ତୋରଣ ସଜ୍ଜା ଓ ମୂର୍ତ୍ତି ଗଢ଼ା କାମ ଶେଷ ହୋଇଛି। ଏଠାରେ ଧୁମ ଧାମରେ ପୂଜା ଆରମ୍ଭ ହେବ। ଏଇ କାଳୀପୂଜା ପାଇଁ ପୂଜା କମିଟିର ସଭାପତି କଲ୍ଲୋଳ ଲେଙ୍କା ଓ ସଂପାଦକ ମଦନ ମୋହନ ମହାନ୍ତିଙ୍କ ସମେତ କମିଟିର ସମସ୍ତ କର୍ମକର୍ତ୍ତାମ‌ାନେ ଲାଗି ପଡିଛନ୍ତ। ବାସନ୍ତିୀ ଦୁର୍ଗାପୂଜା କମିଟି ୧୭ ବର୍ଷ ଧରି ଚରମ୍ପାର ବିଶାଣି ଖରିଦାଠାରେ ମା'ଙ୍କ ପୂଜା ପାଳନ କରୁଛି। ପୂଜା କମିଟିର ସଭାପତି ଶ୍ୟାମ ସୁନ୍ଦର ଗୁପ୍ତା ଓ ସଂପାଦକ ନାରାୟଣ ଚନ୍ଦ୍ର ବିଶ୍ବାଳଙ୍କ ସମେତ ସବୁ କର୍ମକର୍ତ୍ତା ପୂଜା ଆରମ୍ଭ ପାଇଁ ଲାଗିପଡିଛନ୍ତି।

ଏରେଇ କାଳୀପୂଜା ପାଇଁ ପୂଜା କମିଟିର ସଭାପତି ଅମୟ ରାଉତ, ସଂପାଦକ ରାଜକିଶୋର ଶତପଥୀ ଓ ପୂଜା କମିଟିର କର୍ମକର୍ତ୍ତାମାନେ ଲାଗିପଡିଛନ୍ତି। ପିଡ୍ଲୁଡିଆଇ କାଳୀପୂଜା ୧୦୨ ବର୍ଷର ପୂଜା ପରଂପରାକୁ ନେଇ ମା'ଙ୍କର ପୂଜା ପାଇଁ ସହଯୋଗ କରୁଛନ୍ତି। ଏଇ ପୂଜା କମିଟିର ସଭାପତି ରବି ରାଘବ ତେଜା, ସଂପାଦକ ନଳିନୀକାନ୍ତ ମହାନ୍ତି ଓ ପୂଜା କମିଟିର ଅନ୍ୟ କର୍ମକର୍ତ୍ତାଙ୍କ ସହଯୋଗରେ ପୂଜା କାର୍ଯ୍ୟ ଆଗକୁ ଚାଲିଛି। ୩ ଶହ ବର୍ଷର ଆଦିଶକ୍ତି ପୀଠ ମା' ପଥରକାଳୀ ଆଜକୁ ତିନି ଶହ ବର୍ଷ ତଳେ ମା' ପଥର କାଳୀ ଏଠାରେ ବିରାଜମାନ କରିଥିଲେ। କିମ୍ବଦନ୍ତୀକୁ ଆଧାର କରି ମା' ପଥରକାଳୀଙ୍କର ପୂଜା ଅର୍ଚ୍ଚନା କରାଯାଉଥିବା ବେଳେ ଏଠାରେ ମଧ୍ୟ ମା'ଙ୍କ ପୀଠରେ ପୂଜା ପାଇଁ ପ୍ରସ୍ତୁତି ଶେଷ ହୋଇଛି। ୨୦ବର୍ଷର ମା' ଦକ୍ଷିଣ କାଳୀଙ୍କ ପୀଠ ପୂଜା ପାଇଁ ମନ୍ଦିର କମିଟି ର କର୍ମକର୍ତ୍ତାମାନେ ସହଯୋଗ କରି ଆସୁଛନ୍ତି।

ପୂଜା ପାଇଁ ଭଦ୍ରକର ଚରମ୍ପା ଚଳଚଞ୍ଚଳ ହୋଇଥିବା ବେଳେ ବିଭିନ୍ନ ପୂଜା ମଣ୍ଡପରେ ମା' କାଳୀଙ୍କର ମୂର୍ତ୍ତୀ ଗଢ଼ା ଓ ତୋରଣ ସଜା କାମ ଶେଷ ପର୍ଯ୍ୟାୟରେ ପହଁଚିଛି। ଚରମ୍ପାର ଟ୍ରାଫିକ୍ କାଳୀ, ଓଏସଆରଟିସି କାଳୀ, ରାଜଘାଟ କାଳୀ, ପାଟଣାସାହି କାଳୀ, ବାଙ୍କାବଜାର କାଳୀ, ଡଗରାସାହି କାଳୀ ପୂଜା ପାଇଁ ସବୁ ପୂଜା କମିଟିର କର୍ମକର୍ତ୍ତାମାନେ ଲାଗି ପଡିଛନ୍ତି। କାଳୀ ପୂଜା ପାଇଁ ଚରମ୍ପାରେ ୯ଟି ଯାତ୍ରା ପାର୍ଟି ସେମାନଙ୍କର ଅପେରା ପରିବେଷଣ କରିବେ ବୋଲି ବିଭିନ୍ନ ସ୍ଥାନରେ ଟେଣ୍ଡ ମାରିଛନ୍ତି। ସେହିପରି ମୀନା ବଜାର, ରାମ ଦୋଳି , ସର୍କସ ଓ ଅନ୍ୟାନ୍ୟ ଯାନି ଯାତ୍ରା ପାଇଁ ବିଭିନ୍ନ ସ୍ଥାନରୁ ଦୋକାନୀମାନେ ସେମାନଙ୍କର ଦୋକାନ ବଜାର ବସାଇବାଛନ୍ତି। ଏହି କାଳୀ ପୂଜା ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ପାଇଁ ପୁଲିସ-ପ୍ରଶାସନ ପ୍ରସ୍ତୁତ ହୋଇ ରହିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+