Get Updates
Get notified of breaking news, exclusive insights, and must-see stories!

ଐତିହାସିକ କଟକ ବାଲିଯାତ୍ରା ୨୦୨୫: ଶ୍ରେୟା ଘୋଷାଲ୍, ହର୍ଷଦୀପ ସିଂ, ହମ୍ ସୁଫି ବ୍ୟାଣ୍ଡ, ରିଷି କରିବେ କମାଲ

କଟକ: ଐତିହାସିକ କଟକ ବାଲିଯାତ୍ରା ୨୦୨୫ ରେ କଟକ-ଇନ୍-କଟକର ଥିମ୍ ରହିବ "ଓଡ଼ିଆ ଭାଷା, ଓଡ଼ିଆ ସାହିତ୍ୟ"। ବର୍ତ୍ତମାନ ସୁଦ୍ଧା ଚାରିଜଣ ବଲିଉଡ୍ କଳାକାରଙ୍କ ସାଙ୍ଗରେ ଯୋଗାଯୋଗ ହୋଇସାରିଛି। ସେମାନେ ହେଲେ ଶ୍ରେୟା ଘୋଷାଲ୍, ହର୍ଷଦୀପ ସିଂ, ହମ୍ ସୁଫି ବ୍ୟାଣ୍ଡ, ରିଷି । ଓଲିଉଡର ୧୪ ଜଣ କଳାକାରଙ୍କ ସହ ଚୁକ୍ତିନାମା ସରିଛି। ଏଥର ଉଭୟ ମଞ୍ଚରେ ଦର୍ଶକ ଦେଖି ପାରିବେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । ଚାରୋଟି ପ୍ରବେଶ ପଥ ଥିବାବେଳେ ପ୍ରସ୍ଥାନ ପାଇଁ ୯ଟି ସ୍ଥାନ ସ୍ଥିର କରାଯାଇଛି । ଜରୁରୀକାଳୀନ ପ୍ରସ୍ଥାନ ରହିବ ବୋଲି ସୂଚନା ଦେଇଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ୍ ସିନ୍ଧେ ।

ଐତିହାସିକ ବାଲିଯାତ୍ରା ପଡିଆକୁ 'ନୋ ଡ୍ରୋନ୍‌ ଜୋନ୍‌' ଘୋଷଣା କଲା କଟକ ଜିଲ୍ଲା ପ୍ରଶାସନ । ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଧେ । ବାଲିଯାତ୍ରା ଗ୍ରାଉଣ୍ଡ୍‌ର ୫ କିମି ପରିଧି ପାଇଁ ନଭେମ୍ବର ୧ରୁ ୧୫ ପର୍ଯ୍ୟନ୍ତ 'ନୋ ଡ୍ରୋନ୍‌ ଜୋନ୍‌' କଟକଣା ଜାରି ହୋଇଛି । ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ୍‌ ଗ୍ଲାଇଡର୍ସ ଉଡ଼ାଣ ମନା ହୋଇଛି । ଏହାସହିତ ମାଇକ୍ରୋ ଲାଇଟ୍‌ ଏୟାରକ୍ରାଫ୍ଟ, ହଟ୍‌ ଏୟାର ବେଲୁନ, UAV, ଡ୍ରୋନ୍‌ ଉଡାଇବା ମଧ୍ୟ ମନା । ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଦର୍ଶାଯାଇଛି ।

Historic Cuttack Baliyatra 2025

କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ନଭେମ୍ବର ୫ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ 'ଐତିହାସିକ ବାଲିଯାତ୍ରା କଟକ ୨୦୨୫' ଆୟୋଜନ କରାଯାଉଛି । ଏହି ସମୟ ମଧ୍ୟରେ କଟକରେ ପ୍ରତିବର୍ଷ ୫୦ ଲକ୍ଷରୁ ଅଧିକ ଦର୍ଶକଙ୍କ ସମାଗମ ହୋଇଥାଏ । ଚଳିତବର୍ଷ ଐତିହାସିକ ବାଲିଯାତ୍ରା ମହୋତ୍ସବ ଉଭୟ ତଳ ଏବଂ ଉପର ବାଲିଯାତ୍ରା ପଡ଼ିଆରେ ୬୦ ଏକରରୁ ଅଧିକ ପରିବ୍ୟାପ୍ତ ସ୍ଥାନରେ ବିଶାଳ ଆକାରରେ ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମ ସମୟରେ, ଅନେକ ଭିଭିଆଇପି ଏବଂ ଭିଆଇପି ଅତିଥି ଐତିହାସିକ ମହୋତ୍ସବ ଦେଖିବା ପାଇଁ ଯୋଗଦେବାର ଆଶା କରାଯାଉଛି ।

ସୁରକ୍ଷା ଏବଂ ନିରାପତ୍ତା ଦୃଷ୍ଟିରୁ, ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଧେ ତଳ ଏବଂ ଉପର ବାଲିଯାତ୍ରା ପଡ଼ିଆ ଏବଂ ଆଖପାଖ ଅଞ୍ଚଳ ଉପରେ ପାରା ଗ୍ଲାଇଡର୍, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ ଗ୍ଲାଇଡର୍, ମାଇକ୍ରୋ ଲାଇଟ୍ ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ୍, ୟୁଏଭି କିମ୍ବା ଡ୍ରୋନ୍ ଉଡ଼ାଣକୁ ନିଷେଧ କରିବା ସହ ତଳ ଏବଂ ଉପର ବାଲିଯାତ୍ରା ପଡ଼ିଆ ଠାରୁ ୫ କିଲୋମିଟର ପରିଧି ମଧ୍ୟରେ ଥିବା ଅଞ୍ଚଳକୁ "ଡ୍ରୋନ୍ ମୁକ୍ତ ଅଞ୍ଚଳ" ଭାବରେ ଘୋଷଣା କରିଛନ୍ତି ।

୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ନିଲାମ ପ୍ରକ୍ରିୟା

ଏହି ବୁକିଂ ଓ ନିଲାମ ପ୍ରକ୍ରିୟା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି। ସେପଟେ ତଳ ପଡ଼ିଆ ପ୍ଲଟ ନିଲାମ ଓ ଉପର ପଡ଼ିଆରେ ପ୍ଲଟ ବୁକିଂ ସମୟରେ ଯେଭଳି କୌଣସି ସମସ୍ୟା ସୃଷ୍ଟି ନହୁଏ, ସେଥିପାଇଁ ପ୍ରଶାସନର ଉଚ୍ଚ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ଉପର ପଡ଼ିଆରେ ପାରମ୍ପରିକ ଭାବେ ବ୍ୟବସାୟ କରୁଥିବା ଲୋକମାନେ ଉପର ପଡ଼ିଆରେ ହିଁ ପ୍ଲଟ୍ ନେବା ପାଇଁ ବେଶ୍ ଆଗ୍ରହ ପ୍ରକାଶ କରିଛନ୍ତି। ପ୍ଲଟ ନିଲାମ ଓ ବୁକିଂ ପାଇଁ ପ୍ରଶାସନ କରିଥିବା ବ୍ୟବସ୍ଥାକୁ ନେଇ ବେଶ୍ ସନ୍ତୋଷ ପ୍ରକାଶ କରିଛନ୍ତି ଵ୍ୟବସାୟୀମାନେ।

ଉପର ପଡ଼ିଆରେ ହେବ ବାଲିଯାତ୍ରା
ଚଳିତ ବର୍ଷ ଉଭୟ ପଡ଼ିଆରେ ହେବ ଐତିହାସିକ ବାଲିଯାତ୍ରା। ଏନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଥିଲେ, କଟକ ଜିଲ୍ଲା ପ୍ରଶାସନ। ଲୋକଙ୍କ ଭାବାବେଗ ଓ ପରମ୍ପରାକୁ ଦୃଷ୍ଟିରେ ରଖି ସତ୍ୟପାଠ ଗ୍ରହଣ କରିଛନ୍ତି ହାଇକୋର୍ଟ। ପୂର୍ବରୁ ଉପର ପଡ଼ିଆରେ ବାଲିଯାତ୍ରା କଟକଣା କରିବାକୁ ହାଇକୋର୍ଟ ପରାମର୍ଶ ଦେଇଥିଲେ। ମାତ୍ର ଲୋକଙ୍କ ଭାବାବେଗ ଏବଂ ପରାମ୍ପରା ଜଡ଼ିତ ଥିବାରୁ ଉପର ପଡ଼ିଆରେ ବାଲିଯାତ୍ରା ନେଇ ହାଇକୋର୍ଟ ଅନୁମତି ଦେଇଥିଲେ।

'ନୋ ଡ୍ରୋନ୍‌ ଜୋନ୍‌' ଘୋଷଣା ହୋଇଛି ବାଲିଯାତ୍ରା ପଡ଼ିଆ

ଐତିହାସିକ ବାଲିଯାତ୍ରା ପଡିଆକୁ 'ନୋ ଡ୍ରୋନ୍‌ ଜୋନ୍‌' ଘୋଷଣା କରିଛି କଟକ ଜିଲ୍ଲା ପ୍ରଶାସନ। ବାଲିଯାତ୍ରା ଗ୍ରାଉଣ୍ଡ୍‌ର ୫ କିମି ପରିଧି ପାଇଁ ନଭେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ 'ନୋ ଡ୍ରୋନ୍‌ ଜୋନ୍‌' କଟକଣା ଜାରି ହୋଇଛି। ପାରା ଗ୍ଲାଇଡର୍ସ, ପାରା ମୋଟର୍ସ, ପାୱାର ହ୍ୟାଙ୍ଗ୍‌ ଗ୍ଲାଇଡର୍ସ ଉଡ଼ାଣ ମନା ହୋଇଛି। ଏହାସହିତ ମାଇକ୍ରୋ ଲାଇଟ୍‌ ଏୟାରକ୍ରାଫ୍ଟ, ହଟ୍‌ ଏୟାର ବେଲୁନ, UAV, ଡ୍ରୋନ୍‌ ଉଡ଼ାଇବା ମଧ୍ୟ ମନା ହୋଇଛି। ବାଲିଯାତ୍ରାକୁ ପ୍ରାୟ ୫୦ ଲକ୍ଷ ଲୋକ ଆସିବାକୁ ଥିବାରୁ ସୁରକ୍ଷା ପାଇଁ ଏହି ପଦକ୍ଷେପ ନିଆଯାଇଥିବା ଦର୍ଶାଯାଇଛି।

କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ନଭେମ୍ବର ୫ ତାରିଖଠାରୁ ୧୨ ତାରିଖ ପର୍ଯ୍ୟନ୍ତ 'ଐତିହାସିକ ବାଲିଯାତ୍ରା କଟକ ୨୦୨୫' ଆୟୋଜିତ ହେବାକୁ ଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+