ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା
ଆରମ୍ଭ ହେଲା ଚଳିତ ବର୍ଷର ଐତିହାସିକ କଟକ ବାଲିଯାତ୍ରା । ଚଳଚଞ୍ଚଳ ହୋଇ ଉଠିଛି କଟକ ବାଲିଯାତ୍ରା ପଡିଆ। ବାଲିଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିସନରେଟ ପୋଲିସ ।
କଟକ: ଆରମ୍ଭ ହେଲା ଚଳିତ ବର୍ଷର ଐତିହାସିକ କଟକ ବାଲିଯାତ୍ରା । ଚଳଚଞ୍ଚଳ ହୋଇ ଉଠିଛି କଟକ ବାଲିଯାତ୍ରା ପଡିଆ। ବାଲିଯାତ୍ରା ପାଇଁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିସନରେଟ ପୋଲିସ । ୯ ଦିନ ଧରି ଚାଲିବାକୁ ଥିବା ଏହି ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି ଜଙ୍ଗଲ, ପରିବେଶ, ପଞ୍ଚାୟତ ରାଜ, ସୂଚନା ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ। ସାଂସଦ ଭର୍ତ୍ତୃହରି ମହତାବ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, କଟକ ଜିଲ୍ଲାର ସମସ୍ତ ବିଧାୟକ ଯୋଗ ଦେଉଛନ୍ତି। କଟକର ଐତିହାସିକ ବାଲିଯାତ୍ରାର ରୂପରେଖ ବଦଳିଛି ।

ଦୁଇ ବର୍ଷର କରୋନା ମହାମାରୀ ପରେ ବେଶ ଧୁମଧାମରେ ଏଥରର ବାଲିଯାତ୍ରା ଆୟୋଜନ କରୁଛି କଟକ ଜିଲା ପ୍ରଶାସନ। ନଦୀ ଜଳରେ ରହୁଛି ଫ୍ଲୋଟିଙ୍ଗ ରେସ୍ତୋରା। ବାଲିଯାତ୍ରା ପଡ଼ିଆର ପରିସୀମାକୁ ୧୫ ଏକରରୁ ଉର୍ଦ୍ଧ୍ବ ଅଞ୍ଚଳକୁ ବୃଦ୍ଧି ଘଟିଛି। ବିସ୍ତ୍ରୀର୍ଣ୍ଣ ଅଞ୍ଚଳରେ ବାଲିଯାତ୍ରା ହେଉଥିବାରୁ ଭିଡ଼ ହେବ ନାହିଁ ବୋଲି ଆଶା କରାଯାଉଛି। କଟକ ମହାନଗର ପକ୍ଷରୁ ଗାଡି ରଖିବା ପାଇଁ ୧୧ ଟି ପାର୍କିଂ ସ୍ଥାନ କରାଯାଇଛି । ମହାନଦୀରେ ବୋଟିଂର ମଜା ନେଇ ପାରିବେ ବାଲିଯାତ୍ରା ଦର୍ଶକ।
ତେବେ ଏଥର ବାଲିଯାତ୍ରାରେ ୧୪୦୦ ଷ୍ଟଲ ଓ ୨ ହଜାରରୁ ଅଧିକ ବ୍ୟବସାୟୀ ରହିଛନ୍ତି । ଲେଜର ସୋ', କଟକ ଇନ୍ କଟକ ମୁଖ୍ୟ ଆକର୍ଷଣ । କରୋନା ଯୋଗୁଁ ୨ ବର୍ଷ ପରେ ଯାତ୍ରା ହେଉଥିବାରୁ ୭୦ ଲକ୍ଷ ଲୋକଙ୍କ ଆଗମନ ହେବ ବୋଲି ଆକଳନ କରାଯାଉଛି । ବାଲିଯାତ୍ରାରେ ସୁରକ୍ଷା ପାଇଁ ମୁତୟନ ହେବେ ପ୍ରାୟ ୫୦ ପ୍ଲାଟୁନ ପୋଲିସ ଫୋର୍ସ । ତେବେ ଚଳିତବର୍ଷ ବାଲିଯାତ୍ରାରେ ନୂଆ କରି ବାଲିଯାତ୍ରା ମହାନଦୀରେ ଲେଜର ଲାଇଟ ସୋ ବା ଲାଇଟ ଆଣ୍ଡ ସାଉଣ୍ଡ, 'କଟକ ଇନ କଟକ' ପାଭେଲିୟନ ପରିକଳ୍ପନା କରାଯାଇଛି ।
ସେହିପର କୂଆଖାଇ ନଦୀ ପାଠାରେ ଆରମ୍ଭ ହୋଇଛି ଭୁବନେଶ୍ବର ବାଲିଯାତ୍ରା । ଏଥିପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଆଜିଠାରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ବାଲିଯାତ୍ରାରେ ୫୦୦ ରୁ ଅଧିକ ଷ୍ଟଲ ପଡିଛି । ଜନସାଧାରଣ ଷ୍ଟଲ ବୁଲିବା ସହିତ ବିଭିନ୍ନ ସୁସ୍ବାଦୁ ଭୋଜନର ମଜା ଏଠାରେ ଉଠାଇ ପାରିବେ । ଚିକ୍ମିକ୍ ଲାଇଟରେ ଏଠାରେ ପ୍ରତି ସନ୍ଧ୍ୟାରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି ପ୍ରତିଦିନ । ଉତ୍ତର ବିଧାୟକ ସୁଶାନ୍ତ ରାଉତ ଏହି ବାଲିଯାତ୍ରାକୁ ଉଦଘାଟନ କରିଛନ୍ତି ।












Click it and Unblock the Notifications