ଭୁବନେଶ୍ବରର ବିମାନ ବନ୍ଦରରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ଐତିହାସିକ ଓଡ଼ିଶା ଗସ୍ତ ଆଜି ଠାରୁ ଆରମ୍ଭ ହୋଇଯାଇଛି। ମହାମହିମ ଶ୍ରୀମତୀ ମୁର୍ମୁ ବାୟୁସେନାର ଏକ ସ୍ବତନ୍ତ୍ର ବିମାନରେ ଆସି ଅପରାହ୍ଣ ସାଢ଼େ ୪ଟାରେ ଭୁବନେଶ୍ବରସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛନ୍ତି। ଏଠାରେ ପହଞ୍ଚିଲା ପରେ ଦେଶର ପ୍ରଥମ ନାଗରିକ ଦ୍ରୌପଦୀ ମୁର୍ମୁଙ୍କ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ମୁଖ୍ୟ ଶାସନ ସଚିମ ମନୋଜ ଆହୁଜା, ଭୁବନେଶ୍ବର ମେୟର ସୁଲୋଚନା ଦାସ ସ୍ବାଗତ କରିବେ।

ରାଷ୍ଟ୍ରପତି ତାଙ୍କର ଏହି ୫ଦିନିଆ ଗସ୍ତରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଏଥିରେ ପୁରୀରେ ଆୟୋଜିତ ହେଉଥିବା ନୌସନା ଦିବସ ଅନ୍ୟତମ। ଏହି ଐତିହାସିକ ଦିବସକୁ ସ୍ମରଣୀୟ ରଖିବା ପାଇଁ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଭୁବନେଶ୍ବରରେ ୪୦ ପ୍ଲାଟୁନ୍ ପୁଲିସ ମୁତୟନ ହୋଇଛନ୍ତି।
ବିମାନବନ୍ଦରରୁ ସେ ସିଧାସଳଖ ନିଳାଦ୍ରୀବିହାର ଚନ୍ଦ୍ରଶେଖରପୁର ଠାରେ ପହଞ୍ଚିବେ ଏବଂ ସେଠାରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତୀ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗଦେବେ। କାର୍ଯ୍ୟକ୍ରମରେ ଯୋଗଦେଲା ପରେ ସନ୍ଧ୍ୟା ୬ଟା ୧୦ମିନିଟରେ ବାହାରି ଭୁବନେଶ୍ୱରସ୍ଥିତ ରାଜଭବନ ପହଞ୍ଚି ରାତ୍ରୀଯାପନ କରିବେ।












Click it and Unblock the Notifications