୬ ତାରିଖରେ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରିବ ହୀରାକୁଦ, ସୂଚନା ଦେଲେ ମୁଖ୍ୟ ଯନ୍ତ୍ରୀ
ହୀରାକୁଦ ଗେଟ୍ ଖୋଲିବା ନେଇ ତାରିଖ ଘୋଷଣା ହୋଇସାରିଛି । ଆସନ୍ତା ୬ ତାରିଖରେ ଖୋଲିବ ହୀରାକୁଦ ଗେଟ୍ । ଏନେଇ ଡ୍ୟାମ୍ ମୁଖ୍ୟ ଯନ୍ତ୍ରୀ ସୁଶୀଲ କୁମାର ବେହେରା ସୂଚନା ଦେଇଛନ୍ତି । ତେବେ ଗେଟ୍ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯିବ ।

ସକାଳ ୧୦ଟାରେ ଖୋଲିବ ୭ ନମ୍ବର ଗେଟ୍ । ପୂଜାର୍ଚ୍ଚନା ପରେ ହୀରାକୁଦ ଗେଟ୍ ଖୋଲାଯିବା ନେଇ ଘୋଷଣା କରାଯାଇଛି । ତେବେ ହୀରାକୁଦ ଗେଟ୍ ଖୋଲିବା ପୂର୍ବରୁ ଲୋକଙ୍କୁ ସୂଚନା ଦିଆଯାଇଥିଲା । 48 ଘଣ୍ଟା ଡାକବାଜି ଯନ୍ତ୍ରରେ ପ୍ରଚାର କରିବା ପରେ ରବିବାର ସକାଳ 10ଟାରେ ଗେଟ୍ ଖୋଲାଯିବ ।
ପ୍ରକାଶଥାଉକି, ଗତ କିଛି ଦିନ ରାଜ୍ୟରେ ବର୍ଷା ଜାରି ରହିଥିବା ବେଳେ ହୀରାକୁଦ ଡ୍ୟାମର ଜଳସ୍ତର ମଧ୍ୟ ବୃଦ୍ଧି ପାଉଛି । ଏହାକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି ନିଆଯାଇଥିବା ନେଇ ଡ୍ୟାମ ମୁଖ୍ୟଙ୍କ ପକ୍ଷରୁ ଘୋଷଣା କରାଯାଇଛି ।












Click it and Unblock the Notifications