ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ପାଣି; ସକାଳ ୭ଟା ସୁଦ୍ଧା ମୁଣ୍ଡଳୀ ଦେଇ ୫ ଲକ୍ଷ ୩୦ ହଜାର ୬୩୮ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ

ମୁଣ୍ଡଳିରେ ପହଞ୍ଚିଲା ହୀରାକୁଦ ପାଣି । ସକାଳ ୭ ଟା ସୁଦ୍ଧା ମୁଣ୍ଡଳୀ ଦେଇ ୫ ଲକ୍ଷ ୩୦ ହଜାର ୬୩୮ ହଜାର କ୍ୟୁସେକ ବନ୍ୟାଜଳ ପ୍ରବାହିତ ହେଉଛି । ଧିରେ ଧିରେ ଜଳସ୍ତର ବୃଦ୍ଧି ହେବାରେ ମଧ୍ଯ ଲାଗିଛି । ମୁଣ୍ଡଳୀ ମହାନଦୀ ଉପର ମୁଣ୍ଡରେ ୮୮.୨୦ ଫୁଟ୍ ଏବଂ ତଳ ମୁଣ୍ଡରେ ୮୫.୭୦ ଫୁଟ ଜଳସ୍ତର ରହିଛି । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ମୁତାବକ ଜଳସ୍ତର ବୃଦ୍ଧି ପାଇଲେ ତଳିଆ ଅଞ୍ଚଳ କାଠଯୋଡି, କୁଆଖାଇ, ଦୟା ଆଦି ଅନେକ ନଦୀ କୂଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିପାରେ ।

ସେପଟେ ଉପରମୁଣ୍ଡରେ ବର୍ଷା ବଢ଼ିବା ଫଳରେ ହୀରାକୁଦରୁ ମୋଟ ୨୦ ଟି ଗେଟ୍ ଦେଇ ଜଳ ନିଷ୍କାସିତ ହେଉଛି । ୩ ଲକ୍ଷ ୬୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ସମ୍ଭାବ୍ୟ ବର୍ଷା ଓ ବନ୍ୟା ସ୍ଥିତିର ମୁକାବିଲା ଆଜି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ୧୮ଟି ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହ ସମ୍ଭାବ୍ୟ ବର୍ଷା ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର । ଆବଶ୍ୟକ ପଡ଼ିଲେ ଅଗ୍ନିଶମ ସେବା ଓ ଓଡ୍ରାଫ ଟିମଗୁଡ଼ିକୁ ନିୟୋଜିତ କରିବାକୁ କୁହାଯାଇଛି ।

Hirakud water reaches Mundali
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+