ବଢୁଛି ହୀରାକୁଦ ଜଳସ୍ତର ; ୧୪ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ
ଛତିଶଡରେ ବର୍ଷା ହେବା ସହ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବଢିବାରେ ଲାଗିଛି । ଏବେ ଜଳସ୍ତର ବୃଦ୍ଧି ପାଇ ୬୦୯.୭୩ ଫୁଟରେ ରହିଛି । ଗତକାଲି ଦୁଇଟି ପର୍ୟ୍ୟାୟରେ ୮ଟି ଗେଟ୍ ଖୋଲାଯାଇଛି । ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଥିବାବେଳେ ଦୁଇଟି ପର୍ୟ୍ୟାୟ ୪ ଲେଖାଏଁ ଗେଟ୍ ଖୋଲିଛି । ଫଳରେ ଏବେ ମୋଟ୍ ୧୪ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି ।

ପ୍ରତି ସେକେଣ୍ଡରେ ଜଳଭଣ୍ଡାରକୁ ୨ ଲକ୍ଷ ୪୬ ହଜାର ୧୮୮ କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୨ ଲକ୍ଷ ୪୬ ହଜାର ୧୮୮ କ୍ୟୁସେକ ଜଳ ନିଷ୍କାସିତ ହେଉଛି।












Click it and Unblock the Notifications