୨୦ଟି ଗେଟ୍ ଦେଇ ହୀରାକୁଦ ଜଳ ନିଷ୍କାସନ, ପ୍ରତି ସେକେଣ୍ଡରେ ୫ଲକ୍ଷ ୪୨ ହଜାର୪୪୮ କ୍ୟୁସେକ ଜଳ ପ୍ରବେଶ, ମୁଣ୍ଡଳୀରେ ପହଞ୍ଚିଲା
କଟକ ମୁଣ୍ଡଳୀରେ ପହଞ୍ଚିଲା ବନ୍ୟା ଜଳ। ହୀରାକୁଦର ବନ୍ୟାଜଳ ପହଞ୍ଚିଲା କଟକ ମୁଣ୍ଡଳୀରେ। ହୀରାକୁଦରୁ ଆସୁଛି ଏହି ବନ୍ୟାଜଳ। ଆଜି ସକାଳ ୭ ଟା ସୁଦ୍ଧା ମୁଣ୍ଡଳୀରୁ ୩ ଲକ୍ଷ ୮୩ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି।
ଉପରମୁଣ୍ଡରେ ଫୁଲୁଛି ମହାନଦୀ, ବଢ଼ୁଛି ଜଳସ୍ତର । ହୀରାକୁଦ ଡ୍ୟାମର ୨୦ ଗେଟ୍ ଦେଇ ଜଳ ନିଷ୍କାସନ। ଡ୍ୟାମ ବାମପାର୍ଶ୍ବରେ ୧୩ଟି ଓ ଡାହାଣପାର୍ଶ୍ବରେ ୭ଟି ଗେଟ୍ ଖୋଲା ରହିଛି । ଏବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩ ଫୁଟ୍ ରହିଛି । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫ଲକ୍ଷ ୪୨ ହଜାର୪୪୮ କ୍ୟୁସେକ ଜଳ ପ୍ରବେଶ କରୁଛି । ସେହିପରି ୩ଲକ୍ଷ ୪୧ ହଜାର ୮୩୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି।

ସେପଟେ ବିପଦ ସଂକେତ ଉପରେ ସୁବର୍ଣ୍ଣରେଖା, ବୈତରଣୀ ଓ ଜଳକା ନଦୀ । ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ପରେ ଫୁଲୁଛି ସୁବର୍ଣ୍ଣରେଖା, ବୈତରଣୀ, ବୁଢ଼ାବଳଙ୍ଗ ଓ ଜଳକା । ଉପରମୁଣ୍ଡରେ ବର୍ଷା ପରେ ଗାଲଡିହି ଗେଟ୍ ଖୋଲାଯାଇଛି । ନିଷ୍କାସିତ ହେଉଥିବା ବନ୍ୟାଜଳ ଆଜି ସକାଳ ୧୦ଟାରେ ରାଜଘାଟ ଅତିକ୍ରମ କରିବ । ଯାହାଫଳରେ ସୁବର୍ଣ୍ଣରେଖାର ତଳିଆ ଅଂଚଳରେ ଆଜି ଆହୁରି ପାଣି ପଶିବ ।












Click it and Unblock the Notifications