ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି: ୨୦ଟି ସୁଇସ୍‌ ଗେଟ୍‌ ଜରିଆରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଜାରି

ଉପରମୁଣ୍ଡରେ ପ୍ରବଳ ବର୍ଷାଯୋଗୁ ହୀରାକୁଦ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଉଛି। ୨୦ଟି ସୁଇସ୍‌ ଗେଟ୍‌ ଜରିଆରେ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଜାରି ରହିଛି।

ଶନିବାର ରାତି ସାଢ଼େ ୯ଟା ସୁଦ୍ଧା ହସ୍ତଗତ ହୋଇଥିବା ଖବର ଅନୁସାରେ ଜଳଭଣ୍ଡାରର ଜଳପତ୍ତନ ବୃଦ୍ଧି ପାଇ ୬୧୫.୧୦ ଫୁଟ୍‌ରେ ପହଞ୍ଚତ୍ଛି। ଏହି ସମୟରେ ଜଳଭଣ୍ଡାରକୁ ସେକେଣ୍ଡ ପ୍ରତି ହାରାହାରି ୪ ଲକ୍ଷ ୧୧ ହଜାର ୪୫୨ ଘନଫୁଟ୍‌ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ମୋଟ ୩ ଲକ୍ଷ ୪୩ ହଜାର ୭୨୦ ଘନଫୁଟ୍‌ ଅତିରିକ୍ତ ବନ୍ୟାଜଳ ନିଷ୍କାସିତ ହେଉଛି।

Hirakud reservoir water level rises

ସେଥିମଧ୍ୟରୁ ବାମ ପାର୍ଶ୍ୱସ୍ଥ ୧୩, ଦକ୍ଷିଣ ପାର୍ଶ୍ୱସ୍ଥ ୭ଟି ମିଶି ମୋଟ୍‌ ୨୦ଟି ଗେଟ୍‌ ମାଧ୍ୟମରେ ମହାନଦୀକୁ ପ୍ରତି ସେକେଣ୍ଡରେ ମୋଟ୍‌ ୩ ଲକ୍ଷ ୦୫ ହଜାର ୪୪୦ ଘନଫୁଟ୍‌ ଜଳ ନିଷ୍କାସିତ ହେଉଛି। ସେହିପରି ଶକ୍ତି ଉତ୍ପାଦନ ପାଇଁ ପାୱାର ଚ୍ୟାନେଲରେ ୩୪,୨୭୦ ଘନଫୁଟ୍‌, ଶିଳ୍ପସଂସ୍ଥା ପାଇଁ ୨୩୪ ଘନଫୁଟ୍‌ ଏବଂ ଜଳ ସେଚନ ପାଇଁ ବରଗଡ଼ କେନାଲରେ ୩୦୫୮, ଶାସନ କେନାଲରେ ୬୩୦ ଓ ସମ୍ବଲପୁର କେନାଲରେ ୮୮ ଘନଫୁଟ୍‌ ଜଳ ମିଶି ମୋଟ୍‌ ୩୭୭୬ ଘନଫୁଟ୍‌ ଜଳ ନିଷ୍କାସନ କରାଯାଉଛି।
ଜଳଭଣ୍ଡାର ପାଣିପାଗ ନିମନ୍ତ୍ରଣ କକ୍ଷ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଜଳଭଣ୍ଡାର ଉପରମୁଣ୍ଡରେ ୬.୯୯ ମିଲିମିଟର ଓ ତଳମୁଣ୍ଡରେ ୬.୧୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+