ବଢ଼ିଲା ହୀରାକୁଦ ଜଳଭଣ୍ଡାର ସୁରକ୍ଷା, ପର୍ଯ୍ୟଟକଙ୍କୁ ଯିବାକୁ ବାରଣ

ଆଜିଠୁ ହୀରାକୁଦ ଡ୍ୟାମକୁ ପର୍ଯ୍ୟଟକଙ୍କୁ ବାରଣ । ପର୍ଯ୍ୟଟକଙ୍କୁ ବାରଣ ସହ ବଢିଲା ସୁରକ୍ଷା । ଡ୍ୟାମ ସୁରକ୍ଷା ନେଇ କଟକଣା ଜାରି କଲେ ଡ୍ୟାମ କର୍ତ୍ତୃପକ୍ଷ । ସେପଟେ ଡ୍ୟାମରେ ସକାଳ ୬ଟାରୁ ସୁରକ୍ଷା ସମ୍ପର୍କିତ ସରଂଜାମ ମହଜୁଦ ରଖିଥିବା ସୂଚନା । ସମୁଦ୍ର ପଥ ଦେଇ ଆତଙ୍କବାଦୀମାନେ ଆସି ଅଘଟଣ ଘଟାଇବାର ଆଶଙ୍କା ରହିଛି ।

Hirakud reservoir

ରାତି ତମାମ୍ ପାକିସ୍ତାନକୁ କଡ଼ା ଜବାବ ଦେଉଛି ଭାରତ । ଆଜି ସକାଳୁ ମଧ୍ୟ ଭାରତ-ପାକ୍ ସୀମାରେ ଉତ୍ତେଜନା ଲାଗି ରହିଛି । ପାକିସ୍ତାନ ଅକ୍ରମଣର କଡ଼ା ଜବାବ ଦେଉଛି ଭାରତ। ପାକିସ୍ତାନ ଜୋରଦାର ମିଶାଇଲ ଏବଂ ଡ୍ରୋନ ମାଡ଼ କରିଥିବା ବେଳେ ଏୟାର ଡିଫେନ୍ସ ସିଷ୍ଟମ ମାଧ୍ୟମରେ ପ୍ରତିହତ କରିବାରେ ସକ୍ଷମ ହୋଇଛି ଦେଶ । ଲାହୋର,ଇସଲାମବାଦ ଓ କରାଚୀ ଭିଳି ଅନେକ ସ୍ଥାନରେ ଡ୍ରୋନ ମାଡ଼ କରିଛି ଭାରତ ।

ଭାରତୀୟ ସେନା ବୟାନରେ କହିଛି ଯେ ପାକିସ୍ତାନକୁ ମୁହଁତୋଡ଼ ଜବାବ ଦିଆଯାଇଛି। ଜମ୍ମୁ, ପଠାଣକୋଟ ଓ ଉଧମପୁରରେ ସାମରିକ ସଂସ୍ଥାନକୁ ପାକିସ୍ତାନ ଡ୍ରୋନ୍ ଓ କ୍ଷେପଣାସ୍ତ୍ରରେ ଟାର୍ଗେଟ୍ କଲା । ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ଅନୁସାରେ କାଇନେଟିକ୍ ଓ ନନ୍ କାଇନେଟିକ୍ କ୍ଷମତାର ଉପଯୋଗ କରି ବିପଦକୁ ତୁରନ୍ତ ବିଫଳ କରାଗଲା। ଏହି ଆକ୍ରମଣରେ ଧନଜୀବନର କୌଣସି କ୍ଷୟକ୍ଷତି ହୋଇନାହିଁ । ଭାରତ ନିଜର ସଂପ୍ରଭୁତାର ସୁରକ୍ଷା କରିବା ଏବଂ ନିଜ ଲୋକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+