ପୁଣି ହୀରାକୁଦ ଜଳଭଣ୍ଡାର ଖୋଲିଲା ଦୁଇ ଗେଟ୍, ମୋଟ୍ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
ପୁଣି ହୀରାକୁଦ ଜଳଭଣ୍ଡାର ଦୁଇଟି ଗେଟ୍ ଖୋଲି ଦିଆଯାଇଛି। ହୀରାକୁଦ ଜଳଭଣ୍ଡାର ପକ୍ଷରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି। ସୂଚନା ଅନୁସାରେ ହୀରାକୁଦ ଜଳଭଣ୍ଡାରରେ ଧୀରେଧୀରେ ଜଳସ୍ତର ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରରୁ କ୍ରମାଗତ ଭାବେ ପର୍ଯ୍ୟାୟ କ୍ରମେ ଗେଟ୍ଗୁଡ଼ିକ ଖୋଲାଯାଉଛି। ଏହି କ୍ରମରେ ଆଜି ଅପରାହ୍ଣରେ ପୁଣି ୨ଟି ଗେଟ୍ ଖୋଲି ଦିଆଯାଇଛି।

ପୂର୍ବରୁ ୧୪ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି। ତେବେ ବର୍ତ୍ତମାନ ସମୟରେ ମୋଟ୍ ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି ରହିଛି। ଆବଶ୍ୟକ ହେଲେ ଆହୁରି ଗେଟ୍ ଖୋଲା ଯାଇପାରେ।












Click it and Unblock the Notifications