ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତଙ୍କୁ ମିଳିବ ଜମି ପଟ୍ଟା:ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର : ହୀରାକୁଦ ନଦୀବନ୍ଧ ଯୋଜନାରେ ବିସ୍ଥାପିତଙ୍କୁ ଜମି ପଟ୍ଟା ଦିଆଯିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପ୍ରଶମନ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି । ଚଳିତବର୍ଷ ଡିସେମ୍ବର ଶେଷ ସୁଦ୍ଧା ଜମି ପଟ୍ଟା ଦେବା ଲାଗି ମନ୍ତ୍ରୀ ପୂଜାରୀ , ଝାରସୁଗୁଡ଼ାର ଏକ କାର୍ଯ୍ୟକ୍ରମରେ ଘୋଷଣା କରିଛନ୍ତି ।
୭୦ ବର୍ଷ ବିତିଯାଇଥିଲେ ମଧ୍ୟ ନ୍ୟାୟ ମିଳିପାରି ନଥିବା ପରିବାରଗୁଡ଼ିକୁ ଡିସେମ୍ବର ୩୧ ତାରିଖ ସୁଦ୍ଧା ୧୦ ଡିସିମିଲ୍ ଲେଖାଏଁ ଜମି ପଟ୍ଟା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଏଥିସହିତ ହୀରାକୁଦ ନଦୀ ବନ୍ଧ ଯୋଜନାରେ ଯେଉଁ ପରିବାର ନିଜ ନିଜ ଭିଟାମାଟି ତ୍ୟାଗ କରିଛନ୍ତି ଏବଂ ସର୍ବସ୍ବ ହରାଇଛନ୍ତି । ସେମାନବଙ୍କୁ ଶିଘ୍ର ନ୍ୟାୟ ପ୍ରଦାନ କରାଯିବ ।

ଏହା ସହିତ ଏବେ ସୁଦ୍ଧା ୪୪୦୦ କ୍ଷତିଗ୍ରସ୍ତ ପରିବାରକୁ ପଟ୍ଟା ଦିଆସରିଥିବା କହିଛନ୍ତି ମନ୍ତ୍ରୀ । ପ୍ରଥମ ପର୍ୟ୍ୟାୟରେ ଏହା ସମ୍ବଲପୁରରେ ଦିଆଯାଇଥିବା ବେଳେ ପରେ ବରଗଡ ଅଞ୍ଚଳରେ ମଧ୍ୟ ବିସ୍ଥାପିତଙ୍କୁ ପଟ୍ଟା ବଣ୍ଟନ କରାଯିବ । ଏହା ସହିତ ପୂରା ରାଜ୍ୟରେ ଯେଉଁମାନେ ବି ବିସ୍ଥାପିତ ଅଛନ୍ତି ଓ ଭୂମିହୀନ ବ୍ୟକ୍ତି ଅଛନ୍ତି, ଯାହାଙ୍କର ଘରବାଡି ବୋଲି କହିଲେ କିଛି ନାହିଁ, ସେମାନଙ୍କୁ ବି ଜମି ପଟ୍ଟା ପ୍ରଦାପ ହେବ ବୋଲି କହିଛନ୍ତି ମନ୍ତ୍ରୀ ।












Click it and Unblock the Notifications