Get Updates
Get notified of breaking news, exclusive insights, and must-see stories!

ଜୁଲାଇ 18ରେ ଖୋଲିବ ହୀରାକୁଦ ଗେଟ, ଛଡା ଯିବ ପ୍ରଥମ ବନ୍ୟାଜଳ

ଆସନ୍ତା 18 ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ । ଏନେଇ ଆଜି (ଶନିବାର) ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

ଭୁବନେଶ୍ୱର: ଆସନ୍ତା 18 ତାରିଖରେ ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛଡ଼ାଯିବ । ଏନେଇ ଆଜି (ଶନିବାର) ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି ।

Hirakud Dam

ପ୍ରଥମ ପର୍ଯ୍ୟାୟରେ ପାଞ୍ଚଟି ଫାଟକ ଖୋଲାଯିବ। ଡାହାଣ ପାର୍ଶ୍ୱରେ 24 ଏବଂ ଡ୍ୟାମର ବାମ ପାର୍ଶ୍ୱରେ 40 ଟି ସାଲଇସ୍ ଗେଟ୍ ରହିବ ।
ଜଳ ସମ୍ପଦ ବିଭାଗ ଅନୁଯାୟୀ, ଜଳଭଣ୍ଡାରର ଜଳ ସ୍ତର ଶୁକ୍ରବାର ଦିନ 630 ଫୁଟ ସର୍ବୋଚ୍ଚ ସ୍ତର ତୁଳନାରେ 603.77 ଫୁଟ ରହିଛି । ହୀରାକୁଦ୍ ବ୍ୟତୀତ ଉପର ଏବଂ ତଳ ଇନ୍ଦ୍ରାବତୀ, ବାଲିମେଲା, ମାକ୍କୁଣ୍ଡ ଏବଂ ସାଲାଣ୍ଡି ମଧ୍ୟ ଜଳ ସ୍ତରର ବୃଦ୍ଧି ଘଟିଥିବା ଜଣାପଡିଛି ।

ଜଳଭଣ୍ଡାରର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ କିଛିଦିନ ଭିତରେ ହୀରାକୁଦର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । କର୍ଭ ରୂଲ ଅନୁସାରେ ଜଳ ଭଣ୍ଡାରର ଜଳସ୍ତର ନିୟନ୍ତ୍ରଣ କରିବା ପାଇଁ ଗେଟ ଖୋଲାଯିବ । ଏହାଦ୍ୱାରା ଡ୍ୟାମର ତଳ ମୁଣ୍ଡରେ ଥିବା ନଦୀ ଗୁଡ଼ିକର ଜଳସ୍ତର ବୃଦ୍ଧି ପାଇବ । ତେଣୁ ଡ୍ୟାମ ଗେଟ ଖୋଲା ଥିବା ସମୟରେ ତଳମୁଣ୍ଡର ନଦୀ ଗୁଡିକୁ ନଯିବା ପାଇଁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+