ଆସନ୍ତା ୨୩ରେ ହୀରାକୁଦ ଜଳଭଣ୍ତାରରୁ ଛଡାଯିବ ବନ୍ୟାଜଳ
ଭୁବନେଶ୍ୱର:ଆସନ୍ତା ୨୩ ତାରିଖରେ ଖୋଲିବ ହୀରାକୁଦ ଡ୍ୟାମ । ଉପର ମୁଣ୍ତରେ ଲଗାଣ ବର୍ଷା ଯୋଗୁଁ ଜଳଭଣ୍ତାରର ଜଳସ୍ତର ବଢୁଛି ଏବଂ ଆଗକୁ ବର୍ଷା ଥିବାରୁ ହୀରାକୁଦ ଗେଟ୍ ଖୋଲାଯିବ । ତେଣୁ ବନ୍ୟାଜଳ ନିଷ୍କାସନ କରାଯିବା ନେଇ ଡ୍ୟାମ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ମହାନଦୀ ଓ ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇବ ଯେଉଁଥି ପାଇଁ ଜନସାଧାରଣଙ୍କୁ ଆଗୁଆ ସତର୍କ କରାଯାଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।

ସୂଚନା ଅନୁସାରେ, ଆସନ୍ତା ୨୩ ତାରିଖ ସକାଳ ୧୦ଟା ପରେ ହୀରାକୁଦ ଜଳଭଣ୍ତାରରୁ ବନ୍ୟା ଜଳ ଛଡ଼ାଯିବ । ଫଳରେ ମହାନଦୀ ଏବଂ ଶାଖା ନଦୀଗୁଡ଼ିକରେ ବନ୍ୟା ଜଳସ୍ତର ବୃଦ୍ଧି ପାଇବ । ଯେଉଁଥି ପାଇଁ ଡ୍ୟାମ୍ କର୍ତ୍ତୃପକ୍ଷ ୧୪ଟି ଜିଲ୍ଲାର ଜନସାଧାରଣଙ୍କୁ ଆଗୁଆ ସତର୍କ କରାଯାଇଛି । ୨ ଦିନ ପୂର୍ବରୁ ହୀରାକୁଦ ଜଳଭଣ୍ତାରକୁ ପ୍ରତି ସେକେଣ୍ତରେ ୯୦,୧୨୧ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୩୯,୦୮୭ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ନେଇ ସୂଚନା ରହିଥିଲା ।
ଉପକୂଳ ଓଡ଼ିଶା ଘୂର୍ଣ୍ଣିବଳୟର ପ୍ରଭାବରେ ଲାଗି ରହିଛି ବର୍ଷା । ଆଜି ପାଇଁ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । କଳାହାଣ୍ତି, କନ୍ଧମାଳ, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ଲଗାଣ ବର୍ଷା ଯୋଗୁଁ
ଏ ସମସ୍ତ ଅଞ୍ଚଳର ସମ୍ବେଦନଶୀଳ ସ୍ଥାନରେ ମାଟି ଧସିବା, ମାଟି ଘର ଭାଙ୍ଗିବାର ଆଶଙ୍କା ରହିଛି ଯେଉଁଥି ପାଇଁ ସାଧାରଣ ଲୋକଙ୍କୁ ସତର୍କ କରାଯାଇଛି ।












Click it and Unblock the Notifications