ଖୋଲିଲା ହୀରାକୁଦ ଗେଟ୍, ଛଡାଗଲା ବର୍ଷର ପ୍ରଥମ ବନ୍ୟାଜଳ
ଆଜି ହୀରାକୁଦରୁ ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ। ପୂର୍ବାହ୍ନ ୧୧ଟା ବେଳେ ହୀରାକୁଦର ଗେଟ୍ ଖୋଲାଯାଇଛି। ପ୍ରଥମେ ୭ନଂ ଗେଟ୍ରେ ପାଣି ଛଡ଼ାଯାଇଛି।
ସମ୍ବଲପୁର: ଆଜି ହୀରାକୁଦରୁ ଛଡ଼ାଗଲା ବର୍ଷର ପ୍ରଥମ ବନ୍ୟାଜଳ। ପୂର୍ବାହ୍ନ ୧୧ଟା ବେଳେ ହୀରାକୁଦର ଗେଟ୍ ଖୋଲାଯାଇଛି। ପ୍ରଥମେ ୭ନଂ ଗେଟ୍ରେ ପାଣି ଛଡ଼ାଯାଇଛି। ପ୍ରଥମ ପର୍ଯ୍ୟାୟରେ ୫ଟି ଗେଟ୍ ଖୋଲାଯିବ ଜଣାପଡ଼ିଛି। ବର୍ତ୍ତମାନ ସୁଦ୍ଧା ଜଳଭଣ୍ଡାରରେ ୬୧୩.୧୫ ଫୁଟ୍ ଜଳ ରହିଛି ।

ଛତିଶଗଡରେ ବର୍ଷା କମି ଯାଇଥିବା ବେଳେ ଜଳଭଣ୍ଡାରକୁ ପ୍ରାୟ ୧ ଲକ୍ଷ ୫ ହଜାର କ୍ୟୁସେକ୍ ପାଣି ଆସିବା ନେଇ ସିଡବ୍ଲୁସି ଆକଳନ କରିଛି । ଏହାଛଡା ପାୱାର୍ ଚ୍ୟାନେଲ, ବିଭିନ୍ନ କେନାଲ ଏବଂ ଶିଳ୍ପ ଜଳଯୋଗାଣ ଆଦି ମିଶି ଯେତିକି ପାଣି ଉପରମୁଣ୍ଡରୁ ଆସିବ , ତେଣୁ ସବୁ ଜଳ ନିଷ୍କାସନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମୁଖ୍ୟଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ ସୂଚନା ଦେଇଥିଲେ ।
ପରମ୍ପରା ଅନୁସାରେ ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲାଯାଇଛି। ହୀରାକୁଦ ଡ୍ୟାମ୍ର ଉପରମୁଣ୍ଡରେ ପ୍ରବଳ ବର୍ଷା ହେବା ପରେ ଜଳସ୍ତର ବୃଦ୍ଧି ପାଇଛି। ଆଜି ସକାଳୁ ଡ୍ୟାମର ଜଳପତ୍ତନ ୬୧୩.୦୮ ଫୁଟ୍ ରହିଥିଲା। ସେହିପରି ଡ୍ୟାମ୍ ଭିତରକୁ ୧ ଲକ୍ଷ ୩୫ ହଜାର ୧୪୧ କ୍ୟୁସେକ୍ ପାଣି ପ୍ରବେଶ କରୁଥିବାବେଳେ ୩୯ ହଜାର ୩୪୮ କ୍ଯୁସେକ୍ ପାଣି ନିଷ୍କାସନ କରାଯାଉଥିଲା ଜଳଭଣ୍ଡାରର ସର୍ବୋଚ୍ଚ ଜଳ ଧାରଣ କ୍ଷମତା ୬୩୦ ଫୁଟ୍ ରହିଥିଲା। ଏହାକୁ ନଜରରେ ରଖି ଆଜି ବନ୍ୟାଜଳ ଖୋଲାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା।












Click it and Unblock the Notifications