ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ
Odisha News: ଖୋଲିଲା ହୀରାକୁଦର ପ୍ରଥମ ଗେଟ୍ । ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ଛାଡ଼ିଲା ହୀରାକୁଦ । ବାମ ପଟ୍ ୭ନଂ ସ୍ଲୁଇସ୍ ଗେଟରୁ ପ୍ରଥମ ବନ୍ୟାଜଳ ନିଷ୍କାସନ କରାଯାଇଛି । ତେବେ ଆଜି ୩ଟି ପର୍ଯ୍ୟାୟରେ ଖୋଲିବ ହୀରାକୁଦର ୨୦ଟି ଗେଟ୍ । ପ୍ରଥମ ପର୍ଯ୍ୟାୟରେ ଆଉ ୬ଟି ଗେଟ୍ ଖୋଲିଛି । ଆଜି ୩ଟି ପର୍ଯ୍ୟାୟରେ ଖୋଲିବ ୨୦ଟି ଗେଟ୍ । ଚଳିବ ବର୍ଷର ପ୍ରଥମ ବନ୍ୟା ଜଳ ଛାଡିବା ପାଇଁ ସକାଳ ୯ଟାରେ ୭ଟି ଏବଂ ଦିନ ୧୨ଟାରେ ୭ ଏବଂ ଅପହାହ୍ନ ୨ଟା ପରେ ଆଉ ୬ଟି ଗେଟ୍ ଖୋଲିବା ନେଇ ସୂଚନା ରହିଛି ।

ନଦୀ କୂଳିଆ ଅଞ୍ଚଳବାସୀଙ୍କୁ ସୁରକ୍ଷିତ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଡ୍ୟାମ କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଉପମୁଣ୍ତରେ ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଉଥିବାରୁ ଡ୍ୟାମ ଖୋଲିବା ନେଇ ନିଷ୍ପତ୍ତି ନିଆଯାଇଛି ।
ସୂଚନା ଅନୁସାରେ, ଶନିବାର ରାତି ୯ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୧୫.୨୯ ଫୁଟରେ ବୃଦ୍ଧି ପାଇଥିଲା । ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଯାରି କରାଯାଇଥି ସୂଚନା ଅନୁସାରେ, ସେକେଣ୍ଡ ପ୍ରତି ଜଳଭଣ୍ଡାରକୁ ୨ଲକ୍ଷ ୯୪ ହଜାର ୧୧୨ କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ବିଭିନ୍ନ କେନାଲ, ପାୱାର ଚ୍ୟାନେଲ ଏବଂ ଶିଳ୍ପସଂସ୍ଥାକୁ ଜଳଯୋଗାଣ କାର୍ୟ୍ୟରେ ୩୯ହଜାର ୫୧୨ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।












Click it and Unblock the Notifications