ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍: ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନଂ ଗେଟ୍ ଖୋଲିଲା

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମ୍ ଗେଟ୍। ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନଂ ଗେଟ୍ ଖୋଲିଲା। ହୀରାକୁଦରୁ ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ। ପର୍ଯ୍ୟାୟ କ୍ରମେ ୧୨ଟି ଗେଟ୍ ଖୋଲିବ ।

ବାମପାର୍ଶ୍ବ ସ୍ପିଲୱେ ପଟରୁ ପ୍ରଥମେ ୭ ନମ୍ବର ସ୍ଲୁଇସ୍ ଗେଟ୍ ଖୋଲା ଯାଇଛି । ତାପରେ ଖୋଲିବ ଅନ୍ୟ ଗେଟ୍। ବନ୍ୟାଜଳ ନିଷ୍କାସନ ପାଇଁ ୧୨ରୁ ଅଧିକ ଗେଟ୍ ଖୋଲିବା ନେଇ ସୂଚନା ମିଳିଛି। ପାଣି ଛାଡ଼ିବା ପୂର୍ବରୁ ମହାନଦୀ ତଳମୁଣ୍ଡରେ ଲୋକଙ୍କୁ ସତର୍କ କରିବାକୁ ଆଜି ସକାଳୁ ସତର୍କ ସାଇରନ୍ ବାଜିବା ଆରମ୍ଭ ହୋଇଛି। ୨ ଦିନ ପୂର୍ବରୁ ଡାକବାଜି ଯନ୍ତ୍ର ଯୋଗେ ହୀରାକୁଦ ଜଳଭଣ୍ଡାରରୁ ପାଣି ଛାଡିବା ନେଇ ପ୍ରଚାର କରାଯାଇଥିଲା। ବୁର୍ଲା ହୀରାକୁଦ ଓ ସମ୍ବଲପୁର ସମେତ ମହାନଦୀର ତଳମୁଣ୍ଡରେ ଲୋକଙ୍କୁ ସଚେତନ କରାଯାଇଥିଲା।

Hirakud Dam gate opened

ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ଫୁଲିଛି। ବଢିଛି ହୀରାକୁଦ ଡ୍ୟାମର ଜଳସ୍ତର। ଆଜି ସକାଳ ୯ଟା ସୁଦ୍ଧା ଡ୍ୟାମର ଜଳସ୍ତର ୬୦୯ ଦଶମିକ ୩୩ ଫୁଟ ରହିଛି। ଡ୍ୟାମକୁ ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୦ ହଜାର ଘନଫୁଟ ଜଳ ପ୍ରବେଶ କରୁଥିବା ବେଳେ ଜଳସେଚନ ଓ ଜଳ ବିଦ୍ୟୁତ ଉତ୍ପାଦନ ପାଇଁ ମୋଟ ୩୪ ହଜାର ୩୧୩ ଘନଫୁଟ ଜଳ ନିଷ୍କାସିତ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+