ପରମ୍ପରା ଓ ସଂସ୍କୃତିର ବାହକ ଭାରତୀୟ ନବ ବର୍ଷ

ଭାରତୀୟ ପରମ୍ପରା ଓ ସଂସ୍କୃତିର ବାହକ ନୂତନ ବର୍ଷର ଆରମ୍ଭ ହେଉଛି ପବିତ୍ର ଚୈତ୍ର ଶୁକ୍ଳ ପ୍ରତିପଦା। ଦେଶର ବିଭିନ୍ନ ପ୍ରାନ୍ତରୁ ଏହାକୁ ବିଭିନ୍ନ ରୂପରେ ପାଳନ କରାଯାଏ।

odisha

ଭୁବନେଶ୍ୱର: ଭାରତୀୟ ପରମ୍ପରା ଓ ସଂସ୍କୃତିର ବାହକ ନୂତନ ବର୍ଷର ଆରମ୍ଭ ହେଉଛି ପବିତ୍ର ଚୈତ୍ର ଶୁକ୍ଳ ପ୍ରତିପଦା। ଦେଶର ବିଭିନ୍ନ ପ୍ରାନ୍ତରୁ ଏହାକୁ ବିଭିନ୍ନ ରୂପରେ ପାଳନ କରାଯାଏ। ଏହି ଦିନ ଭଗବାନ ରାମ, ଧର୍ମରାଜ ଯୁଧିଷ୍ଠିର ଓ ସମ୍ରାଟ ବିକ୍ରମାଦିତ୍ୟ ସିଂହାସନ ଆରୋହଣ କରିଥିଲେ। ଅର୍ଥାତ୍ ବିକ୍ରମ ସମ୍ବତ ଏହି ଦିନରୁ ଆରମ୍ଭ ହୋଇଥିଲା । ଆଜି ହେଉଛି ଭାରତୀୟ ନବବର୍ଷ , ଯୁଗାବ୍ଦ: ୫୧୨୫ ଓ ବିକ୍ରମ ସମ୍ବତ: ୨୦୮୦ ।

ସେହିପରି ଆଜିର ଦିନରେ ବ୍ରହ୍ମାଙ୍କ ଦ୍ୱାରା କାଳ ଗଣନା ଆରମ୍ଭ ହୋଇଥିଲା। ସୃଷ୍ଟିର ରଚନା ଯେବେଠୁ ଆରମ୍ଭ ହେଲା ସେହି ଦିନଠାରୁ ବର୍ଷ ଗଣନା ଆରମ୍ଭ ହେଲା ବୋଲି କୁହାଯାଏ । ଭାରତୀୟମାନେ ସେକେଣ୍ଡର ଅତି ସୂକ୍ଷ୍ମାତି ସୂକ୍ଷ୍ମ ବିଭାଜନଠାରୁ ଆରମ୍ଭ କରି ଯୁଗ, ମହାଯୁଗ, ମନୁ, କଳ୍ପ ଭଳି ବିଶାଳ ଗାଣିତିକ ସଂକେତକୁ ବ୍ୟବହାର କରୁଥିଲେ । ଏହି ଦିନରୁ ବିବାହ, ବ୍ରତ, ଜନ୍ମଦିନ, ବେପାର, ବଣିଜ, ଗୃହ ପ୍ରବେଶାଦି ସମସ୍ତ ଶୁଭକର୍ମରେ ଭାରତୀୟ ପଞ୍ଚାଙ୍ଗର ହିଁ ସହାୟତା ନିଆଯାଇଥାଏ। ଏହି ଦିନଠାରୁ ପୃଥିବୀ ସୂର୍ଯ୍ୟଙ୍କୁ ପୁନଃ ପରିକ୍ରମଣ ମାନବ ସମାଜର କଲ୍ୟାଣ ପାଇଁ ପରମାତ୍ମା ଅଗ୍ନି, ବାୟୁ, ଆଦିତ୍ୟ, ଅଙ୍ଗିରା ଚାରି ପବିତ୍ରାତ୍ମା ଋଷିଙ୍କ ଅନ୍ତଃକରଣରେ ବେଦ ଜ୍ଞାନ ପ୍ରକାଶିତ କରିଥିଲେ।

ଚୈତ୍ର ମାସ ଶୁକ୍ଳ ପ୍ରତିପଦାର ମହତ୍ତ୍ୱକୁ ପ୍ରତିପାଦନ କରିବାକୁ କୁହାଯାଇଛି - ''ଚୈତ୍ରେ ମାସି ଜଗଦ୍ ବ୍ରହ୍ମ ସସର୍ଜିଂ ପ୍ରଥମେହନି, ଶୁକ୍ଳପକ୍ଷେ ସମଗ୍ରେତୁ ସଦା ସୂର୍ଯ୍ୟୋଦୟେସତି।'' (ହିତାଦ୍ରି) ଅର୍ଥାତ୍ ଚୈତ୍ର ଶୁକ୍ଳ ପ୍ରତିପଦାର ପ୍ରଥମ ସୂର୍ଯ୍ୟୋଦୟ ପର୍ଯ୍ୟନ୍ତ ଭଗବାନ ସମ୍ପୂର୍ଣ୍ଣ ସୃଷ୍ଟି ନିର୍ମାଣ କରି ମାନବ ସମାଜକୁ ଉତ୍ପନ୍ନ କରିଥିଲେ। ତେଣୁ ଏହାକୁ ସୃଷ୍ଟି ସଂବତ୍ସର ବା ମାନବ ସଂବତ୍ସର ମଧ୍ୟ କହନ୍ତି ।

ସୂର୍ଯ୍ୟ ବିଷୁଭ ରେଖାରେ ଅବସ୍ଥାନ କରିବା ଫଳରେ ବାତାବରଣରେ ସମଶୀତୋଷ୍ଣ ଅନୁଭୂତ ହୁଏ। ସମଗ୍ର ପ୍ରକୃତିରେ ଏକ ଅଭୂତପୂର୍ବ ନୂତନତାର ଆବାହନ ହୁଏ। ନୂଆ ବୋହୁ ବେଶରେ ପ୍ରକୃତି ସଜେଇ ହୁଏ। ବୃକ୍ଷଲତା ନୂତନ ପତ୍ର, ଫୁଲ ଫଳରେ ବିମଣ୍ଡିତ ହୋଇ ଅତ୍ୟନ୍ତ ଶୋଭାମୟ ଦିଶନ୍ତି। ଆଉ ତା ସହ ଏହି ବସନ୍ତର ମଳୟ ପବନ ସମସ୍ତ ଜୀବଜଗତକୁ ନୂତନତ୍ୱର ଆଭାଷ ଦିଏ।

ଏହି ପବିତ୍ର ଦିନ ସାରା ବିଶ୍ୱର କଲ୍ୟାଣ ପାଇଁ। ସମଗ୍ର ଜୀବଜଗତ ଏହାକୁ ଅନେଇ ବସିଥାନ୍ତି। ପ୍ରକୃତି ଉପରେ ଏହାର ପ୍ରଭାବ ପଡ଼ିଥାଏ। ଏହି ପବିତ୍ର ଦିନ ନୁତନତ୍ୱ ଆଭାସ ଦିଏ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+