ରାଜ୍ୟରେ ତାଣ୍ଡବ ରଚୁଛି କରୋନା ମୃତ୍ୟୁ, ଆଜି ରେକର୍ଡ ୫୯ ଆକ୍ରାନ୍ତଙ୍କ ମୃତ୍ୟୁ

ଗତ 24 ଘଣ୍ଟାରେ ୫୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଯାହାକି ରାଜ୍ୟରେ ରେକର୍ଡ ରଚିଛି । ଗତକାଲି ପ୍ରକାଶିତ ରିପୋର୍ଟରେ ରାଜ୍ୟରେ ୫୧ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା ।

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ମୃତ୍ୟୁର ତାଣ୍ଡବ। ଦୈନିକ ସଂକ୍ରମଣ ଧିରେ ଧିରେ କମ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ବଢି ଚାଲିଛି । ଗତ 24 ଘଣ୍ଟାରେ ୫୯ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଯାହାକି ରାଜ୍ୟରେ ରେକର୍ଡ ରଚିଛି । ଗତକାଲି ପ୍ରକାଶିତ ରିପୋର୍ଟରେ ରାଜ୍ୟରେ ୫୧ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିଲା । ଆଜି ସଂଖ୍ୟକୁ ମିଶାଇ ରାଜ୍ୟରେ ସମୁଦାୟ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୩୫୮ରେ ପହଞ୍ଚିଛି।

Corona Death

ଅନୁଗୁଳରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ଼ରେ ୫, କଟକରେ ୨, ଢେଙ୍କାନାଳରେ ୫, ଗଞ୍ଜାମରେ ୪, ଜଗତସିଂହପୁରରେ ୧ , ଯାଜପୁରରେ ୨, କଳାହାଣ୍ଡିରେ ୩, କେନ୍ଦ୍ରାପଡ଼ାରେ ୩, ଖୋର୍ଦ୍ଧାରେ ୧୦, କୋରାପୁଟରେ ୧, ମୟୂରଭଞ୍ଜରେ ୨, ନବରଙ୍ଗପୁରରେ ୩, ନୟାଗଡ଼ରେ ୪, ପୁରୀରେ ୫, ରାୟଗଡ଼ାରେ ୪ ଓ ସୁନ୍ଦରଗଡ଼ରେ ୪ ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି।

୧୦ ମୃତକଙ୍କୁ ମିଶାଇ ଖୋର୍ଦ୍ଧା ଜିଲ୍ଲାରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୧୦ରେ ପହଞ୍ଚିଲା। ଅନୁଗୋଳରେ ଏହି ସଂଖ୍ୟା ୧୮୩ରେ ପହଞ୍ଚିଥିବା ବେଳେ ବରଗଡ଼ରେ ୧୬୭, କଟକରେ ୩୦୨, ଢେଙ୍କାନାଳରେ ୮୫, ଗଞ୍ଜାମରେ ୩୫୯ ଛୁଇଁଛି କରୋନା ମୃତ୍ୟୁ ସଂଖ୍ୟା।

ଏହାବାଦ ଜଗତସିଂହପୁରରେ ସମୁଦାୟ ୮୦ ଜଣ କରୋନାରେ ପ୍ରାଣ ହରାଇ ସାରିଥିବା ବେଳେ , ଯାଜପୁରରେ ୪୯, କଳାହାଣ୍ଡିରେ ୧୮୨, କେନ୍ଦ୍ରାପଡ଼ାରେ ୯୩, କୋରାପୁଟରେ ୬୩, ମୟୂରଭଞ୍ଜରେ ୧୪୦, ନଗରଙ୍ଗପୁରରେ ୪୯, ନୟାଗଡ଼ରେ ୧୧୫, ପୁରୀରେ ୨୫୫, ରାୟଗଡ଼ାରେ ୧୪୮ ଓ ସୁନ୍ଦରଗଡ଼ରେ ୩୭୯ରେ ପହଞ୍ଚିଛି ଏହି ସଂଖ୍ୟା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+