ଶକ୍ତିଶ୍ରୀ ସଂଯୋଜିକା ଓ ଶକ୍ତିଅପାଙ୍କୁ ମନୋନୀତ କରିବା ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବା ୧୬ଟି ବିଶ୍ୱବିଦ୍ୟାଳୟ ଏବଂ ୭୩୦ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟମାନଙ୍କରେ "ଶକ୍ତିଶ୍ରୀ କାର୍ଯ୍ୟକ୍ରମ"କୁ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବିଗତ ଜୁଲାଇ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସମ୍ବନ୍ଧରେ ଘୋଷଣା କରିଥିଲେ ।

ଶକ୍ତିଶ୍ରୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଏକ ସ୍ଥାୟୀ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର ସ୍ଥାପନ କରାଯିବ ଯାହାକି ଛାତ୍ରୀମାନଙ୍କୁ ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନ କରିବା ସହିତ ଛାତ୍ରୀମାନଙ୍କର ସଶକ୍ତିକରଣ ଓ ସର୍ବାଙ୍ଗୀନ ବିକାଶ ଦିଗରେ କାର୍ଯ୍ୟ କରିବ । ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର ସୁପରିଚାଳନା ପାଇଁ ଜଣେ ଛାତ୍ରୀ "ଶକ୍ତିଶ୍ରୀ ସାଥୀ" ଓ ଜଣେ ଅଧ୍ୟାପିକା "ଶକ୍ତିଶ୍ରୀ ସଂଯୋଜିକା" ଭାବରେ କାର୍ଯ୍ୟ କରିବେ । ଏଥିସହ ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ହୋଇଥିବା ୫ଜଣ ମହିଳା "ଶକ୍ତି ଅପା" ଭାବରେ ଛାତ୍ରୀମାନଙ୍କ ପାଇଁ ମେଣ୍ଟର ଭଳି କାର୍ଯ୍ୟ କରିବେ ।

Shaktishree Coordinator and Shaktiapa

ଏହି ପରିପ୍ରେକ୍ଷୀରେ ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରର କାର୍ଯ୍ୟକାରିତା ପାଇଁ ପ୍ରତ୍ୟେକ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଜଣେ ମହିଳା ଅଧ୍ୟାପିକାଙ୍କୁ "ଶକ୍ତିଶ୍ରୀ ସଂଯୋଜିକା" ଭାବେ ଚୟନ କରିବା ପାଇଁ ବିଶ୍ୱବିଦ୍ୟାଳୟର ରେଜିଷ୍ଟାର ଓ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ଉଚ୍ଚଶିକ୍ଷା ବିଭାଗ ତରଫରୁ ଚିଠି କରାଯାଇଛି । ଏଥିସହିତ ଅଗଷ୍ଟ ମାସ ୪ ତାରିଖ ସୁଦ୍ଧା "ଶକ୍ତିଶ୍ରୀ ସଂଯୋଜିକା"ଙ୍କୁ ଚୟନିତ କରି ତାଙ୍କୁ ଦାୟିତ୍ୱ ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଶକ୍ତିଶ୍ରୀ ସଂଯୋଜିକା ମାନେ

(କ) ଲିଙ୍ଗଗତ ସମାନତା ସମ୍ବନ୍ଧରେ ଛାତ୍ରୀମାନଙ୍କୁ ଅବଗତ କରାଇବା ସହିତ ଏହି ସମ୍ବନ୍ଧୀୟ ସଚେତନତା ଶିବିରର ଆୟୋଜନ କରିବେ।

(ଖ) ଆତ୍ମସୁରକ୍ଷା ପ୍ରଶିକ୍ଷଣ ପ୍ରଦାନକୁ ସୁନିଶ୍ଚିତ କରାଇବା ସହ ଛାତ୍ରୀମାନଙ୍କର ଆଇନଗତ ଅଧିକାର ସମ୍ବନ୍ଧରେ କର୍ମଶାଳା, ସେମିନାର ଆଦିର ଆୟୋଜନ କରାଇବେ।

(ଗ) ଯଦିକେବେ ପ୍ରତିକୂଳ ପରିସ୍ଥିତି ଉପୁଜେ ତେବେ ଉକ୍ତ ଛାତ୍ରୀଙ୍କୁ ସମସ୍ତ ପ୍ରକାର ସାହାଯ୍ୟ ଓ ସହଯୋଗ ପ୍ରଦାନ କରିବା ସହ ଆଇନଗତ ସାହାଯ୍ୟ ପ୍ରଦାନ କରିବାରେ ମାର୍ଗଦର୍ଶନ କରାଇବେ।

(ଘ) ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ଶକ୍ତଶ୍ରୀ ସାଥୀ ଭାବେ କାର୍ଯ୍ୟ କରୁଥିବା ଛାତ୍ରୀଙ୍କ ପାଇଁ ଶକ୍ତିଶ୍ରୀ ସଂଯୋଜିକା ମେଣ୍ଟର ଭଳି କାର୍ଯ୍ୟ କରିବେ।

(ଙ) ଜିଲ୍ଲାପାଳଙ୍କ ଦ୍ୱାରା ଚୟନିତ ହୋଇଥିବା ଶକ୍ତିଶ୍ରୀ ଅପା, ସ୍ଥାନୀୟ ପ୍ରଶାସନ, ଏନଜିଓ ଆଦି ସହ ସମନ୍ଵୟ ରକ୍ଷା କରି ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ପରିଚାଳନା କରିବେ।

(ଚ) ମହିଳାମାନଙ୍କର ସମାନତା ଅଧିକାର, ସୁରକ୍ଷା ଓ ସଶକ୍ତିକରଣ ଦିଗରେ ବିଭିନ୍ନ କାର୍ଯ୍ୟକ୍ରମ ଓ ପ୍ରତିଯୋଗିତାର ଆୟୋଜନ କରାଇବେ।

(ଛ) ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ରରେ ବିଭିନ୍ନ କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହିତ ଏହି ସମ୍ବନ୍ଧୀୟ ଏକ ରିପୋର୍ଟ ମଧ୍ୟ ଦାଖଲ କରିବେ।

ସେହିପରି ଭାବରେ ପ୍ରତ୍ୟେକ ଜିଲ୍ଲାରେ ୫ଜଣ ମହିଳାଙ୍କୁ ଶକ୍ତି ଅପା ଭାବରେ ମନୋନୀତ କରି ସେମାନଙ୍କର ସବିଶେଷ ବିବରଣୀ, ଯୋଗାଯୋଗ ସମ୍ବନ୍ଧୀୟ ତଥ୍ୟ ଆସନ୍ତା ଅଗଷ୍ଟ ମାସ ୨୦ ତାରିଖ ସୁଦ୍ଧା ପ୍ରଦାନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଉଛି।

ଜିଲ୍ଲାପାଳମାନେ ନିମ୍ନଲିଖିତ ଆଧାରରେ ଶକ୍ତିଅପାମାନଙ୍କୁ ମନୋନୀତ କରିପାରିବେ।

(କ) ମହିଳା ଓ ଶିଶୁ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ଜଣେ ମହିଳା ସାମାଜିକ କର୍ମୀ

(ଖ) ଅବସରପ୍ରାପ୍ତ ମହିଳା ସରକାରୀ କର୍ମଚାରୀ (ପୋଲିସ ବା ସେନାବାହିନୀରେ ପୂର୍ବରୁ କାର୍ଯ୍ୟରତ ଥିବା ମହିଳାଙ୍କୁ ପ୍ରଧାନ୍ୟ ଦିଆଯାଇପାରେ)

(ଗ) ଆଇନଗତ ଅଧିକାର ଏବଂ ଡିଜିଟାଲ ସୁରକ୍ଷା ଦିଗରେ କାର୍ଯ୍ୟ କରୁଥିବା ମହିଳା ବିଶେଷଜ୍ଞ

(ଘ) ମହିଳା ଜନସ୍ୱାସ୍ଥ୍ୟ ବିଶେଷଜ୍ଞ ଓ ମନସ୍ତତ୍ତ୍ୱବିତ୍

(ଙ) ଶିକ୍ଷାବିତ୍‌- ପ୍ରତିଷ୍ଠିତ ମହାବିଦ୍ୟାଳୟର ଅଧ୍ୟକ୍ଷ ବା ବିଶ୍ୱବିଦ୍ୟାଳୟ ଛାତ୍ରକଲ୍ୟାଣ ସମିତିର କୋର୍ଡ଼ିନେଟର ଭାବେ କାର୍ଯ୍ୟକରୁଥିବା ମହିଳା କର୍ମଚାରୀ

(ଚ) ଏହି ସବୁ ବ୍ୟତୀତ ଜିଲ୍ଲାପାଳଙ୍କ ଦ୍ୱାରା ମହିଳା ସୁରକ୍ଷା, ସଶକ୍ତିକରଣର ଦିଗକୁ ନେଇ ସ୍ଥିର କରାଯାଇଥିବା ମାନଦଣ୍ଡ ଆଧାରରେ ଶକ୍ତିଅପାମାନେ ମନୋନୀତ ହୋଇପାରିବେ।

ପ୍ରତ୍ୟେକ ଜିଲ୍ଲାରେ ୫ଜଣ ମହିଳାଙ୍କୁ "ଶକ୍ତି ଅପା" ଭାବରେ ମନୋନୀତ କରାଯିବ ଯେଉଁମାନେ ଛାତ୍ରୀମାନଙ୍କ ପାଇଁ ମେଣ୍ଟର ଭଳି କାର୍ଯ୍ୟ କରିବେ। ଏଥିସହିତ ପ୍ରତି ୩ ମାସରେ ଥରେ "ଶକ୍ତି ଅପା"ମାନେ ଶିକ୍ଷାନୁଷ୍ଠାନ ପରିଦର୍ଶନ କରିବେ।

ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରୀମାନଙ୍କୁ ଏକ ସୁରକ୍ଷିତ ବାତାବରଣ ପ୍ରଦାନ କରିବାରେ "ଶକ୍ତିଶ୍ରୀ କାର୍ଯ୍ୟକ୍ରମ " ଏକ ବଳିଷ୍ଠ ମାଧ୍ୟମ ରୂପେ କାର୍ଯ୍ୟ କରିବ ବୋଲି ଲକ୍ଷ୍ୟ ରଖାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+