ଓଡ଼ିଶାରେ ଉପରମୁହାଁ ପାରଦ; ଆସନ୍ତା ୩ ଦିନ ପାଇଁ ରାଜ୍ୟରେ ହିଟୱେଭ୍ ୱାର୍ଣ୍ଣିଂ

ଓଡ଼ିଶାରେ ଉପରମୁହାଁ ପାରଦ । ଆସନ୍ତା ୩ ଦିନ ପାଇଁ ରାଜ୍ୟରେ ହିଟୱେଭ୍ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଗ୍ରୀଷ୍ମ ଲହରି ଲାଗି ଆଜିଠୁ ୩ ଜିଲ୍ଲା ଝାରସୁଗୁଡା, କଳାହାଣ୍ଡି ଓ ସମ୍ବଲପୁରକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୪ ଜିଲ୍ଲାକୁ ଅରେଞ୍ଜ ଏବଂ ୧୬ ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ । ୩ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବ ନାହିଁ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ଗତକାଲି ରାଜ୍ୟରେ ୪୦ ଡିଗ୍ରୀ ଉପରେ ଥିଲା ୧୩ଟି ସହରର ତାପମାତ୍ରା । ରାଜ୍ୟରେ ୪୨ ଡିଗ୍ରୀ ଛୁଇଁଲା ତାତି । ଗତକାଲି ୪୨.୫ ଡିଗ୍ରୀ ସେଲସିୟସ ସହ ବୌଦ୍ଧ ପାଲଟିଲା ଦେଶରେ ସବୁଠୁ ଉତ୍ତପ୍ତ ସହର । ବୌଦ୍ଧ ପଛକୁ ସମ୍ବଲପୁର ଜିଲ୍ଲାରେ ୪୨.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା । ଏଥିସହ ୪୦ ଉପରେ ରେକର୍ଡ ହୋଇଛି ରାଜ୍ୟର ୧୩ ସହରର ତାପମାତ୍ରା । ଝାରସୁଗୁଡା, ଅନୁଗୁଳ, ବଲାଙ୍ଗିର, ସୋନପୁର, ରାଉରକେଲା, ଟିଟିଲାଗଡ଼, ସୁନ୍ଦରଗଡ଼, ଢେଙ୍କାନାଳ, ହୀରାକୁଦ, ବାରିପଦା, ଭବାନୀପାଟଣା ଆଦିର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ ହୋଇଛି । ରାଜଧାନୀ ଭୁବନେଶ୍ବରରେ ୩୮.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିଲା ।

High temperature in Odisha

ସେପଟେ ଆସନ୍ତା ୧୯ ଓ ୨୦ରେ ରାଜ୍ୟର କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବରରେ ବର୍ଷା ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+