Get Updates
Get notified of breaking news, exclusive insights, and must-see stories!

ଅକ୍ଟୋବର ୩୧ ପର୍ଯ୍ୟନ୍ତ ବଢ଼ିଲା ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ଅବଧି

ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ସମୟ ସୀମାକୁ ନେଇ ଚିନ୍ତାରେ ଥିବା ଗାଡ଼ି ଚାଳଳଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ସେମାନଙ୍କୁ ମିଳିଛି ଆଉ ମାସେ ମହଲତ । ଅର୍ଥାତ ଅକ୍ଟୋବର ୩୧ ଯାଏ ହାଇସିକ୍ୟୁରିଟି ନମ୍ୱର ପ୍ଲେଟ ଅବଧି ବୃଦ୍ଧି ହୋଇଛି ।

ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ସମୟ ସୀମାକୁ ନେଇ ଚିନ୍ତାରେ ଥିବା ଗାଡ଼ି ଚାଳଳଙ୍କୁ ମିଳିଛି ସାମାନ୍ୟ ଆଶ୍ବସ୍ତି । ସେମାନଙ୍କୁ ମିଳିଛି ଆଉ ମାସେ ମହଲତ । ଅର୍ଥାତ ଅକ୍ଟୋବର ୩୧ ଯାଏ ହାଇସିକ୍ୟୁରିଟି ନମ୍ୱର ପ୍ଲେଟ ଅବଧି ବୃଦ୍ଧି ହୋଇଛି । ଫଳରେ ପୁରୁଣା ନମ୍ବର ପ୍ଲେଟ ଥିଲେ ବି ଆସନ୍ତାକାଲି ଗଣିବାକୁ ପଡ଼ିବନି ଜରିମାନା ।

high security number plate

କାରଣ ହାଇକୋର୍ଟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲାର ଶୁଣାଣି ଚାଲି ଥିବାବେଳେ ଆଉ ମାସେ ସମୟ ସୀମା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ଏନେଇ ଆଜି ସରକାର ବିଜ୍ଞପ୍ତି ପ୍ରକାଶ କରିବେ। ସ୍ଲଟ୍‌ ବୁକିଂ ପାଇଁ ପୋଷ୍ଟ ଅଫିସ୍, ଜନସେବା କେନ୍ଦ୍ରକୁ ସାମିଲ୍ ପାଇଁ ପ୍ରସ୍ତାବ ଦିଆଯାଇଛି। ଆସନ୍ତା ଅକ୍ଟୋବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏହା ମଧ୍ୟରେ ଭିତ୍ତିଭୂମି କିପରି ସୁଦୃଢ କରାଯାଇଛି, ଲୋକଙ୍କ ସମସ୍ୟା କେତେ ମାତ୍ରାରେ ସୁଧୁରି ପାରୁଛି ତାହାର ତର୍ଜମା କରାଯିବ । ମାସକର ମହଲତ ପାଇ ଗାଡ଼ି ଚାଳକ ଆଶ୍ୱସ୍ତ ହୋଇଥିବା ବେଳେ ଏହା ମଧ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପାଇଁ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି।

ସୂଚନାଥାଉ କି, ଗାଡି ନମ୍ବରର ଶେଷ ଅଙ୍କ ୧, ୨, ୩, ୪ର ଡେଡ୍‌ଲାଇନ୍‌ ଆଜି ସରୁଛି। ନୂଆ ନମ୍ବର ପ୍ଲେଟ୍ ଲଗାଇ ନଥିଲେ ବି ଯଦି କୌଣସି ଗାଡ଼ି ମାଲିକ ସ୍ଲଟ୍ ବୁକିଂ କରିନଥିବେ ତେବେ ଆସନ୍ତାକାଲିଠୁ ସେମାନଙ୍କଠୁ ଜରିମାନା ଆଦାୟ କରାଯିବ ବୋଲି କୁହାଯାଉଥିଲା। ହେଲେ ଆଉ ମାସେ ସମୟ ସୀମା ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି। ଫଳରେ ଲୋକଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିଥିବା ଜଣାପଡ଼ିଛି।

ଅନ୍ୟପକ୍ଷେ, ସ୍ଲଟ୍‌ ବୁକିଂରେ ଲୋକମାନେ ସମସ୍ୟାର ସାମ୍ନା କରୁଥିବା ଅଭିଯୋଗ ହୋଇଛି। କିଏ ଟେକ୍ନିକାଲ୍‌ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତ ଆଉ କିଏ ଅନ୍‌ଲାଇନ୍‌ରେ ଆବେଦନ କରିପାରୁ ନାହାନ୍ତି। ସେହିପରି ଆଉ କାହାକୁ ଡେଡ୍‌ଲାଇନ୍‌ର ବହୁ ପରେ ତାରିଖ ମିଳୁଛି। ଏଭଳି ସ୍ଥିତିରେ କ'ଣ କରିବେ, ସେନେଇ ଗାଡ଼ି ମାଲିକ ଅଡ଼ୁଆରେ ପଡ଼ିଛନ୍ତି। ଯେଉଁମାନେ ସ୍ଲଟ୍ ବୁକିଂ କରିଥିବେ ସେମାନଙ୍କ କଥା ବିଚାରକୁ ନିଆଯିବ ବୋଲି ସମ୍ପୃକ୍ତ ବିଭାଗ ପକ୍ଷରୁ କୁହାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+