Get Updates
Get notified of breaking news, exclusive insights, and must-see stories!

ଗାଡିରେ ଲାଗିଛି ତ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ? ଅକ୍ଟୋବର ପହିଲାରୁ ଗଣିବେ ଏତେ ଜରିମାନା...

ଆପଣଙ୍କ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ (ଏଚଏସଆରପି) ଅଛି ତ ? ନଚେତ୍ ଅକ୍ଟୋବର ପହିଲାରୁ ଗଣିବେ ଜରିମାନା । ଅକ୍ଟୋବର ୧ରୁ ନିମୟ କଡାକଡି ପାଳନ ପାଇଁ ପରିବହନ ବିଭାଗ ସୂଚନା ଦେଇଛି ।

ଭୁବନେଶ୍ୱର: ଆପଣଙ୍କ ଗାଡିରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ (ଏଚଏସଆରପି) ଅଛି ତ ? ନଚେତ୍ ଅକ୍ଟୋବର ପହିଲାରୁ ଗଣିବେ ଜରିମାନା । ଅକ୍ଟୋବର ୧ରୁ ନିମୟ କଡାକଡି ପାଳନ ପାଇଁ ପରିବହନ ବିଭାଗ ସୂଚନା ଦେଇଛି ।

High Security Number Plate

ଉଲ୍ଲେଖଥାଉ କି, ୨୦୧୯ ଏପ୍ରିଲ ପହିଲା ପୂର୍ବରୁ ପଞ୍ଜୀକୃତ ହୋଇଥିବା ପୁରୁଣା ଗାଡିର ନମ୍ବର ଯାହାକି ୧, ୨, ୩ ଏବଂ ୪ ସହିତ ଶେଷ ହୋଇଥିବ, ସେମାନଙ୍କର ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚଏସଆରପି) ର ସମୟସୀମା ସେପ୍ଟେମ୍ବର ୩୦ ରେ ଶେଷ ହେବ । ଅକ୍ଟୋବର ୧ତାରିଖରୁ କଡ଼ାକଡ଼ି ହେବ ଯାଞ୍ଚ । ବିଭିନ୍ନ ନମ୍ବର ସିରିଜ ପାଇ ଦିଆଯାଇଥିବା ଶେଷ ତାରିଖ ଅନୁସାରେ ଚାଲାଣ ଜାରି କରାଯିବ।

କେଉଁ ଗାଡି ପାଇଁ ଶେଷ ତାରିଖ କେତେ ?

  • ଗାଡିର ନମ୍ବର ପ୍ଲେଟ୍ ୧ , ୨ , ୩, ୪ରେ ଶେଷ ହେଉଥିଲେ, ସେହି ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବାର ଶେଷ ତାରିଖ ରହିଛି ସେପ୍ଟେମ୍ବର ୩୦ ତାରିଖ ।
  • ଯେଉଁ ଗାଡିର ନମ୍ବର ପ୍ଲେଟ୍ ୫ ଓ ୬ରେ ଶେଷ ହେଉଛି , ସେହି ଗାଡି ପାଇଁ ଶେଷ ତାରିଖ ରହିଛି ଅକ୍ଟୋବର ୩୧ ତାରିଖ ।
  • ଯେଉଁ ଗାଡିର ନମ୍ବର ୭ ଓ ୮ରେ ଶେଷ ହେଉଛି ସେମାନେ, ନଭେମ୍ବର ୩୦ ସୁଦ୍ଧା ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବେ ।
  • ସେହିପରି ୯ ଓ ୦ରେ ଶେଷ ହେଉଥିବା ଗାଡି ନମ୍ବର ଡିସେମ୍ବର ୩୧ ସୁଦ୍ଧା ଗାଡିରେ ନୂଆ ନମ୍ବର ପ୍ଲେଟ୍ ଲଗାଇବେ ।

ଯୁଗ୍ମ ପରିବହନ କମିଶନର ଦୀପ୍ତିରଞ୍ଜନ ପାତ୍ରଙ୍କ ସୂଚନା ଅନୁସାରେ ସେପ୍ଚେମ୍ବର ୧୩ତାରିଖ ସୁଦ୍ଧା ୧୦ଲକ୍ଷ ୬୫ହଜାର ୩୧୨ଟି ଗାଡ଼ି ପାଇଁ ସ୍ଲଟ୍ ବୁକିଂ ହୋଇଛି ।ଏଥିରୁ ୫ଲକ୍ଷ ୯୩ହଜାର ୭୧୭ଟି ଗାଡ଼ିରେ ଲାଗିଛି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବରପ୍ଲେଟ । ନିର୍ଦ୍ଧାରିତ ତାରିଖ ମଧ୍ୟରେ ଗାଡ଼ି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ନମ୍ବରପ୍ଲେଟ ସହ ସଂଯୋଗ ନହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଂପୃକ୍ତ ଗାଡ଼ି ବିରୋଧରେ ଇ-ଚାଲାଣ ଜାରି କରାଯିବ । ୫ରୁ ୧୦ ହଜାର ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବ ।

କମିଶନର କହିଛନ୍ତି, ଯେ ପୁରୁଣା ନମ୍ବର ପ୍ଲେଟ ଗୁଡିକ ସହଜରେ ଚୋରମାନେ ଏହାର ଅପବ୍ୟବହାର କରିପାରିବେ । ହେଲେ ଏଚଏସଆରପି ପ୍ଲେଟଗୁଡିକ ବାହାର କରିବା ବା ବଦଳାଇବା କଷ୍ଟକର । ଏହି ପ୍ଲେଟଗୁଡିକ ଟ୍ୟାମ୍ପର-ପ୍ରୁଫ୍ ଏବଂ ଦୁଇଟି ପୁନ-ବ୍ୟବହାର ଯୋଗ୍ୟ ଲକ୍ ସହିତ ଆସିଥାଏ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+