For Quick Alerts
Turn On Notification  
For Daily Alerts
Oneindia App Download

ନିୟମିତ ହେଲେ 3884 ହାଇସ୍କୁଲ ଶିକ୍ଷକ : ଆହୁରି ସୃଷ୍ଟି ହେବ 4800 ପଦବୀ

ରାଜ୍ୟରେ ମାଧ୍ୟମିକ ବିଦ୍ୟାଳୟ ତଥା ହାଇସ୍କୁଲ ଶିକ୍ଷାଦାନ କରୁଥିବା 3 ହଜାର 884 ଜଣ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯାଇଛି ।

|

ଭୁବନେଶ୍ୱର : ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ କରିବା ଲାଗି ଦୀର୍ଘ ଦିନ ଧରି ହୋଇ ଆସୁଥିବା ଦାବି ଶେଷରେ ପୂରଣ ହୋଇଛି । ରାଜ୍ୟ ସରକାର ଏହି ଦିଗରେ ବଡ ପଦକ୍ଷେପ ନେଇଛନ୍ତି । ରାଜ୍ୟରେ ମାଧ୍ୟମିକ ବିଦ୍ୟାଳୟ ତଥା ହାଇସ୍କୁଲ ଶିକ୍ଷାଦାନ କରୁଥିବା 3 ହଜାର 884 ଜଣ ଚୁକ୍ତିଭିତ୍ତିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିୟମିତ କରାଯାଇଛି ।

ସମୀର ରଞ୍ଜନ ଦାସ

ନିଯୁକ୍ତି ହେବାର 6 ବର୍ଷ ପୂରଣ କରିଥିବାରୁ ଏହି ଶିକ୍ଷକମାନଙ୍କୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିୟମିତ କରାଯାଇଛି ବୋଲି ଗଣଶିକ୍ଷା ବିଭାଗର ମନ୍ତ୍ରୀ ସମୀର ରଞ୍ଜନ ଦାସ ଗଣମାଧ୍ୟମକୁ କହିଛନ୍ତି । ଆହୁରି ମଧ୍ୟ ହାଇସ୍କୁଲରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ ଦିଗରେ ପଦକ୍ଷେପ ନିଆଯାଉଛି । ଅର୍ଥ ବିଭାଗର ଅନୁମତି ମିଳିଥିବାରୁ 4 ହଜାର 800 ହିନ୍ଦୀ, ସଂସ୍କୃତ ଓ ପିଇଟି ଶିକ୍ଷକ ପଦ ସୃଷ୍ଟି କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
High School Contractual Teacher Got Regular Appointment in Odisha
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X