ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ: ସାମିଲ ହେଲେ ସବୁ ଜିଲ୍ଲାର ଜିଲ୍ଲାପାଳ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ଉନ୍ନୟମ କମିଶନର ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଖାରବେଳ ଭବନରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ସାମିଲ ହୋଇଥିବା ନେଇ ସୂଚନା ରହିଛି । ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ନେଇ ବିଭାଗୱାରୀ ସମୀକ୍ଷା କରାଯିବା ସବ ବିଭିନ୍ନ ଯୋଜନା କାର୍ଯ୍ୟକାରିତା ନେଇ ବେଠକରେ ଆଲୋଚନା ହେବ ।

ତେବେ କେଉଁ ବିଭାଗ କେତେ ପ୍ରତିଶତ କାର୍ଯ୍ୟ କରିଛନ୍ତି, ୫-ଟି ସଚିବଙ୍କ ଜନଶୁଣାଣି ସମୟରେ ଆସିଥିବା ଅଭିଯୋଗର କେତେ ସମାଧାନ ହୋଇଛି ଏବଂ କେତେ କାର୍ଯ୍ୟ ବାକି ରହିଛି ସେନେଇ ଅନୁଧ୍ୟାନ କରାଯାଉଛି । ଏଥିସହିତ ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ନେଇ ମଧ୍ୟ ଏହି ବୈଠକରେ ଆଲୋଚନା କରାଯିବା ନେଇ ସୂଚନା ରହିଛି ।












Click it and Unblock the Notifications