ସମବାୟ ସମ୍ପତ୍ତି ବିକ୍ରି ଅନୁମତି ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ

ଭୁବନେଶ୍ୱର: ସମବାୟ ସମିତିଗୁଡିକର ସ୍ଥାବର ସମ୍ପତ୍ତିକୁ ବିକ୍ରି ଅନୁମତି ପାଇଁ ରାଜ୍ୟ ସରକାର କମିଟି ଗଠନ କରିଛନ୍ତି । ରାଜ୍ୟ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ନିର୍ଦ୍ଦେଶକ୍ରମେ ଗଠନ ହୋଇଥିବା ଏହି କମିଟିରେ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଅଧ୍ୟକ୍ଷ ଥିବାବେଳେ ଅତିରିକ୍ତ ଶାସନ ସଚିବ (ଯୋଜନା), ସହକାରୀ ନିର୍ଦ୍ଦେଶକ (ଆଇନ୍‍), ଅତିରିକ୍ତ ସମବାୟ ନିବନ୍ଧକ (ଆଇନ୍‍ ଓ ଯୋଜନା) ସଦସ୍ୟ ରହିଛନ୍ତି ।

ସେହିଭଳି ସମବାୟ ଉପନିବନ୍ଧକ (ଏମଆଇଏସ୍‍) ଏହି କମିଟିର ଆବହକ ଅଛନ୍ତି । ଏହି କମିଟି ସମବାୟ ନିବନ୍ଧକଙ୍କ ଠାରୁ ସମିତିର ସ୍ଥାବର ସମ୍ପତ୍ତି ବିକ୍ରି କିମ୍ବା ଲିଜ୍‍ ପାଇଁ ପ୍ରସ୍ତାବ ପାଇବାପରେ ତାହାକୁ ପରୀକ୍ଷା ନିରୀକ୍ଷା ସହିତ ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ନିକଟକୁ ପଠାଇବେ । ସରକାରଙ୍କ ଠାରୁ ଅନୁମୋଦନ ପାଇଲା ପରେ ରାଜ୍ୟ ସମବାୟ ନିବନ୍ଧକ ତାଙ୍କ ତରଫରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବେ । ଏହି କମିଟିର ବୈଠକ ପ୍ରତି ତିନି ମାସରେ ଥରେ ବସିବା ସହିତ ସମବାୟ ନିବନ୍ଧକଙ୍କ ଠାରୁ ପାଇଥିବା ପ୍ରସ୍ତାବଗୁଡିକର ତର୍ଜମା କରିବ ।

cooperative_property

ଉଲ୍ଲେଖନୀୟ ଯେ ସମବାୟ ସମିତି ଆଇନ୍‍ ୧୯୬୨ ଅନୁଯାୟୀ ପଞ୍ଜିକୃତ ହୋଇଥିବା ସମିତିଗୁଡିକ ସମ୍ପତ୍ତି ଅଧିଗ୍ରହଣ ଏବଂ ଏହାକୁ ବିକ୍ରି କରିବାର କ୍ଷମତା ରଖିଥିଲେ । ଓଡିଶା ସମବାୟ ସମିତି ଆଇନ୍‍ ୧୯୬୫ର ଧାରା ୧୨-କ ଅନୁଯାୟୀ ଉଭୟ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିଗୁଡିକୁ ବିକ୍ରି କରିବାର କ୍ଷମତା ପ୍ରଦାନ କରାଯାଇଥିଲା । ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ ସମିତିର ସଦସ୍ୟ, ଜମାକାରୀ, ଋଣଗ୍ରହୀତା ଏବଂ ଏହାର କର୍ମଚାରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ପରିଚାଳନା ପରିଷଦରେ ପାରିତ ସଙ୍କଳ୍ପ ଅନୁଯାୟୀ ସ୍ଥାବର ସମ୍ପତ୍ତିଗୁଡିକୁ ବିକ୍ରି କିମ୍ବା ଲିଜ୍‍ ଦିଆଯାଇ ପାରିବ । କିନ୍ତୁ ରାଜ୍ୟ ସରକାର ଦେଖିବାକୁ ପାଇଲେ ଯେ କେତେକ ସମବାୟ ସମିତିର ପରିଚାଳନା ମଣ୍ଡଳୀ ସମିତି ସ୍ୱାର୍ଥକୁ ଅଣଦେଖା କରି ବେଆଇନ୍‍ ଭାବେ ସମିତିର ସମ୍ପତ୍ତିକୁ ମନଇଚ୍ଛା ବିକ୍ରି ଓ ଲିଜ୍‍ ଦେବାରେ ଲାଗିଲେ ।

ତେବେ ଏହି କମିଟି ଗଠନ ପର ଏଣିକି ଆଉ ସମବାୟ ଆଇନ୍‍ରେ ଥିବା ଧାରା ୧୨୩-କ କୁ ପ୍ରୟୋଗ କରି ସମବାୟ ସମିତିଗୁଡିକ ପୂର୍ବଭଳି ମନଇଚ୍ଛା ସମିତିର ସ୍ଥାବର ସମ୍ପତ୍ତି ବିକ୍ରି କିମ୍ବା ଲିଜ୍‍ରେ ଦେଇ ପାରିବେ ନାହିଁ ମନ୍ତ୍ରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ଏପରି କରିବାକୁ ହେଲେ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏହି କିମିଟି ଠାରୁ ଅନୁମତି ନେବାକୁ ପଡିବ । ତେବେ ଯେଉଁ ସମବାୟ ସମିତି ଗୁଡିକ ନିଜ ଅର୍ଥରେ ସର୍ବସାଧାରଣ ନିଲାମ ଜରିଆରେ ସମ୍ପତ୍ତି ଅଧିଗ୍ରହଣ କରିଥିବେ ଏବଂ ସେଥିରେ ସରକାରଙ୍କର କୌଣସି ଅଂଶଧନ ନଥିବ କିମ୍ବା ସେମାନେ ସରକାରଙ୍କ ଠାରୁ କୌଣସି ପ୍ରକାର ସହାୟତା ଗ୍ରହଣ କରୁନଥିବେ ସେହିସବୁ ସମିତି ପାଇଁ ଏହି ନୂଆ କଟକଣା ଲାଗୁ ହେବନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+