ସାଂସଦ ଅପରାଜିତଙ୍କ ପୁରୀ ଗସ୍ତକୁ ନେଇ ହାଇଡ୍ରାମା
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଭିତରେ ପୁରୀରେ ପହଞ୍ଚିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତାଙ୍କ ପୁରୀ ଗସ୍ତ ବେଳେ ରାସ୍ତାରେ ଦେଖିବାକୁ ମିଳିଥିଲା ହାଇଡ୍ରାମା ।
ପୁରୀ: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଭିତରେ ପୁରୀରେ ପହଞ୍ଚିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ଅପରାଜିତାଙ୍କ ପୁରୀ ଗସ୍ତ ବେଳେ ରାସ୍ତାରେ ଦେଖିବାକୁ ମିଳିଥିଲା ହାଇଡ୍ରାମା । ପୁରୀରେ ପହଞ୍ଚିବା ପରେ ପୁଣି ଥରେ ପଦଯାତ୍ରାରେ ବାହାରିଥିବା ଅପରାଜିତାଙ୍କ ଶୋଭାଯାତ୍ରା ଉପରକୁ ହେଲା ଟମାଟୋ ମାଡ଼ । ଜଣେ କଂଗ୍ରେସ କର୍ମୀ ଏହି ଟମାଟୋ ମାଡ଼ କରିଥିବା ବେଳେ ଯୋଜନାବଦ୍ଧ ଭାବେ ଏପରି କରାଯାଇଥିବା ଅଭିଯୋଗ କରିଛନ୍ତି ବିଜେପି କର୍ମୀ ।

ତେବେ ଏକାଧିକ ଗାଡି ନେଇ ଅପରାଜିତା ପୁରୀ ଯାଉଥିବାରୁ ଅନୁମତି ଦେଇନଥିଲା ପୋଲିସ । ତେଣୁ କିଛି ବାଟ ଚାଲି ଚାଲି ଯାଇଥିଲେ ଅପରାଜିତା । ଏହା ପରେ ମାଳତୀପାଟପୁରରୁ କାରରେ ଯିବା ପାଇଁ ଅନୁମତି ଦେଇଥିଲା ପ୍ରଶାସନ । ଅପରାଜିତାଙ୍କ ସହ ଯାଇଥିବା ଅନ୍ୟ ସମସ୍ତ ଗାଡିକୁ ମଧ୍ୟ ଯିବା ପାଇଁ ଅନୁମତି ଦିଆଯାଇଥିଲା । ପୁରୀ ଗସ୍ତ ଅବସରରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ଅପରାଜିତା ।












Click it and Unblock the Notifications