କନିଷ୍ଠ ଶିକ୍ଷକ ଚୟନ ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି; ଓସେପା ମେରିଟ୍ ଲିଷ୍ଟ୍ କାଏମ
ରାଜ୍ୟରେ କନିଷ୍ଠ ଶିକ୍ଷକ ଚୟନ ମାମଲାକୁ ନେଇ ହାଇକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି । ଓସେପା ପ୍ରକାଶ କରିଥିବା ମେରିଟ୍ ଲିଷ୍ଟ୍କୁ କାଏମ ରଖିଛନ୍ତି ମାନ୍ୟବର କୋର୍ଟ ।ଏ ନେଇ ପୂର୍ବରୁ ପ୍ରକାଶ ପାଇଥିବା ଜଣିକିଆ ଖଣ୍ଡପୀଠଙ୍କ ରାୟରେ ସଂଶୋଧନ କରିଛନ୍ତି ଡିଭିଜନ ବେଞ୍ଚ । ମେରିଟ୍ ସହ ପ୍ରିଫରେନ୍ସକୁ ଗୁରୁତ଼୍ବ ଦେଇ ନିଯୁକ୍ତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଥାଉକି କନିଷ୍ଠ ଶିକ୍ଷକ ନିଯୁକ୍ତିରେ ଅନିୟମିତତା ନେଇ ପୂର୍ବରୁ ହାଇକୋର୍ଟରେ ମାମଲା ବିଚରଧୀନ ଥିଲା । ଅନେକ ଆଶାୟୀ ଏହି ରାୟକୁ ଅପେକ୍ଷା କରି ରହିଥିଲେ ।ମେରିଟ ଲିଷ୍ଟ ଅନୁସାରେ ଜିଲ୍ଲାୱାରୀ କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟରେ ଏହି ମାମଲାରେ ୨ ଜଣିଆ ଖଣ୍ଡପୀଠକୁ ନେଇ ଏହି ମାମଲାର ବିଚାର ଚାଲିଥିଲା ଏବଂ ବିଚାର ଶେଷ ହୋଇ ରାୟ ସଂରକ୍ଷିତ ଥିଲା । ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି ।
ପୂର୍ବରୁ ଏହି ମାମଲାର ବିଚାର କରି ଜଣିକିଆ ଖଣ୍ଡପୀଠରେ ଯେଉଁ ଶୁଣାଣୀ ହୋଇଥିଲା ତାକୁ ଚ୍ୟାଲେଞ୍ଜ କରି ପୁନଃ ବିଚାର କରିବାକୁ ଅପିଲ କରିଥିଲେ ପରୀକ୍ଷାର୍ଥୀ । କିନ୍ତୁ ଓସେପା ଦ୍ୱାରା ଜାରି ହୋଇଥିବା ମେରିଟ ଲିଷ୍ଟକୁ ଆଧାର କରି କନିଷ୍ଠ ଶିକ୍ଷକ ନିଯୁକ୍ତି ହେବ ବୋଲି ରାୟ ଦେଇଛନ୍ତି ହାଇକୋର୍ଟ । ଅର୍ଥାତ ଓସେପାର ମେରିଟ ଲିଷ୍ଟ ଅନୁସାରେ ଶିକ୍ଷକ ନିଯୁକ୍ତି ହେବ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ।












Click it and Unblock the Notifications